ବାଲାକୋଟରେ କେତେ ଆତଙ୍କୀ ମରିଥିଲେ, ବୁଧବାର ସୁଦ୍ଧା ଜଣାପଡିବ : ରାଜନାଥ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ
ନୂଆଦିଲ୍ଲୀ

ବହୁ ବିରୋଧୀ ଦଳ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ରେ କେତେ ଆତଙ୍କୀ ପ୍ରାଣ ହରାଇଛନ୍ତି, ସେନେଇ ପ୍ରମାଣ ଦେବାକୁ ଦାବି କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଉକ୍ତ ହମଲାରେ କେତେ ଆତଙ୍କୀ ପ୍ରାଣ ହରାଇଥିଲେ, ତାହାର ସଂଖ୍ୟା ଆଜି ନହେଲେ କାଲି ପ୍ରକାଶ ପାଇବ ବୋଲି କହିଛନ୍ତି । ବାଲାକୋଟସ୍ଥିତ ଜୈଶ ଆତଙ୍କୀ ଆ‡ାରେ ୩୦୦ ମୋବାଇଲ୍‌ ସକ୍ରିୟ ଥିଲା ବୋଲି ଏନଟିଆରଓ ସୂଚନା ଦେବା ପରେ ଉକ୍ତ ଏୟାରଷ୍ଟ୍ରାଇକ୍‌ କରାଯାଇଥିଲା । ଯଦି ବିରୋଧୀ ଦଳ ଆତଙ୍କୀଙ୍କ ମୃତୁ୍ୟ ଖବର ନେଇ ସନେ୍ଦହ ପ୍ରକାଶ କରୁଛନ୍ତି, ତେବେ କଣ ଉକ୍ତ ମୋବାଇଲଗୁଡିକ ଗଛରେ ଟଙ୍ଗା ହୋଇଥିଲା କି? ବୋଲି ରାଜନାଥ ପ୍ରକାଶ କରିଛନ୍ତି । ବିରୋଧ ଦଳ ଷ୍ଟ୍ରାଇକ୍‌କୁ ନେଇ ରାଜନୀତି କରୁଛନ୍ତି । ତେଣୁ ସେମାନେ ଯଦି କେତେ ଆତଙ୍କୀ ମରିଛନ୍ତି, ତାହା ଜାଣିବାକୁ ଚାହାନ୍ତି, ତେବେ ପାକିସ୍ତାନ ଯାଇ ଗଣି ଆସନ୍ତୁ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*