ବାମନଘାଟି ମୁଣ୍ଡା ସାଂସ୍କୃତିକ ମହୋତ୍ସବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ବିଶୋଇ

ବିଶୋଇ ବ୍ଳକ ଅନ୍ତର୍ଗତ ଖଡ଼ମବେଡ଼ା ପଞ୍ଚାୟତ ସ୍ଥିତ ବିର୍ସା ମଇଦାନଠାରେ ବାମନଘାଟି ମୁଣ୍ଡା ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଭାରତ ମୁଣ୍ଡା ସମାଜ, ଓଡ଼ିଶା ଶାଖା ସଭାପତି ରବିନ୍ଦ୍ରନାଥ ସିଂ ମହୋତ୍ସବକୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଆଦିବାସୀ ଓ ହରିଜନ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ମୁଖ୍ୟବକ୍ତା ଭାବେ ସାଂସଦ ବିଶେଶ୍ୱର ଟୁଡୁ, ସମ୍ମାନୀୟ ଅତିଥି ଭାବେ ବିଧାୟକ ବୁଢାନ ମୁର୍ମୁ, ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଃ ଯୋଗଦେଇ ବିର୍ସା ମୁଣ୍ଡା, ଜୟପାଲ ସିଂ, ରାମଦୟାଲ ମୁଣ୍ଡା, ରହିଦାସ ସିଂ ମୁଣ୍ଡା ଏବଂ ସନାତନ ମୁଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଆଦିବାସୀ ସମାଜର ବିକାଶ ଦିଗରେ ସବୁ ବେଳେ ଚେଷ୍ଟିତ ବୋଲି କହିବା ସହ ଆଦିବାସୀମାନଙ୍କ ସଂସ୍କୃତି, ପରମ୍ପରା ଜୀବିତ ରଖିବା ଦିଗରେ ସମସ୍ତଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ ଅତିଥି ବୃନ୍ଦ । ଅନ୍ୟ ଅତିଥିଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଗୁରୁନା ମୁର୍ମୁ, ଆଇନଜୀବୀ ସଞ୍ଜୀବ ମହାନ୍ତି ଉପସ୍ଥିତ ଥିଲେ । ସଭାପତି ମନୋଜ ମୁଣ୍ଡା, ମାନସିଂ ମୁଣ୍ଡା, ନଟବର ସିଂ, ସୁନାରାମ ସିଂ, ଜଗନ୍ନାଥ ସିଂ ମହୋତ୍ସବକୁ ପରିଚାଳନା କରିଥିବା ବେଳେ ହୃଶିକେଷ ମୁଣ୍ଡା, ଲାଲମୋହନ ମୁଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*