ବିଜଦର ସଭ୍ୟ ସଂଗ୍ରହ ଅଭିଯାନ ଓ ଜନ ସମ୍ପର୍କ ପଦଯାତ୍ରା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ଔପଦା

ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ବିଜଦ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ସହ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜଦ ନେତା ସନ୍ତୋଷ ଖଟୁଆଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ସ୍ଥାନୀୟ ମାଟିଗଡ଼ା ମନ୍ଦିର ନିକଟରୁ ବାହାରି ଔପଦ ବଜାର ସହ ତଳକିଆ ପଞ୍ଚାୟତ ପରିକ୍ରମା କରି ପରେ ଔପଦା ହାଇସ୍କୁଲ ପଡ଼ିଆ ଠାରେ ଆୟୋଜିତ ସାଧାରଣ ସଭାରେ ପହଞ୍ଚôଥିଲା । ସେଠାରେ ତଳକିଆ ସମିତି ସଭ୍ୟ ତଥା ବିଜଦ ଯୁବ ନେତା ଅଶୋକ ପ୍ରଧାନଙ୍କ ସଭାପତିତ୍ୱରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନବୀନ ସରକାର ଏକ ସ୍ୱଚ୍ଛ ସରକାର ତଥା ଓଡ଼ିଶାରେ ଦୁର୍ନୀତିକୁ ମୂଳ ଉତ୍ପାଟନ କରିବା ପାଇଁ ୫ଟି ପଦକ୍ଷେପ ନେଇଛନ୍ତି ।
ଏହି ଅବସରରେ ବିଜଦର ସଭ୍ୟ ସଂଗ୍ରହ ଅଭିଯାନରେ ଆଧାର କାର୍ଡ଼ର ଉପଯୋଗିତା ବିଷୟରେ ଆଲୋକପାତ କରି କହିଥିଲେ ଯେ ଅନେକ ଦୁର୍ନୀତିଖୋର ସରକାରୀ ସହାୟତା ନେଇ ଲାଭଖୋର ହୋଇଛନ୍ତି,ତା’ର ସମାପ୍ତ କରାଯାଉଛି । ଶେଷରେ ମନ୍ତ୍ରୀ ଶ୍ରୀ ପାଣିଗାହୀ ଔପଦା ବସଷ୍ଟାନ୍ଦ ଠାରୁ ସ୍ଥାନୀୟ ନୋଡ଼ାଲ ହାଇସ୍କୁଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଘୋଷଣା କରିଥିବା ବେଳେ ସଭ୍ୟ ସଂଗ୍ରହ ପାଇଁ ଫର୍ମ ପୂରଣ ମଧ୍ୟ କରିଥିଲେ ।
ଏହି ସଭାରେ ବିଜଦର ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ନବୀନ ସରକାର କାମରେ ବିଶ୍ୱାସ କରେ । ରାଜ୍ୟରେ ଦୀର୍ଘ ୨୦ ବର୍ଷ ଧରି ଶାସନ କରୁଥିବା ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି କ୍ରମେ ବିଜୁ ଜନତା ଦଳ ସରକାର ବହୁ ପଦକ୍ଷେପ ନେଇଛନ୍ତି । ତେଣୁ ଏହି ଅଭିଯାନକୁ ସଫଳ କରିବା ପାଇଁ ଆହ୍ୱାନ ଦେବା ସଙ୍ଗେ ମୁଖ୍ୟମନ୍ତ୍ରୀ ମୋ ସରକାର ଯୋଜନା କରି ପ୍ରତି ବ୍ୟକ୍ତି ଯେପରି ସରକାରଙ୍କ ଯୋଜନାରେ ବଞ୍ଚôତ ନ ହୁଅନ୍ତି ଏଥିପାଇଁ ଉଚ୍ଚସ୍ତରୀୟ ତଦନ୍ତ ଚାଲିବା ସହ ୫ଟି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*