ବାଲି ଖାଦାନରେ ପ୍ରଶାସନିକ ତଦନ୍ତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ:ଜେନାପୁର
ଡଙ୍କାରୀ ପରେ ଏବେ ଜେନାପୁର ବାଲି ଖାଦାନ ଉପରେ ଗ୍ରୀନ ଟ୍ରିବୁ୍ୟନାଲର ନିଦେ୍ର୍ଦଶକ୍ରମେ ବୁଧବାର ପ୍ରଶାସନିକ ତଦନ୍ତ କରାଯାଇଛି । ଖବରରୁ ପ୍ରକାଶ, ଜେନାପୁର ବାଲି ଖାଦାନରୁ ବର୍ଷ ବର୍ଷ ଧରି ବାଲି ହରିଲୁଟ ଚାଲିଛି । ପ୍ରତ୍ୟେକ ଦିନ ସମସ୍ତ ପ୍ରକାର ସରକାରୀ ନିୟମ କାନୁନକୁ ଦଳି ମକଚି ଶହ ଶହ ହାଇୱାରେ ବାଲି ଚାଲାଣ କରାଯାଉଛି । ଏହି ବାଲି ଚାଲାଣର ଚେର ସୁଦୂର ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଛି । ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବେଧଡକ ବାଲି ଚାଲାଣ ଚାଲିଛି । ଏଥିନେଇ ଗ୍ରୀନ ଟ୍ରିବୁନାଲର ନିଦେ୍ର୍ଦଶକ୍ରମେ ଷ୍ଟେଟ ଇନଭଣ୍ଣମେଂଟ ଆସସମେଂଟ ଅଥରିଟି, କଳିଙ୍ଗ ନଗର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ, ଧର୍ମଶାଳା ତହସିଲଦାର ପ୍ରମୁଖଙ୍କ ଉପସ୍ଥିତିରେ ଜେନାପୁର ବାଲି ଖାଦାନରେ ପ୍ରଶାସନିକ ଦଳ ପହଞ୍ଜô ତଦନ୍ତ କରିଥିଲେ । ତଦନ୍ତ ଚାଲିଥିବା ବେଳେ ବାଲି ଖାଦାନରୁ ପାଲ ଘୋଡା ହୋଇ ନଥିବା ବାଲି ବୋଝେଇ ଗାଡି ଯାଉଥିବାର ଦେଖା ଯାଇଥିଲା । ତେବେ ଗ୍ରୀନ ଟ୍ରିବୁ୍ୟନାଲର ନିଦେ୍ର୍ଦଶକ୍ରମେ ତଦନ୍ତ ହେବାର ଜାଣିପାରି ମାତ୍ର ୫ ଦିନ ହେଲା ବାଲି ଖାଦାନରୁ ସମସ୍ତ ପ୍ରକାର ବଡ ବଡ ମାଟି ଖୋଳା ମେସିନ ଏବଂ ହାଇୱା ଗୁଡିକୁ ହଟାଇ ଦିଆଯାଇଛି । ନିୟମ ଅନୁସାରେ ୩ ମିଟରରୁ ଅଧିକ ଖୋଳା ହେବାର ନଥିଲେ ମଧ୍ୟ ଏଠାରେ ୧୦ ମିଟରରୁ ଅଧିକ ଖୋଳା ହୋଇଛି । ବେଆଇନ ବାଲି ଖନନ ପାଇଁ ନଦୀର ସ୍ରୋତର ଗତିପଥ ବଦଳିବା ଫଳରେ ନଦୀପଠା କଡରେ ଥିବା ଗାଁ ଏବଂ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି । ନିକଟରେ ଥିବା ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ସହ ଧାର୍ମିକ ଅନୁଷ୍ଠାନ ଗୁଡିକ ପ୍ରତି ମଧ୍ୟ ଏହାର କୁପ୍ରଭାବ ପଡୁଥିବା ଅଭିଯୋଗ ହୋଇଛି । ମିଳିତ ତଦନ୍ତ ରିପୋର୍ଟ ପ୍ରସ୍ତୁତ ହେବାପରେ ଗ୍ରୀନ ଟ୍ରିବୁ୍ୟନାଲକୁ ରିପୋର୍ଟ ପ୍ରଦାନ କରାଯିବ । ଆସନ୍ତା ୧୨ ତାରିଖ ପୂର୍ବରୁ ଏହି ରିପୋର୍ଟ ଚୁଡାନ୍ତ ହୋଇ ଗ୍ରୀନ ଟ୍ରିବୁ୍ୟନାଲକୁ ପ୍ରଦାନ କରାଯିବ । ଏହା ପୂର୍ବରୁ କିଛି କହିହେବ ନାହିଁ ବୋଲି କହିଛନ୍ତି କଳିଙ୍ଗନଗର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ପ୍ରମୋଦ କୁମାର ମହାନ୍ତି । ଏଥିନେଇ ଗ୍ରୀନ ଟ୍ରିବୁନାଲରେ ଅଭିଯୋଗ କରିଥିବା ରଂଜିତ କୁମାର ଦୋରା କହିଛନ୍ତି ଯେ, ଏଠାରେ ସମସ୍ତ ପ୍ରକାର ବେଆଇନ କାର୍ଯ୍ୟ କରାଯାଇ ବର୍ଷ ବର୍ଷ ଧରି ସ୍ପଷ୍ଠ ଦିବାଲୋକରେ ବାଲି ଚାଲାଣ ପାଇଁ ସରକାର ପ୍ରତ୍ୟେକ ଦିନ ଲକ୍ଷାଧିକ ଟଙ୍କାର ରାଜସ୍ୱ ହରାଉଛନ୍ତି ଏବଂ ସ୍ଥାନୀୟ ଲୋକେ ମଧ୍ୟ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ନ୍ୟାୟ ନମିଳିଲେ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ସୂଚନା ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*