ବାଲେଶ୍ୱର ସହର ପାଇଁ ପ୍ରଦୂଷଣ ଚିନ୍ତା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ବାଲେଶ୍ୱର

ବାଲେଶ୍ୱର ପ୍ରଦୂଷିତ ସହର ତାଲିକାରେ ସ୍ଥାନୀତ ହେବାକୁ ନେଇ ପରବେଶବିତ୍ମାନେ ଉଦବେଗ ପ୍ରକାଶ କରିଛନ୍ତି । ସହରର ତିନି କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ନୁଣିଆଯୋଡ଼ି ଓ ବଳଙ୍ଗ ନଦୀର ଜଳଭନ୍ଦାର ସାଙ୍ଗକୁ ସବୁଜିମା ଭରି ରହିଥିବା ବେଳେ ଏଥିସଂଲଗ୍ନ ପଞ୍ଚାୟତର ବୃକ୍ଷରାଜି ଶୋଭା ପାଉଛି । ବାଲେଶ୍ୱର ସହର ଅତି ପ୍ରଦୂଷିତ ସହର ଘୋଷଣା ହେବା ପରେ ସହର ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ସ୍ଥାନୀୟ ପ୍ରଶାସନ ଓ ପ୍ରଦୂଷଣ ବିଭାଗର ଅବହେଳା ତଥା ଉଦାସୀନତା ପାଇଁ ସହର ପାଶ୍ୱର୍ରେ ଥିବା ଶତାଧିକ ବେଆଇନ୍ ଚିମ୍ନୀ ଇଟାଭାଟି, କଳକାରଖାନାରୁ ଅନିୟନ୍ତ୍ରିତ ନିର୍ଗତ ଧୂଆଁ, ସହର ମଧ୍ୟରେ କୁଢ଼ କୁଢ଼ ଅଳିଆ ଆବର୍ଜନା ତଥା ଗାର୍ବେଜ ଡମ୍ପିଂୟାର୍ଡ ଓ ନିର୍ମାଣାଧୀନ ରାସ୍ତାଘାଟ ଓ ଧୂଳି ବୋଲି ଜନସାଧାରଣ ମତବ୍ୟକ୍ତ କରୁଛନ୍ତି । ଏଭଳି ସ୍ଥିତିରେ ବାଲେଶ୍ୱରର ପରିବେଶ ସୁରକ୍ଷା ଦିଗରେ ଉଚିତ ପଦକ୍ଷେପ ଦାବିରେ ‘ଜଳ ସମ୍ପଦ ଓ ପରିବେଶ ସୁରକ୍ଷା ସମତି’ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଡେପୁଟି କଲେକ୍ଟରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*