ବାପକୁ ମାରି ଆତ୍ମହତ୍ୟା କଲା ପୁଅ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : କଟକ

ଚୌଦ୍ୱାର ସହରରେ ରବିବାର ଘଟିଛି ଏକ ଦୁଃଖଦ ଘଟଣା । ସାମାନ୍ୟ ଘଟଣାରେ ପୁଅର ଆକ୍ରମଣରେ ବାପାର ମୃତୁ୍ୟ ହୋଇଛି । ଆକ୍ରମଣକାରୀ ପୁଅ ପରେ ନିଜେ ଆତ୍ମହତ୍ୟା କରିବା ଚୌଦ୍ୱାର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୁଲିସ ଶବ ଦୁଇଟିକୁ ଜବତ କରି ମାମଲା ରୁଜୁ କରିଛି ।
ପୁଲିସ ସୂତ୍ରରୁ ପ୍ରକାଶ, ଚୌଦ୍ୱାର ପୌରପାଳିକାର ୧୧ ନମ୍ବର ୱାର୍ଡରେ ଥିବା ଓଟିଏମ କଲୋନୀରେ କାଳୁ ଚରଣ ବେହେରା (୬୫) ନିଜ ପରିବାର ସହ ରହୁଥିଲେ । କାଳୁଙ୍କର ସ୍ତ୍ରୀଙ୍କ ସହିତ ତାଙ୍କର ପୁତ୍ର ମୁନି ବେହେରା ସାମାନ୍ୟ କଥାକୁ ନେଇ ଶନିବାର ଦିନ ରାତି ୯ ଘଟିକା ସମୟରେ ପାଟିତୁନ୍ଦ ହୋଇଥିଲା । ପାଟୁତୁନ୍ଦ ନକରିବାକୁ କାଳୁ ପୁଅ ମୁନିକୁ ବୁଝାଇଥିଲେ । ଏଥିରେ ମୁନି ଉତ୍କ୍ଷିପ୍ତ ହୋଇ ଏକ ଲୁହା ରଡରେ ବାପାର ମୁନ୍ଦକୁ ଆକ୍ରମଣ କରିଥିଲା । ଫଳରେ କାଳୁର ମୁନ୍ଦ ଦୁଇଫାଳ ହୋଇ ଫାଟିଯାଇଥିଲା । ଘଟଣାସ୍ଥଳରେ କାଳୁର ମୃତୁ୍ୟ ହୋଇଥିଲା । ଏହା ଦେଖି ମୁନି ନିଜର ମାନସିକ ଭାରସାମ୍ୟ ହରାଇ ଏକ ଛୁରୀ ଆଣି ନିଜ ଦେହର ବିଭିନ୍ନ ଅଙ୍ଗକୁ ଆଘାତ ଦେଇଥିଲା । ଫଳରେ ଦେହରୁ ପ୍ରବଳ ରକ୍ତସ୍ରାବ ହୋଇ ଚେତାଶୂନ ହୋଇପଡିଥିଲା । ଏହା ଦେଖି ତାର ମା’ ପଡିଶାଙ୍କୁ ଡାକ ପକାଇଥିଲେ । ଖବର ପାଇ ଚୌଦ୍ୱାର ଥାନା ଅଧିକାରୀ ପହଞ୍ଚô ଆହତ ମୁନିକୁ ଚିକିତ୍ସା ପାଇଁ ଏସ୍ସିବି ମେଡିକାଲ ପଠାଇଥିଲେ । ମେଡିକାଲ ଡାକ୍ତର ମୁନିକୁ ମୃତୁ୍ୟ ଘୋଷଣା କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*