ବାଇକ୍‌ କିଣିବା ଚକ୍କରରେ ବାପା-ମାଆଙ୍କ ଅସ୍ଥି ବିକିବାକୁ ବାହାରିଥିଲା ପୁଅ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : କେପଟାଉନ

ଦୁନିଆରେ ଏପରି ଲୋକ ଅଛନ୍ତି ଯେଉଁମାନେ ପଇସା ଏବଂ ସଉକ ପାଇଁ ଅତି ତଳସ୍ତରକୁ ମଧ୍ୟ ଚାଲିଯାଆନ୍ତି । ଏପରି ଏକ ଘଟଣା ଦକ୍ଷିଣ ଆଫି୍ରକାରେ ଦେଖିବାକୁ ମିଳିଛି । ଏଠାକାର ଜଣେ ଯୁବକ ନୂଆ ବାଇକ୍‌ ପାଇବା ଆଶାରେ ମୃତ ବାପା-ମାଆଙ୍କ ହାଡ଼ ବିକିବାକୁ ବାହାରିଥିଲା । କବର ଖୋଳିବା ସମୟରେ ପୁଲିସ୍‌ ଏହି ଯୁବକଙ୍କୁ ଗିରଫ କରିଛି ।
ଘଟଣାଟି ଦକ୍ଷିଣ ଆଫି୍ରକାର ମୋଜାମ୍ବିକ ଅଞ୍ଚଳର । ଏଠାରେ ଜଣେ ଯୁବକ ନୂଆ ବାଇକ୍‌ ଏବଂ ୩୦୦ ଡଲାର ପାଇବା ଲୋଭରେ ବାପା-ମାଆଙ୍କ କବର ଖୋଳିବାକୁ ବାହାରିଥିଲା । ତେବେ କେହି ଜଣେ ଏହି ସୂଚନା ପୁଲିସକୁ ଦେବାରୁ ପୁଲିସ୍‌ ଉକ୍ତ ଯୁବକଙ୍କୁ ଗିରଫ କରିଛି । ଯୁବକ ଜଣଙ୍କ ନିଜ କମ୍ପାନୀର ମାଲିକଙ୍କ କହିବା ଅନୁସାରେ ଏହି କାମ କରିଥିଲା । କୁହାଯାଉଛି ଯେ,ଏହି ଗ୍ୟାଙ୍ଗ ହାଡ଼-କଙ୍କାଳ ଚୋରା କାରବାରରେ ଲିପ୍ତ ଥିଲେ । ଚଳିତ ବର୍ଷ ଅଦ୍ୟାବଧି ଏଭଳି ୫ଟି ଘଟଣା ଏହି ମୋଜାମ୍ବିକ୍‌ରେ ଦେଖିବାକୁ ମିଳିଲାଣି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*