ବାଣିଜ୍ୟିକ ଲଢେଇରେ ଚୀନକୁ ବଡ଼ କ୍ଷତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ବେଜିଂ

ଚୀନ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ବାଣିଜ୍ୟିକ ଲଢେଇ ଖାଲି ଦୁଇ ଦେଶକୁ ନୁହେଁ ବରଂ ବିଶ୍ୱ ଅର୍ଥବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରୁଛି । ତେବେ ନଭେମ୍ବର ମାସରେ ଏହି ଲଢେଇ କାରଣରୁ ଚୀନକୁ ସହିବାକୁ ପଡ଼ିଛି ବଡ଼ କ୍ଷତି ।
ରବିବାର ଜାରି ହୋଇଥିବା ରିପୋର୍ଟ ଅନୁସାରେ ନଭେମ୍ବର ମାସରେ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ କାରବାରରେ ହ୍ରାସ ଦେଖିବାକୁ ମିଳିଛି । ଆମେରିକାକୁ ଚୀନରୁ ହେଉଥିବା ରପ୍ତାନୀରେ ୨୩%ର ହ୍ରାସ ଘଟିଛି । ଏହି ସମୟରେ ଆମେରିକା ସାମଗ୍ରୀର ଆମଦାନୀରେ ମଧ୍ୟ ୨.୮%ର ହ୍ରାସ ଦେଖିବାକୁ ମିଳିଛି । ତେବେ ଏହି ପରିସ୍ଥିରେ ଚୀନ ଫ୍ରାନ୍ସ ସମେତ ଅନ୍ୟ ଦେଶମାନଙ୍କ ସହ ବ୍ୟବସାୟିକ ସମ୍ପର୍କ ମଜବୁତ କରିଥିବାରୁ ଏହି ରପ୍ତାନୀ କ୍ଷତିର ଭରଣା ଘଟିଛି । ଆସନ୍ତା ରବିବାର ଚାଇନା ସାମଗ୍ରୀ ଉପରେ ଆମେରିକାର ଶୁଳ୍କ ନେଇ ଆଉ ଏକ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହେବାକୁ ଥିବାରୁ ଏହି ବୈଠକ ଉପରେ ସମସ୍ତଙ୍କର ନଜର ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*