ବିଏସ୍‌ଏଫ୍‌ କିଣିବ ଆଣ୍ଟି ଡ୍ରୋନ୍‌ ସିଷ୍ଟମ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଭାରତୀୟ ସୀମାରେଖାରେ ପାକିସ୍ତାନ ଡ୍ରୋନ୍‌ର ମୁକାବିଲା କରିବା ପାଇଁ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ଆଣ୍ଟି ଡ୍ରୋନ୍‌ ସିଷ୍ଟମ୍‌ କିଣିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଚଳିତ ମାସ ୧୦ ତାରିଖରେ ବିଏସ୍‌ଏଫ୍‌ର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥିସହିତ ପଞ୍ଜାବ ସୀମାରୁ ଏଇ ନିକଟରେ ପାକିସ୍ତାନ ଡ୍ରୋନ୍‌ର ପ୍ରବେଶ ଘଟଣାକୁ ନଜରରେ ରଖି ସରକାର ବର୍ତ୍ତମାନ ଏହି ଟେନ୍ଦର ଜାରି କରିଛନ୍ତି । ବିଏସ୍‌ଏଫ୍‌ ଅଧିକାରୀଙ୍କ ସୂଚନା ମୁତାବକ, ସେମାନଙ୍କୁ ୧୦ କିଲୋମିଟର ରାଡାରରେ ଯେକୌଣସି ସନ୍ଦିଗ୍ଧ ଡ୍ରୋନ୍‌କୁ ଟ୍ରାକ୍‌ କରିବାର କ୍ଷମତା ଥିବା ଆଣ୍ଟି ଡ୍ରୋନ୍‌ ସିଷ୍ଟମ୍‌ର ଆବଶ୍ୟକତା ରହିଛି । ଯାହା ୩୬୦ ଡିଗ୍ରୀ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବ ଏବଂ ଦନିରାତି ନଜର ରଖିପାରିବ ।
ସରକାରୀ ସୁତ୍ରରୁ ଜଣାପଡ଼ିଛି ଯେ, ଭାରତୀୟ ସୀମାରେଖାରେ ପ୍ରବେଶ କରୁଥିବା ସନ୍ଦିଗ୍ଧ ଡ୍ରୋନ୍ଗୁଡ଼ିକୁ ନଷ୍ଟ କରିବା ଲାଗି ସେଠାରେ ମୁତୟନ ଥିବା ସୁରକ୍ଷା ବଳଙ୍କୁ ଅନୁମତି ଦିଆଯାଇଛି । ଫଳରେ ୧୦୦୦ ଫୁଟ୍ ଏବଂ ଏହାଠାରୁ ତଳକୁ ଉଡୁଥିବା ଡ୍ରୋନ୍କୁ ନଷ୍ଟ କରାଯିବ । ଯଦ୍ଦ୍ୱାରା ସୀମାରେ ଯଦି ପାକିସ୍ତାନର କୌଣସି ଡ୍ରୋନ୍‌ ୧୦୦୦ଫୁଟ୍‌ ଉଚ୍ଚତାରେ ଉଡୁଥିବା ଦେଖିବାକୁ ମିଳେ, ତେବେ ଭାରତୀୟ ସୁରକ୍ଷା ବଳ ଏହାକୁ ନଷ୍ଟ କରିପାରିବେ । ସୂଚନା ଥାଉ ଯେ, ଏଇ ନିକଟରେ ପାକିସ୍ତାନୀ ସେନାର ସହାୟତାରେ ଆତଙ୍କୀ ସଙ୍ଗଠନଗୁଡ଼ିକ ଡ୍ରୋନ ସହାୟତାରେ ପଞ୍ଜାବ ପ୍ରାନ୍ତରେ ଅସ୍ତ୍ରଶସ୍ତ୍ର ଓ ଗୋଳବାରୁଦ ପଠାଉଥିବା ମାମଲା ପଦାକୁ ଆସିଥିଲା । ଯାହା ପରେ ଭାରତୀୟ ସୁରକ୍ଷା ବଳକୁ ସୀମାରେ ସନ୍ଦିଗ୍ଧ ଡ୍ରୋନ୍‌କୁ ନଷ୍ଟ କରିବା ଲାଗି ମଞ୍ଜୁରୀ ଦିଆଯାଇଛି । ଜମ୍ମୁ ଓ କାଶ୍ମୀର ଏବଂ ପଞ୍ଜାବ ପ୍ରାନ୍ତ ପାକିସ୍ତାନ ସୀମାରେ ଭାରତୀୟ ସେନା ଏବଂ ସୀମା ସୁରକ୍ଷା ବଳର ଯବାନମାନେ ମୁତୟନ ହୋଇଛନ୍ତି । ବିଏସ୍‌ଏଫ୍‌ର ଯବାନ ବହୁବାର ପାକିସ୍ତାନୀ ଡ୍ରୋନ୍‌କୁ ଭାରତୀୟ ସୀମାରେଖା ପାର୍‌ କରୁଥିବା ଦେଖିବାକୁ ପାଇଥିଲା ବେଳେ ବହୁବାର ଯବାନଙ୍କୁ ଦେଖି ପୁନଶ୍ଚ ଫେରି ପଳାଉଥିବା ଦେଖିବାକୁ ପାଇଛନ୍ତି । ଅକ୍ଟୋବର ୮ ତାରିଖରେ ପାକିସ୍ତାନ ପକ୍ଷରୁ ଏକ ଡ୍ରୋନ୍ ପଞ୍ଜାବର ହୁସୈନିୱାଳା କ୍ଷେତ୍ରରେ ଭାରତ-ପାକିସ୍ତାନ ସୀମାରେଖା ନିକଟରେ ଥିବା ଦୁଇ ଗ୍ରାମ ଉପରେ ଉଡୁଥିବା ଦେଖିବାକୁ ମିଳିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*