ବିଏସ୍ଏନ୍ଏଲର ଘରୋଇକରଣ ଚକ୍ରାନ୍ତ ପ୍ରତିବାଦରେ ଆଲୋଚନା ସଭା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କଟକ

ଜଗତିକରଣ ଓ ଉଦାରିକରଣ ଭଳି ସ୍ମୃତିମଧୁର ଶବ୍ଦ ପ୍ରୟୋଗ କରି ଇତିମଧ୍ୟରେ ଦେଶର ଅତ୍ୟାବଶ୍ୟକ ତଥା ଜରୁରୀ ସେବାଗୁଡିକୁ ଲାଭଖୋର ଘରୋଇ କମ୍ପାନୀ ହାତକୁ ଟେକି ଦିଆଯାଇଛି । ପ୍ରତିବଦଳରେ କମ୍ପାନୀମାନେ ଶାସକଦଳମାନଙ୍କ ନିର୍ବାଚନ ପାଣ୍ଠିକୁ ପ୍ରଚୁର ଅର୍ଥ ଦେଉଛନ୍ତି । ପ୍ରଥମେ ରାଷ୍ଟ୍ରାୟତ୍ତ ଅନୁଷ୍ଠାନକୁ ଦୁର୍ବଳ କରି ବଦନାମ୍ କରାଯାଉଛି ଓ ଘରୋଇ କମ୍ପାନୀ ଦକ୍ଷତାର ସହ ସେବା ଦେବ ବୋଲି ଅପପ୍ରଚାର କରି ରାଷ୍ଟ୍ରସଂପତ୍ତିକୁ କମ୍ପାନୀ ହାତରେ ଟେକି ଦିଆଯାଉଛି । ବିଏସ୍ଏନ୍ଏଲ୍ ସଞ୍ଚାର କ୍ଷେତ୍ରରେ ଏକ ବିପ୍ଳବ ସୃଷ୍ଟିକାରୀ ଜାତୀୟ ସଂସ୍ଥା । ସରକାର ନିଜେ ଏହାକୁ ୪ଏ ସ୍ପେକ୍ଟ୍ରମରୁ ବଞ୍ଚିତ କରି ତାକୁ ଦିନକୁ ଦିନ ଦୁର୍ବଳ କରୁଛନ୍ତି । ବିଭିନ୍ନ ଜନବହୁଳ ଅଞ୍ଚଳରେ ବିଏସ୍ଏନ୍ଏଲ ନେଟୱାର୍କ ଯୋଜନାବଦ୍ଧ ଭାବେ ଅଚଳ କରାଯାଉଛି । କର୍ମଚାରୀ ଛଟେଇ କରାଯାଉଛି ଓ ଅବଶେଷରେ ବିଏସ୍ଏନ୍ଏଲ୍‌କୁ ଏକ ବିବାଦୀୟ, ଦେୱାଳିଆ ଶତ୍ରୁଦେଶସହ ବ୍ୟବସାୟରେ ବନ୍ଧା ଏକ ଫଟକାବାଜ କମ୍ପାନୀ ହାତରେ ସମର୍ପି ଦେବାର ସମସ୍ତ ବ୍ୟବସ୍ଥା କରାଯାଇଛି । ଦେଶ ବର୍ତ୍ତମାନ ଆର୍ଥିକ ଓ ସୁରକ୍ଷା ସଂକଟ ମଧ୍ୟରେ ଗତି କରୁଥିବାବେଳେ ବିଏସ୍ଏନ୍ଏଲ୍ ଭଳି ଜରୁରୀ ସେବାକାରୀ ଜାତୀୟ ଅନୁଷ୍ଠାନକୁ ଦୁର୍ବଳ କିମ୍ବା ଘରୋଇକରଣ କରିବା ଏକ ଜନବିରୋଧୀ ଉଦ୍ୟମ । ଏଥିରୁ କ୍ଷାନ୍ତ ରହିବାକୁ ବିଶିଷ୍ଟ ନାଗରିକ, ଉପଭୋକ୍ତା ଓ କର୍ମଚାରୀ ପ୍ରତିନିଧିମାନଙ୍କର ମିଳିତ ଆଲୋଚନା ସଭାରେ କେନ୍ଦ୍ର ସରକାରଙ୍କୁ ସର୍ବସମ୍ମତ ପ୍ରସ୍ତାବ ଦିଆଯାଇଛି । ମହାନଗର ନାଗରିକ ମଞ୍ଚର ଆବାହକ ଚିତ୍ତରଂଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଶ୍ରୀଚରଣ ମହାନ୍ତି, ସତ୍ୟ ରାୟ, ଯୁଗଳ କିଶୋର ନାୟକ, ବିଶ୍ୱାବସୁ ଦାସ, ଅକ୍ଷୟ ଦାସ, ଖଗେଶ୍ୱର ସେଠୀ, ପରିକ୍ଷୀତ ମିଶ୍ର, ଡଃ ବିଶ୍ୱଜିତ, ଡଲି ଦାସ, କିଶୋର ଜେନା, ଲକ୍ଷ୍ମୀଧର ମହାନ୍ତି, ଏନାମୂଲ୍ ହକ୍, ଅକ୍ଷୟ ରାଉଳ, ବସନ୍ତ ନାୟକ, ସିଦ୍ଧାର୍ଥ ରଥ ଏବଂ ଗୀତା ଦାସ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣକରି ଘରୋଇକରଣକୁ ବିରୋଧକରି ଓ ଜାତୀୟ ସଂପତ୍ତିର ସୁରକ୍ଷା ପାଇଁ ମତ ରଖିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*