ବିକାଶ ଆବାସିକ ବିଦ୍ୟାଳୟରେ ନବମ ବାର୍ଷିକ ଉତ୍ସବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ସୋମବାର ଭୁବନେଶ୍ୱର ଉପକଣ୍ଠସ୍ଥିତ ବିକାଶ ଆବାସିକ ବିଦ୍ୟାଳୟରେ ମହାସମାରୋହ ସହିତ ନବମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ଇତ୍ୟବସରରେ ମୁଖ୍ୟ ଅତିଥିଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାସ ଯୋଗ ଦେଇଥିବାବେଳେ ସମ୍ମାନୀୟ ଅତିଥି ଭାବେ ପି. ରବିକିରଣ ଋଣ ପରିଶୋଧ ନିୟାଧିକରଣର ଅଧିକ୍ଷକ (ଅର୍ଥ ମନ୍ତ୍ରଣାଳୟ, ଆର୍ଥନୀତିକ ସେବା ବିଭାଗ) ଉତ୍ସବରେ ସାମିଲ୍‌ ହୋଇଥିଲେ । ଡିନ୍ ପିତାମ୍ୱର ଦାସ ସା୍ୱଗତ ସମ୍ଭାଷଣ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଅଧ୍ୟକ୍ଷ ଆର୍. ବିଜୟ କୁମାର ଓ ଅଧ୍ୟକ୍ଷା ବିଜୟାଲକ୍ଷ୍ମୀ ଦାସ ସ୍ୱାଗତ ସମ୍ବର୍ଦ୍ଧନା ସମେତ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରି ସଭା କାର୍ଯ୍ୟକୁ ଆଗେଇ ନେଇଥିଲେ । ମୁଖ୍ୟ ଅତିଥି ସମୀରରଞ୍ଜନ ଦାସ ଅଭିଭାଷଣ ଜରିଆରେ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କ୍ଷେତ୍ରରେ ଶାରୀରିକ, ମାନସିକ, ବୈଷୟିକ, ନୈତିକ ତଥା ଆଧ୍ୟାତ୍ମିକ ଶିକ୍ଷାର ଆବଶ୍ୟକତା ଅଛି ବୋଲି ମତ ପ୍ରକାଶ କରିଥିଲେ । ସମ୍ମାନୀୟ ଅତିଥି ପି. ରବିକିରଣ ଆଜିର ନିଷ୍ପାପ, ନିଷ୍କଳଙ୍କ ଏବଂ ନିଃସ୍ୱାର୍ଥପର ଛାତ୍ରଛାତ୍ରୀମାନେ ହିଁ ଦେଶର ଭବିଷ୍ୟତ ଏବଂ ଆଦର୍ଶ ଦେଶ ଗଠନର କର୍ଣ୍ଣଧାର ବୋଲି କହିଥିଲେ । ବିକାଶର ପରିଚାଳନା ନିଦେ୍ର୍ଦଶକ ଜି. ଭାସ୍କର ରାଓ ଛାତ୍ରଛାତ୍ରୀମାନେ ନିଷ୍ଠାପର, ଏକାଗ୍ରତା ତଥା ଆନ୍ତରିକତାର ସହିତ କାର୍ଯ୍ୟ କଲେ, ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହିଁ ଅବଶ୍ୟମ୍ଭାବି ବୋଲି ମତପ୍ରକାଶ କରିଥିଲେ । ବିକାଶର ପ୍ରଶାସନିକ ନିଦେ୍ର୍ଦଶକ ଡି ନାଗେଶ ରାଓ ଛାତ୍ର ଜୀବନରେ ସଦାଚାର, ଶିଷ୍ଟାଚାର, ଶୃଙ୍ଖଳା ଓ ବିଜ୍ଞାନ ତଥା କ୍ରୀଡାର ଆବଶ୍ୟକତା ସଙ୍ଗେ ସଙ୍ଗେ ଛାତ୍ର ଜୀବନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆବଶ୍ୟକତା ଆଧାରିତ ଅଭିଭାଷଣ ପ୍ରଦାନ କରିଥିଲେ । ପରବର୍ତୀ ପର୍ଯ୍ୟାୟରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ପାଇଥିବା ଛାତ୍ରଛାତ୍ରୀମାନେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ଏହି ଅବସରରେ ବିକାଶ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସ୍ର ସଭାପତି ଡି. ମୂରଲୀକ୍ରୀଷ୍ଣା ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥିଙ୍କୁ ସମ୍ୱର୍ଦ୍ଧନା ଫଳକ ପ୍ରଦାନ କରି ତାଙ୍କ ବହୁ ମୂଲ୍ୟ ସମୟ ଦାନ ପୂର୍ବକ ଉପସ୍ଥିତ ହୋଇଥିବା କାରଣରୁ ଧନ୍ୟବାଦ ଜଣାଇଥିଲେ । ଶେଷରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*