ବାତ୍ୟା ନୁହେଁ , ହେବ ବର୍ଷା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଫନି ମାଡ଼ରେ ଅଣ୍ଟା ସଳଖିନଥିବା ଉପକୂଳ ଓଡ଼ିଶାବାସୀଙ୍କୁ ପୁଣି ଏକ ବାତ୍ୟା ଭୟ ଚିନ୍ତାରେ ପକାଇଛି । ଦୁଇଦିନ ଧରି ବାତ୍ୟା ଓଡ଼ିଶାରେ ହିଟ୍‌ କରିବ ବୋଲି ଅନେକ ବିଦେଶୀ ପାଣିପାଗ ସଂସ୍ଥା କହିଆସୁଥିଲା ବେଳେ ଏବେ ଏକପ୍ରକାର ସ୍ପଷ୍ଟ ହୋଇଛି ଚିତ୍ର । ବାତ୍ୟାର ଗତିପଥ ବଦଳିବା ଆରମ୍ଭ ହୋଇଛି, ତେଣୁ ଏହା ଓଡ଼ିଶା ଛୁଇଁନପାରେ ବୋଲି ଆଇଏମ୍‌ଡି ପକ୍ଷରୁ ଆକଳନ କରାଯାଇଥିଲା ବେଳେ ଏହାର ପ୍ରଭାବରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଅବପାତର ରୂପ ନେଇଥିବାରୁ ୧୨ଘଣ୍ଟା ମଧ୍ୟରେ ଡିପ୍‌ଡିପ୍ରେସନ ଓ ପରବର୍ତ୍ତୀ ୨୪ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ । ଏହା ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଆଡକୁ ମୁହାଁଇବ ।
ଉତ୍ତର ଆନ୍ଦାମାନର ଦକ୍ଷିଣ ପୂର୍ବ ଦିଗରେ ପାରାଦୀପଠାରୁ ୯୦୦ କି.ମି ଦୂରରେ ସଂଗଠିତ ଘୂର୍ଣ୍ଣିବଳୟ ଅବପାତର ରୂପ ନେବା ପରେ ଘଣ୍ଟା ପ୍ରତି ୧୦ କି.ମି ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୯ ତାରିଖ ସକାଳ ସୁଦ୍ଧା ଏହି ଅବପାତ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ପଶ୍ଚିମବଙ୍ଗ କିମ୍ବା ବାଂଗଲାଦେଶ ଉପକୂଳରେ ସ୍ଥଳ ଭାଗ ଛୁଇଁବ । ଏହି ସମୟରେ ଓଡ଼ିଶାର ଉପକୂଳ ଜିଲାଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ଥିବା ଏସ୍‌ଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ବର୍ଷା ସହିତ ଘଣ୍ଟାକୁ ୩୦ରୁ୪୦ କି.ମି ବେଗରେ ପବନ ବହିବାର ସୂଚନା ଥିବାରୁ ସତର୍କତା ପାଇଁ ଜିଲା ପ୍ରଶାସନକୁ ନିଦେ୍ର୍ଦଶ ଦିଆଯାଇଥିବା ଏସ୍‌ଆରସି କହିଛନ୍ତି ।
ରିଲିଫ କମିଶନର କହିଛନ୍ତି ବାତ୍ୟା ସମ୍ଭାବନା ନଥିଲେ ମଧ୍ୟ ବର୍ଷା ଓ ପବନର ସ୍ଥିତିକୁ ଦେଖି ୧୫ ଜିଲାରେ ସତର୍କତା ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, କଳାହାନ୍ଦି ଜିଲାର ଜିଲ୍ଲାପାଳମାନଙ୍କୁ ବର୍ଷା ମୁକାବିଲା ପାଇଁ ସଜାଗ ରହିବାକୁ ନିଦେ୍ର୍ଦଶ ଦିଆଯାଇଛି । ଏପଟେ ଚାଷୀମାନଙ୍କୁ ଜମିରୁ ପାଚିଲା ଧାନ ସୁରକ୍ଷିତ ସ୍ଥାନକୁ ନେଇଯିବା ପାଇଁ କୃଷି ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ଏସ୍‌ଆରସି କହିଛନ୍ତି ବାତ୍ୟାର ସମ୍ଭାବନା ନଥିଲେ ମଧ୍ୟ ୮ ତାରିଖ ଦିନ ଏନେଇ ସଠିକ ସୂଚନା ମିଳିପାରିବ । ସେତେବେଳର ସ୍ଥିତିକୁ ଦେଖି ପଦକ୍ଷେପ ନିଆଯିବ ବୋଲି ଏସ୍‌ଆରସି ଶ୍ରୀ ଜେନା କହିଛନ୍ତି ।
ବାତ୍ୟା ‘ବୁଲବୁଲ’ ଓଡ଼ିଶା ପାଇଁ କୌଣସି କ୍ଷୟକ୍ଷତି କରିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଏହାର କେନ୍ଦ୍ରୀୟ ମହାନିଦେ୍ର୍ଦଶକ ମୃତୁ୍ୟଞ୍ଜୟ ମହାପାତ୍ର ‘ବୁଲବୁଲର ଗତି ବାଂଗଲାଦେଶ ପଶ୍ଚିମବଙ୍ଗ ମୁହାଁ ହୋଇଛି ବୋଲି ସ୍ପଷ୍ଟ କରିଛନ୍ତି । ଏହାର ପ୍ରଭାବରେ ଓଡ଼ିଶାର ଉପକୂଳ ଜିଲ୍ଲାରେ କେବଳ ବର୍ଷା ସହ ଭବନ ସମ୍ଭାବନା ରହିଛି । ଏଥିପାଇଁ ଆତଙ୍କର କୌଣସି କାରଣ ନାହିଁ । ଏପଟେ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ଏସ୍‌ଆରସିଙ୍କ ନିଦେ୍ର୍ଦଶ ପରେ ମୁକାବିଲା ପାଇଁ ସଜବାଜ ଆରମ୍ଭ ହୋଇଛି । ଚାଷ ଜମିରୁ ଫସଲ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁ ଗୁଡିକରେ ସଚେତନତା ପ୍ରଚାର କରାଯାଉଛି । ବର୍ତ୍ତମାନ ବଙ୍ଗୋପସାଗରରେ ଲଘୁଚାପର ସ୍ଥିତି ଯାହା ରହିଛି ଓଡ଼ିଶା ପ୍ରତି ବିଶେଷ ବିପଦ ନାହିଁ ବୋଲି ବିଭିନ୍ନ ଆକଳନକାରୀ ପାଣିପାଗ ସଂସ୍ଥା ପକ୍ଷରୁ କୁହାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*