“ବାହାରୋଁ ଫୁଲ୍ ବରଷାଓ ମେରା ମେହବୁବ୍ ଆୟା ହୈ……’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଅଭୟ କୁମାର ଦାସ

“ବାହାରୋଁ ଫୁଲ୍ ବରଷାଓ ମେରା ମେହବୁବ୍ ଆୟା ହୈ, ହାୱାଓଁ ରାଗିନୀ ଗାଓ ମେରା ମେହବୁବ୍ ଆୟା ହୈ….’ ହସରତ୍ ଜୟପୁରୀଙ୍କ ରଚିତ ଏହି ଗୀତଟିର ସ୍ୱରକାର ଥିଲେ ଶଙ୍କର ଜୟକିଶନ ଓ ମହମ୍ମଦ ରଫି ଏଥିରେ କଣ୍ଠଦାନ କରିଥିଲେ । ୧୯୬୬ରେ ସେ ସମୟରେ ପ୍ରେମୀଯୁଗଳଙ୍କ ଭିତରେ ଉନ୍ମାଦ ଝଡ଼ ସୃଷ୍ଟି କରିଥିବା ଚଳଚ୍ଚିତ୍ର “ସୁରଜ’ର ଉପରୋକ୍ତ ଗୀତ ବାସ୍ତବିକ କାଳଜୟୀ । ଏହି ଗୀତ ଦୃଶ୍ୟରେ ପ୍ରେମୀଯୁଗଳ ଥିଲେ ରାଜେନ୍ଦ୍ର କୁମାର ଓ ବୈଜୟନ୍ତୀମାଳା । ତେବେ ୧୯୮୧ରେ “ଏକ ଦୁଜେ କେ ଲିୟେ’ ଜବରଦସ୍ତ ହିଟ୍‌ ହୋଇ ସିନେମା ହଲ୍ର ଖଡ଼ିକିକୁ ଟାଣି ଆଣିଥିଲା ଅସଂଖ୍ୟ ପ୍ରେମପକ୍ଷୀମାନଙ୍କୁ । “ହମ ବନେ ତୁମ୍ ବନେ ଏକ ଦୁଜେ କେ ଲିୟେ…’ ଗୀତିକାର ଆନନ୍ଦ ବକ୍ସିଙ୍କ ରଚିତ ଏହି ସ୍ମରଣୀୟ ପ୍ରେମଗୀତର ସ୍ୱର ସଯୋଜନା କରିଥିଲେ କିମ୍ବଦନ୍ତୀ ସଂଗୀତ ଯୋଡ଼ି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ । ଲତା ମଙ୍ଗେସକର ଓ ଏସ୍.ପି ବାଲସୁଭ୍ରମନ୍ୟମଙ୍କ ଏହି ଅଭୁଲା ସଂଗୀତର ଯାଦୁକାରୀ ଅଭିନୟ କରିଥିଲେ ସାଉଥ ସୁପରଷ୍ଟାର କମଲ ହାସନ ଓ ସୁନ୍ଦରୀ ରତି ଅଗ୍ନିହୋତ୍ରୀ । ହିନ୍ଦୀ ଚଳଚ୍ଚିତ୍ର “ସିଲସିଲା’ର ଅଭୁଲା ପ୍ରେମଗୀତଟି ଥିଲା “ଏ ରାତ ହୈ ୟା ତୁମ୍ହାରୀ ଜୁଲ୍ଫେଁ ଖୁଲି ହୁଇ ହୈ, ୟେ ଚାନ୍ଦନୀ ତୁମ୍ହାରୀ ନଜରୋଁ ସେ ମେରୀ ରାତେ ଧୁଲୀ ହୁଇ ହୈ, ୟେ ଚାନ୍ଦ ହୈ ୟା ତୁମ୍ହାରା ଆଁଚଲ୍ ହୱା କା ଝୋଁକା ହୈ ୟା ତୁମ୍ହାରୀ ବଦନ କୀ…’ ଅମିତାଭ ଓ ରେଖାଙ୍କ ଅଭିନୀତ ଏହି ସିନେମା ଏବେ ବି ଭାରତର ସ୍ମରଣୀୟ କିମ୍ବଦନ୍ତୀ ସିନେମା ଭିତରେ ଅନ୍ୟତମ । ୧୯୫୫ରେ ଦିଲ୍ଲୀପ କୁମାର ଓ ବୈଜୟନ୍ତୀମାଳାଙ୍କ ଅଭିନୟକୁ ନେଇ ମୁକ୍ତିଲାଭ କରିଥିଲା ଚର୍ଚ୍ଚିତ ଚଳଚ୍ଚିତ୍ର “ଦେବଦାସ’ । ୨୦୦୨ରେ ଏହା ପୁନର୍ବାର ଶାହ୍‌ରୁଖ ଖାନ ଐଶ୍ୱର୍ଯ୍ୟା ରାୟଙ୍କ ସହ ମାଧୁରୀ ଦୀକ୍ଷିତ ମଧ୍ୟ ମୁଖ୍ୟ ଅଭିନୟରେ ଥିଲେ ।
୧୯୭୦ରେ ତିଆରି ହୋଇଥିବା ବଙ୍ଗଳା ସିନେମା “ନିଶି ପଦ୍ମା’ର ହିନ୍ଦୀ ରିମେକ୍ ହୋଇଥିଲା ୧୯୭୨ ମସିହାରେ । ଏହାର ଟାଇଟେଲ ସଙ୍ଗୀତଟି ଥିଲା “ଅମର ପ୍ରେମ’ । ୧୯୭୩ରେ “ବବି’ ସିନେମା ସେ ସମୟର ନୂଆ ପାଦ ଥାପିଥିବା ଟିନ୍ଏଜେ ପ୍ରେମିକ ପ୍ରେମିକାମାନଙ୍କ ପାଇଁ ଥିଲା ଏକ ପ୍ରକାରର ଛାତି ଧଡ଼କା ପ୍ରେମ ସିନେମା । ଋଷି କାପୁର ଓ ଡିମ୍ପେଲ କାପେଡ଼ିଆଙ୍କ ଯୋଡ଼ି ବେଶ୍‌ ଅଭୁଲା ରହିଥିଲା । ୧୯୮୩ର “ହିମତବାଲା’ ସିନେମାରେ ଜିତେନ୍ଦ୍ର ଓ ଶ୍ରୀଦେବୀଙ୍କ ଆବେଗମୟ ଯୁଗଳବନ୍ଦୀ ପ୍ରେମଯୋଡ଼ି ଏକ ଭିନ୍ନ ପ୍ରେମ କାହାଣୀକୁ ନେଇ ତିଆରି ହୋଇଥିଲା । ପ୍ରେମ ସିନେମାରେ ହିମତ୍ୱାଲା ଏକ ସଫଳ ଚଳଚ୍ଚିତ୍ର ଥିଲା । ୧୯୭୪ରେ ମୁକ୍ତିଲାଭ କରିଥିଲା ହିନ୍ଦୀ ଚଳଚ୍ଚିତ୍ର “ଆପ୍ କୀ କସମ୍’ । ରାଜେଶ ଖାନ୍ନା ଓ ମୁମତାଜଙ୍କୁ ନେଇ ଏହି ସିନେମାର ଏକ ସ୍ମରଣୀୟ ଗୀତ ଥିଲା “କର୍ବଟେଁ ବଦଲତେ ରହେ ସାରୀ ରାତ ହମ୍ ଆପ୍କୀ କସମ…’ । ଆନନ୍ଦବକ୍ସିଙ୍କ ରଚିତ ଏହି ଗୀତଟିରେ ଆରଡ଼ି ବର୍ମନ ସଙ୍ଗୀତ ନିଦେ୍ର୍ଦଶନା ଦେଇଥିବାବେଳେ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ଥିଲେ କିଶୋର କୁମାର ଓ ଲତା ମଙ୍ଗେସକର । ୧୯୮୮ରେ ମୁକ୍ତିଲାଭ କରିଥିବା “କୟାମତ୍ ସେ କୟାମତ୍ ତକ୍’ ସିନେମା ବଲିଉଡର ମୋଷ୍ଟଲି ଫେବରିଟ ରୋମାଣ୍ଟିକ ହିରୋ ଅମିର ଖାଁ ଓ ଜୁହି ଚାୱାଲାଙ୍କୁ ନେଇ ତିଆରି ହୋଇଥିଲା । ପ୍ରେମ କାହାଣୀକୁ ନେଇ ଏହି ସିନେମା ଆଜି ବି ଅନେକ ସିନେମା ହଲ୍ରେ ଚାଲୁଛି । ଅନେକ ସଙ୍ଗୀତ ପ୍ରେମୀ ଏବେ ବି ଗୁଣୁ ଗୁଣୁ ହୋଇ ଏକ ପ୍ରେମଗୀତ ଗାଉଥିବାର ଶୁଣିପାରିବେ, ତାହା ହେଉଛି “ମେ ଦୁନିଆ ଭୁଲା ଦୁଙ୍ଗା ତେରି ଚାହତ୍ ମେ, ଓ ଦୁଷ୍ମନ୍ ଜମାନା ମୁଝେ ନା ଭୁଲାନା ମେ ଖୁଦ୍ କୋ ମିଟା ଦୁଙ୍ଗା, ତେରି ଚାହତ୍ ମେ’ । ୧୯୯୦ରେ “ଆସିକ୍’ ସିନେମାର ଏହି ବିରହୀଭରା ପ୍ରେମଗୀତଟି ବାସ୍ତବିକ ସ୍ମରଣୀୟ । କୁମାର ସାନୁ ଓ ଅନୁରାଧା ପୋଢ଼ୱାଲଙ୍କ କଣ୍ଠରେ ସମୀରଙ୍କ ରଚିତ ଏହି ଗୀତଟି ଅଭୁଲା । ନଦିମ୍ ଶ୍ରବଣ ସ୍ୱର ସଂଯୋଜନା କରୁଥିବାବେଳେ ସେ ସମୟରେ ନୂଆ ନୂଆ ପାଦ ଥାପିଥିବା ଯୋଡ଼ି ରାହୁଲ ରାୟ ଓ ଅଭିନେତ୍ରୀ ଅନୁ ଅଗ୍ରୱାଲ ଜବରଦସ୍ତ ଅଭିନୟ କରିଥିଲେ । ୧୯୯୪ର “ଦିଲ୍ୱାଲେ’ ସିନେମାଟି ମଧ୍ୟ ଏକ ପ୍ରେମଯୋଡ଼ିଙ୍କୁ ନେଇ ରୋମାଣ୍ଟିକ୍ ସିନେମା । ଏଥିରେ ଅଭିନୟ କରିଥିଲେ ଅଜୟ ଦେବଗନ୍ ଓ ରବିନା ଟନ୍ଦନ୍ । ଏହାର ଏକ ସ୍ମରଣୀୟ ଗୀତଟି ଥିଲା- “ସାତୋ ଜନମ ମେ ତେରେ ମେ ସାଥ ରହୁଙ୍ଗା ୟାର, ମର୍ ଭି ଗୟା ତୋ ମେ ତୁଝେ କର୍ତା ରହୁଙ୍ଗା ପ୍ୟାର’ ଗୀତଟି ପ୍ରେମଗୀତର ଏକ ଅନନ୍ୟ ସ୍ମରଣୀୟ ଉଦାହରଣ । ୧୯୯୯ରେ ମୁକ୍ତିଲାଭ କରିଥିଲା ହିନ୍ଦୀ ସିନେମା “ହମ୍ ଦିଲ୍ ଦେ ଚୁକେ ସନମ୍’ । ଅଜୟ ଦେବଗନ୍, ସଲମନ ଓ ଐଶ୍ୱର୍ଯ୍ୟାଙ୍କୁ ନେଇ ଏହି ସିନେମାଟି ବେଶ୍‌ ବଳିଷ୍ଠ କାହାଣୀଭରା ଥିଲା । ୨୦୦୨ର “ହମ୍ ତୁମ୍ହାରେ ସନମ୍’ରେ ଶାହ୍‌ରୁଖ ଖାନ୍‌ ଓ ମାଧୁରୀ ଦିକ୍ଷୀତ ପ୍ରେମଯୋଡ଼ି ସାଜିଥିଲାବେଳେ ୨୦୧୩ରେ “ଆସିକ୍-୨’ରେ ପ୍ରେମଯୋଡ଼ି ଥିଲେ ଆଦିତ୍ୟ କାପୁର ଓ ଶ୍ରଦ୍ଧା କାପୁର । ଏହି ସିନେମାଟି ମଧ୍ୟ ଭଲ ବିଜିନେସ କରିଥିଲା ।
ପ୍ରେମ ସିନେମା କେବଳ ସେ ସମୟରେ ନୁହେଁ ଆଜିବି ଭାରତୀୟ ହିନ୍ଦୀ ହେଉ ବା ପ୍ରାଦେଶିକ, ଓଡ଼ିଆ ସିନେମା ମଧ୍ୟ ପ୍ରେମ କାହାଣୀ ଭରା ରହିଲେ ଭଲ ବ୍ୟବସାୟ କରୁଛି । ପ୍ରେମର କଥା ଉଠିଲେ ରୋମିଓ ଜୁଲିଏଟ୍ଙ୍କଠାରୁ ଲୈଲା ମଜନୁ ଏମିତି ଅନେକ ପ୍ରେମୀଯୋଡ଼ି ଆମମାନଙ୍କ ଚିନ୍ତା ଭାବନାକୁ ଚାଲି ଆସନ୍ତି । ସେମାନଙ୍କ ପ୍ରେମ ସହ ସିନେମାରେ ପ୍ରେମ କାହାଣୀ ଭରା ସଫଳ ସିନେମା ମଧ୍ୟ ଭାରତୀୟ ସିନେମା ଦର୍ଶକଙ୍କୁ ହଲ୍କୁ ଟାଣିବାକୁ ସକ୍ଷମ ହେଉଛି । ପ୍ରେମ କାହାଣୀ ଭରା ଚଳଚ୍ଚିତ୍ର ହୃଦୟ ଛୁଉଁଛି ମଧ୍ୟ ଏବଂ ଏହି ପ୍ରେମର ଶିହରଣ ବା ପୁଲକ ଜୀବନର ଭିନ୍ନ ଏକ ଅନୁଭବ ନିଶ୍ଚୟ । ପ୍ରେମକୁ ନେଇ କଲମଠାରୁ ଚିତ୍ର, ଯାଦୁର କଣ୍ଠଠାରୁ ମହାଭାରତର ଯୁଦ୍ଧ ଦୁନ୍ଦୁଭି ମଧ୍ୟ । ପ୍ରେମର ଅମରତ୍ୱ ସିନେମାକୁ ମଧ୍ୟ ଗୀତିଶୀଳ ଓ ସଫଳ କରିଛି ।

ଓଡ଼ିଆ ପ୍ରେମ ଚଳଚ୍ଚିତ୍ର “କେଦାର ଗୌରୀ’
କେବଳ ହିନ୍ଦୀ ସିନେମା ନୁହେଁ ଓଡ଼ିଆ ସିନେମାରେ ମଧ୍ୟ ଏଯାବତ୍ ପ୍ରେମକାହାଣୀକୁ ନେଇ ଯେତେ ଚଳଚ୍ଚିତ୍ର ତିଆରି ହୋଇଛି ତାହା ଭିତରୁ ଅନେକ ବେଶ୍‌ ସଫଳ ହୋଇଛି ମଧ୍ୟ । ୧୯୫୪ ସେପ୍ଟେମ୍ବର ୨୫ ତାରିଖରେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମାର ସ୍ମରଣୀୟ ଚଳଚ୍ଚିତ୍ର “କେଦାର ଗୌରୀ’ ରାଧା ପିକ୍ଚରସ୍ ବ୍ୟାନରର ଏହି ଚଳଚ୍ଚିତ୍ରର ପ୍ରଯୋଜକ ଥିଲେ ବଳରାମ ଦାସ । ବାଳକୃଷ୍ଣ ଦାସ ଓ ଭୁବନେଶ୍ୱର ମିଶ୍ର ଏହାର ସଙ୍ଗୀତ ନିଦେ୍ର୍ଦଶନା ଦେଇଥିବା ବେଳେ ମନୋରଞ୍ଜନ ଦାସ ଏହାର ସଂଳାପକାର ଥିଲେ । ନିତାଇ ପାଲିତ୍ଙ୍କ ନିଦେ୍ର୍ଦଶିତ ଏହି ସିନେମାର ମୁଖ୍ୟ ଅଭିନେତା କେଦାର ଭୂମିକାରେ ଗୌର ଘୋଷ ଓ ବୀଣା ଦେବୀ ଗୌରୀ ଭୂମିକାରେ ସିନେମାକୁ ଆସିଥିଲେ । ସଂଯୁକ୍ତା ପାଣିଗ୍ରାହୀ, ଧୀର ବିଶ୍ୱାଳ, ନିତାଇ ପାଲିତ୍ ଓ ଗ୍ଲୋରିଆ ମହାନ୍ତି ମଧ୍ୟ ଏଥିରେ ଅଭିନୟ କରିଥିଲେ । ଏହି ସିନେମାଟି ମୂଳଲେଖା ରାଧାନାଥ ରାୟଙ୍କ କାବ୍ୟରୁ ହିଁ ସଂଗ୍ରହ ହୋଇଥିଲା । ୧୭୬ ମିନିଟ୍ର ଏହି ସିନେମାଟି ସେ ସମୟରେ ମଧ୍ୟ ଚହଳ ସୃଷ୍ଟି କରିଥିଲା ।


ଗୋତରା, ମାହାଙ୍ଗା, କଟକ,
ମୋ: ୯୪୩୭୧୪୨୭୧୭

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*