ବିଖ୍ୟାତ କ୍ୟୁରେଟର ଦଲଜିତ୍‌ଙ୍କୁ ସମ୍ମାନିତ କଲେ ବିରାଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ମୋହାଲି

ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଆରମ୍ଭ ହେବା ଆଗରୁ ଦେଶର ଅନ୍ୟତମ ପ୍ରସିଦ୍ଧ ପିଚ୍‌ ପ୍ରସ୍ତୁତକାରୀ ଦଲଜିତ୍‌ ସିଂଙ୍କୁ ସମ୍ମାନିତ କରିଛନ୍ତି ଅଧିନାୟକ ବିରାଟ କୋହଲି । ଭାରତୀୟ କ୍ରିକେଟ ବୋର୍ଡର ମୁଖ୍ୟ କୁ୍ୟରେଟର ଭାବରେ ଦଲଜିତ୍‌ଙ୍କ ଯୋଗଦାନ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି । ପ୍ରାୟ ୨୨ ବର୍ଷ ଧରି ଦେଶରେ ଉନ୍ନତ ପିଚ୍‌ ପ୍ରସ୍ତୁତ କାମରେ ଚୁପ୍‌ଚାପ୍‌ ଲାଗି ରହିଛନ୍ତି ଦଲଜିତ୍‌ । ବୁଧବାରର ମୋହାଲି ମ୍ୟାଚ୍‌ ତାଙ୍କର ଶେଷ କୁ୍ୟରେଟର ଭାବେ କାର୍ଯ୍ୟ ହେବାକୁ ଯାଉଛି । ଏହା ସହ ସେ କ୍ରିକେଟ ବୋର୍ଡର ପିଚ୍‌ କମିଟିରୁ ମଧ୍ୟ ଅବ୍ୟାହତ ନେବାକୁ ଯାଉଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*