ବାବୁ ବାବୁଆଣି ଲଢ଼େଇରେ ସାମିଲ ହେବେ ବାମ ଜନାର୍ଦ୍ଦନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ସବୁଠୁ ମଜାଦାର ଲଢ଼େଇ ହେବାକୁ ଯାଉଚି ଭୁବନେଶ୍ୱର ଲୋକସଭା ଆସନରେ । ଏବେ ଆସନରେ ଅଛନ୍ତି ଚିକେନ ବାବା । କିନ୍ତୁ ତାଙ୍କ ପୋଷାକ,ବାଡି ଓ ଦାଢିର ପ୍ରଭାବ ମୁଖିଆଙ୍କ ଉପରୁ କମିଗଲାଣି । ଭେଟେରାନ ପାଟ୍ଟଶାଣୀଙ୍କ ଟିକଟ କଟିବା ଫାଇନାଲ । ତାଙ୍କ ଜାଗାରେ ମଇଦାନକୁ ଓହ୍ଲାଇବେ ପୁଲିସ୍‌ ବାବୁ (ପୂର୍ବତନ) ଅରୂପ ପଟ୍ଟନାୟକ । କାର୍ଯ୍ୟକାଳ କଟିଗଲା ମହାରାଷ୍ଟ୍ରରେ । ଏବେ ରାଜନୀତି କରିବେ ଓଡ଼ିଶାରେ ଶଙ୍ଖ ଧରି । ତାଙ୍କ ହାତରେ ଅଛି ବିଜୁ ବାହିନୀ । ବାବୁଙ୍କ ଉପରେ ମୁଖିଆଙ୍କର ଭରସା ଭାରି । କିନ୍ତୁ ଶଙ୍ଖ ନେତାଙ୍କ ଡର ହଉଚି, ବାବାଙ୍କ ପାଖକୁ ଯିଏ ଯେତେବେଳେ ଚାହୁଁଥିଲା, କାମ ହଉ କି ନହଉ ଯାଇପାରୁଥିଲା । କିନ୍ତୁ ପୁଲିସ୍‌ ବାବୁଙ୍କ ପାଖକୁ ଯାଇହବନି । ଥାର୍ଡ ଫ୍ଲୋର ବାବୁଙ୍କ ସହ ହାଇକନେକ୍ସନ୍‌ ଥିବାରୁ ଅରୂପଙ୍କୁ କିଛି କହିବି ହବନି । ଯାହା ହଉ ଅବସର ନେଇଥିବା ଏହି ବଡ଼ ପୁଲିସ୍‌ ବାବୁ ରାଜନୀତିରେ ପାଦ ଥାପିବାକୁ ଚେଷ୍ଟା କରିବେ ।
ଅରୂପଙ୍କ ମୁକାବିଲା ହବ ଅପରାଜିତାଙ୍କ ସହ । ଅପରାଜିତା ମଧ୍ୟ ବାବୁଆଣି (ଅବସର) । ବିହାରୀ ଝିଅ ହେଲେ ବି ଓଡ଼ିଆ ଘରର ବୋହୂ । କର୍ମକ୍ଷେତ୍ର ବି ଓଡ଼ିଶା । ତେବେ ଅପରାଜିତା ପଦ୍ମ ହାତରେ ଧରି ମଇଦାନକୁ ଓହ୍ଲାଇବେ । ତାଙ୍କର ବଡ଼ବଡ଼ ହୋର୍ଡିଂ ଚାରିଆଡେ ଲାଗିଗଲାଣି । କୁହାକୁହି ହଉଚନ୍ତି, ଶଙ୍ଖ ଦଳର ବହୁ ଅସନ୍ତୁଷ୍ଟ ଅପରାଜିତାଙ୍କ ସହ ସମ୍ପର୍କରେ ଅଛନ୍ତି । ଏକଥା ତ ପରୀକ୍ଷା ସରିବା ପରେ ଜଣାପଡିବ ।
କିନ୍ତୁ ଆଉ ଜଣେ ଭେଟେରାନ ଓହ୍ଲାଇବେ ଭୁବନେଶ୍ୱର ମଇଦାନକୁ । ସିଏ ହେଲେ ଜନାର୍ଦ୍ଦନ ପତି । ହାତରେ ତାଙ୍କର ରହିବ ଦା’ ହାତୁଡି ତାରା ଚିହ୍ନ । ଜନାର୍ଦ୍ଦନଙ୍କୁ ସପୋର୍ଟ କରିବ କଂଗ୍ରେସ । ଅବଶ୍ୟ ଭୟ ହଉଚି କଂଗ୍ରେସ ଭୋଟ୍‌ ତାଙ୍କ ଆଡକୁ ଯିବ କି ନାହିଁ? ବାଟରୁ ଶଙ୍ଖ ଦଳିଆ କିମ୍ବା ପଦ୍ମ ଦଳିଆ ହାତ ଭୋଟ୍‌ ହଡପ୍‌ କରିନେଇପାରନ୍ତି ।
ଯାହା ବି ହଉନା କାହିଁକି ତିନିଜଣଙ୍କ ଲଢ଼େଇକୁ ନେଇ ଭୁବନେଶ୍ୱର ଉଠିବ ପଡ଼ିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*