ବାରିପଦା ଅର୍ବାନ ସମବାୟ ବ୍ୟାଙ୍କ ଦୁର୍ନୀତିର ତଦନ୍ତ ନିଦେ୍ର୍ଦଶ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ବାରିପଦା

‘ବାରିପଦା ଅର୍ବାନ ସମବାୟ ବ୍ୟାଙ୍କରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା’ ଶୀର୍ଷକ ତଥ୍ୟ ଭିତ୍ତିକ ଖବର ଗତ ୨୩ ତାରିଖ ଦିନ ‘ନିର୍ଭୟ’ରେ ପ୍ରକାଶ ପାଇଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କ ଲାଇସେନ୍ସ ରଦ୍ଧ କରିବା ପରେ ବାରିପଦା ଅର୍ବାନ ସମବାୟ ବ୍ୟାଙ୍କ ନିଜର ବ୍ୟାଙ୍କ ମାନ୍ୟତା ହରାଇଛି । ଏହା ଏକ ପ୍ରାଥମିକ ସମବାୟ ସମିତିରେ ପରିଣତ ହୋଇଛି । ରାଜ୍ୟ ସମବାୟ ବିଭାଗ ନିବନ୍ଧକ ଓ ଜିଲ୍ଲା ଉପନିବନ୍ଧକଙ୍କ ବିନା ଅନୁମତିରେ ବାରିପଦା ଅର୍ବାନ ସମବାୟ ବ୍ୟାଙ୍କ ସାମଗ୍ରୀ କ୍ରୟ ବଡ଼ ନିଷ୍ପତ୍ତି ଓ ଅଧିକ ଟଙ୍କା ଖର୍ଚ୍ଚ କରିପାରିବେ ନାହିଁ । ଏହା ସତ୍ତ୍ୱେ ରାଜ୍ୟ ସମବାୟ ବ୍ୟାଙ୍କ ନିବନ୍ଧକ ଓ ଜିଲ୍ଲା ଉପନିବନ୍ଧକଙ୍କ ବିନା ଅନୁମତିରେ ବାରିପଦା ଅର୍ବାନ ସମବାୟ ବ୍ୟାଙ୍କ ପରିଚାଳନା ପରିଷଦ ଲକ୍ଷ ଲକ୍ଷ ଟଙ୍କାର କମ୍ପୁ୍ୟଟର ଓ ବିଭିନ୍ନ ସାମଗ୍ରୀ କ୍ରୟ କରିଛନ୍ତି । ପରିଚାଳନା ପରିଷଦ ସଭାପତି ଓ ନିଦେ୍ର୍ଦଶକମାନେ ଗସ୍ତ ଖର୍ଚ୍ଚ ଓ ଆଇନଜୀବୀ ଫି’ ନାମରେ ଲକ୍ଷ ଲକ୍ଷ ଟଙ୍କା ସମବାୟ ବିଭାଗ ନିବନ୍ଧକଙ୍କ ବିନା ଅନୁମତିରେ ବ୍ୟୟ କରିଛନ୍ତି । ବେଆଇନ ଭାବେ ବନ୍ଧକ ଥିବା ଜମିଗୁଡିକୁ ଚଞ୍ଚକତା କରି ବଜାର ଦରଠାରୁ କମ୍ ଟଙ୍କାରେ ନିଲାମ କରାଯାଇ ମୋଟା ଅଙ୍କର କମିଶନ କାରବାର ହୋଇଛି ।
‘ନିର୍ଭୟ’ରେ ପ୍ରକାଶିତ ଖବରକୁ ଭିତ୍ତି କରି ରାଜ୍ୟ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବାରିପଦା ଅର୍ବାନ ସମବାୟ ବ୍ୟାଙ୍କର ବ୍ୟାପକ ଦୁର୍ନୀତି ସମ୍ପର୍କରେ ତଦନ୍ତ କରିବାକୁ ରାଜ୍ୟ ସମବାୟ ବିଭାଗ ନିବନ୍ଧକଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ପରିଚାଳନା ପରିଷଦର ଆର୍ଥିକ ଅନିୟମିତତା ଓ ବେଆଇନ କାର୍ଯ୍ୟ ସମ୍ପର୍କରେ ତଦନ୍ତ କରିବାକୁ ସମବାୟ ବିଭାଗ ନିବନ୍ଧକଙ୍କୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିଦେ୍ର୍ଦଶ ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*