ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଚିତ୍ରଡ଼ା

ମୋରଡ଼ା ବ୍ଲକ ସାନମୁଣ୍ଢାବଣି ପଞ୍ଚାୟତର ସରାଶୋଳ ଗ୍ରାମରେ ସଂଖ୍ୟାଲଘୁ ସମ୍ପ୍ରଦାୟ ମୁସଲମାନ ପିଲାମାନଙ୍କ ଉର୍ଦ୍ଦୁ ଶିକ୍ଷା ପାଇଁ ୧୯୯୦ ମସିହାରେ ପ୍ରତିଷ୍ଠିତ ହୋଇଥିଲା ମାଦ୍ରାସା ଗରିବ ନୱାଜ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ପରିଚାଳିତ ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୪୧ ଜଣ ମୁସଲମାନ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଉର୍ଦ୍ଦୁ ଓ କୋରାନ ଶିକ୍ଷା ସହିତ ଓଡ଼ିଆ ଶିକ୍ଷା ମଧ୍ୟ ଦିଆଯାଉଛି । ଏହି ସ୍କୁଲରେ ପ୍ରଧାନ ଶିକ୍ଷକ ମହମ୍ମଦ ନୁରୁଲ ହୋଦାଙ୍କ ସମେତ ୪ ଜଣ ଶିକ୍ଷକ ଅଛନ୍ତି । ହେଲେ ପରିଚାଳନା ଢିଲା ଥିବା ବେଳେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ସ୍କୁଲଟି ଦୁର୍ଦ୍ଦିନରେ ଗତିକରୁଛି । ବିଦ୍ୟାଳୟରେ ଗୋଟିଏ ଶ୍ରେଣୀଗୃହ ଥିବାରୁ ପିଲାମାନେ ବାରନ୍ଦାରେ ବସି ପାଠ ପଢୁଛନ୍ତି । ଶ୍ରେଣୀଗୃହର ଛାତରୁ କଂକ୍ରିଟ ଖନ୍ଦ ଖସୁଥିବାରୁ ପିଲାମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଏନେଇ ଅଭିଭାବକମାନେ ଅଭିଯୋଗ କରୁଥିବା ବେଳେ ଏହାର ମରାମତି କରଯାଉ ନାହିଁ । ଏହାଛଡ଼ା ନଳକୂଅର ପାଣି ଖରାପ ହୋଇଥିବାରୁ ପିଇବା ଓ ରୋଷେଇ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ହେଲେ ଏଯାଏଁ ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*