ବାୟୁରେ ସଂକ୍ରମିତ କରୋନାକୁ ଖତମ୍‌ କରିବ ମଶା ମାରୁଥିବା ର୍ୟାକେଟ୍‌, ନାମ ଏବିସିଡି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମୋହାଲି

କରୋନା ଭାଇରସର ସଂକ୍ରମଣ ବଢିବାରେ ଲାଗିଛି । ଏବେ ଏହା ବାୟୁରେ ମଧ୍ୟ ସଂକ୍ରମିତ ହେଉଥିବା କୁହାଯାଉଛି । ସଂକଟର ଏହି ସମୟରେ ଇନ୍ଦିଆନ୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ସାଇନ୍ସ ଏଜୁକେଶନ ଆନ୍ଦ ରିସର୍ଚ୍ଚ ମୋହାଲିର ବୈଜ୍ଞାନିକ ଡକ୍ଟର ସମ୍ରାଟ ଘୋଷ ଆଗକୁ ଆସିଛନ୍ତି । ତାଙ୍କ କହିବା ଅନୁସାରେ ଘରେ ମଶା ମାରିବା ପାଇଁ ବ୍ୟବହାର ହେଉଥିବା ର୍ୟାକେଟ ମାଧ୍ୟମରେ କରୋନାକୁ ବାୟୁରୁ ଏନ୍‌କାଉଣ୍ଟର କରିଦେବ ।
ଡ. ଘୋଷ ଏହାକୁ ପୋର୍ଟେବଲ୍‌ ମୋବାଇଲ୍‌ କରୋନା ଡିସ୍‌ଚାର୍ଜ ବୋଲି ଉଲ୍ଲେଖ କରିଛନ୍ତି । ସେ ଏହାର ନାମ ରଖିଛନ୍ତି ଏବିସିଡି, ଅର୍ଥାତ୍‌ ଏୟାର ବନ୍‌ କରୋନା ଡେଷ୍ଟ୍ରୟର । ଏ ସମ୍ପର୍କରେ ସେ ଏକ ପତ୍ର ମଧ୍ୟ ଭାରତ ସରକାରଙ୍କୁ ଲେଖିଛନ୍ତି । ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ମାସ୍କ ବ୍ୟବହାର କରି ଆମେ କରୋନାରୁ ନିରାପଦ ରହିପାରିବା । ହେଲେ ଯେତେବେଳେ ଆମ ଘର କିମ୍ବା ଅଫିସର ବାୟୁରେ କରୋନା ରହିବ ସେତେବେଳେ ଆମେ ବଞ୍ଚିବା କିପରି? ଏନେଇ ମୁଁ ଅନେକ ଗବେଷଣା କରିଛି ଏବଂ ପଦାର୍ଥ ବିଜ୍ଞାନର କରୋନା ଡିସଚାର୍ଜ ଥିଓରିକୁ ଅନୁଧ୍ୟାନ କରିଛି । ମୋ ମନରେ ଏହି ସମୟରେ ଘରେ ମଶା ମାରୁଥିବା ର୍ୟାକେଟ କଥା ଆସିଲା ।
ଡ. ଘୋଷ କହିଛନ୍ତି ଯେ, ର୍ୟାକେଟରେ ପ୍ରଥମେ କରୋନା ଡିସ୍‌ଚାର୍ଜ (ସାଢେ ୩ ହଜାର ଭୋଲଟେଜ୍‌) ପ୍ରସ୍ତୁତ କରାଯାଇଥାଏ । ଯେତେବେଳେ ବାୟୁ ମନ୍ଦଳରେ ଥିବା ଅକ୍ସିଜେନ୍‌ ଏହି କରୋନା ଡିସ୍‌ଚାର୍ଜ ସମ୍ପର୍କରେ ଆସିଥାଏ ସେତେବେଳେ ଅକ୍ସିଜେନ୍‌ ଓଜନରେ ପରିବର୍ତ୍ତିତ ହୋଇଥାଏ । ବିଶେଷଜ୍ଞଙ୍କ ଯୁକ୍ତି ଯେ, ଓଜୋନ ସିଧାସଳଖ କରୋନାକୁ ଏନକାଉଣ୍ଟର କରିବାରେ ସକ୍ଷମ । ଡ. ଘୋଷଙ୍କ କହିବା ଅନୁସାରେ କରୋନାର ଅଧିକ ବିପଦ ବାଥ୍‌ରୁମ୍‌ରେ ରହିଥାଏ । ତେଣୁ ବାଥରୁମ୍‌କୁ ପରିସ୍କାର ପରିଚ୍ଛନ୍ନ ରଖିବା ଦରକାର । ବାଥରୁମ୍‌ ଯିବା ପୂର୍ବରୁ ମଶା ମାରୁଥିବା ର୍ୟାକେଟକୁ ଅତି କମ୍‌ରେ ୫ ମିନିଟ୍‌ ସେହି ଘର ଭିତରେ ବୁଲାନ୍ତୁ । ଏହା ସମ୍ପର୍କରେ ଆସିଲେ ଯଦି ଭାଇରସ୍‌ ଥିବ ତେବେ ଶେଷ ହୋଇଯିବ । ର୍ୟାକେଟ ବୁଲାଇବା ପରେ ବାଥ୍‌ରୁମ୍‌ ଏକଜେଷ୍ଟ ଫ୍ୟାନକୁ ଚଲାନ୍ତୁ । ମାତ୍ର ୧୫୦ ଟଙ୍କାରେ ଏହି ର୍ୟାକେଟ ଉପଲବ୍ଧ ଥିବାରୁ ସମସ୍ତଙ୍କ ପାଇଁ ବ୍ୟବହାର କରିବା ସହଜ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*