ବାଇକକୁ ପିଟିଲା ଟ୍ୟାଙ୍କର୍ : ୨ କର୍ମଚାରୀ ମୃତ, ୧ ଗୁରୁତର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ରାସ୍ତା ଦୁର୍ଘଟଣା ଏବେ ଉଦ୍‌ ବେଗଜନକ ସ୍ଥିତିରେ ପହଞ୍ଚôଛି । ପ୍ରତ୍ୟେକ ଦିନ ରାଜଧାନୀରେ ଦୁର୍ଘଟଣା ଘଟି ୪ରୁ ୫ ଜଣ ଯୁବକଙ୍କ ପ୍ରାଣହାନୀ ଘଟିବା ନିଶ୍ଚିତ । ରବିବାର ଦିନ ଚନ୍ଦକା ଥାନା ଅଞ୍ଚଳରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚନ୍ଦକା ଥାନା ମେଣ୍ଢାଶାଳ ଡେରାସସ୍ଥିତ ଏକ ଫୁଡ୍ ପାର୍କ ପରିସରରେ ଏକ ବାଇକକୁ ପାଣି ଟ୍ୟାଙ୍କର ଧକ୍କା ଦେବାରୁ ୨ ଜଣ କର୍ମଚାରୀଙ୍କ ମୃତୁ୍ୟ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ କର୍ମଚାରୀ ଦ୍ୱୟ ହେଲେ କଟକ ବାଙ୍କୀ ଡମପଡ଼ା ପଞ୍ଚାୟତ ପିଠାଖିଆ ଗାଁର ମିଥୁନ୍ ଜେନା(୨୪) ଓ ହିରଣ୍ୟ ଦିହୁଡ଼ି(୨୭) । ଏହି ଦୁର୍ଘଟଣାରେ ଗୁରୁତର ଅନ୍ୟ କର୍ମଚାରୀ ଜଣଙ୍କ ହେଲେ ବଗୁଆ ଦିହୁଡ଼ି(୨୪) । ଗୁରୁତର ଅବସ୍ଥାରେ ବଗୁଆଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ତାଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ଥିବା ଜଣାପଡ଼ିଛି । ଚନ୍ଦକା ଥାନା ପୁଲିସ ମୃତଦେହ ଦୁଇଟିକୁ ଜବତ କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି । ଦୁର୍ଘଟଣା ଓ ମୃତୁ୍ୟ ଖବର ପ୍ରଚାରିତ ହେବା ପରେ କ୍ଷତିପୂରଣ ଦାବିରେ ପିଠାଖିଆ ଗ୍ରାମବାସୀମାନେ ଉକ୍ତ ଫୁଡ୍ ପାର୍କରେ ପହଞ୍ଚô ହୋ-ହଲ୍ଲା କରିଥିଲେ । ପରେ ଚନ୍ଦକା ଥାନା ପୁଲିସ ଉପସ୍ଥିତିରେ କମ୍ପାନି କର୍ତୃପକ୍ଷ କ୍ଷତିପୂରଣ ଦେବାକୁ ରାଜି ହେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।
ସୂଚନାଯୋଗ୍ୟ ଯେ, ଡେରାସ ସ୍ଥିତ ସି-ଫୁଡ୍ ପାର୍କରେ(ଚିଙ୍ଗୁଡ଼ି ପ୍ରୋସେସିଂ) ମିଥୁନ୍, ହିରଣ୍ୟ ଓ ବଗୁଆ ଶ୍ରମିକଭାବେ କାମ କରନ୍ତି । ରବିବାର ମଧ୍ୟାହ୍ନ ଭୋଜନ ସମୟରେ ଏହି ୩ ଜଣ କ୍ୟାଂଟିନ୍କୁ ଖାଇବାକୁ ଯାଉଥିଲେ । ସେମାନେ ଏକ ବାଇକ୍ ଯୋଗେ କ୍ୟାଣ୍ଟିନ୍କୁ ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ପାଣି ଟ୍ୟାଙ୍କର ଭାରସାମ୍ୟ ହରାଇ ସେମାନଙ୍କ ଆଡ଼କୁ ମାଡ଼ି ଆସିଥିଲା ଓ ଧକ୍କା ଦେଇଥିଲା । ଫ୍ୟାକ୍ଟି୍ର ପରିସର ହେଲେ ବି ଟ୍ୟାଙ୍କରଟି ଏତେ ଦ୍ରୁତବେଗରେ ଚାଲୁଥିଲା ଯେ ଧକ୍କା ଦେବା ପରେ ଫୁଟ୍ପାଥ ଉପରକୁ ଚଢ଼ି ଯାଇଥିଲା ଓ ଏକ ବିଦୁ୍ୟତ୍ ଖମ୍ବକୁ ଧକ୍କା ଦେଇ ଅଟକି ଥିଲେ । ଫଳରେ ବାଇକ୍ଟି ଚୁର୍ମାର ହୋଇ ଯାଇଥିଲା ଓ ଘଟଣାସ୍ଥଳରେ ହିଁ ମଥୁନ୍ ଓ ହିରଣ୍ୟଙ୍କ ମୃତୁ୍ୟ ଘଟିଥିଲା । ଖବର ପାଇ ମେଣ୍ଢାଶାଳ ଫାନ୍ଦି ପୁଲିସ ଘଟଣାସ୍ଥଳରେ ପହଞ୍ଚô ଅନ୍ୟ କର୍ମଚାରୀମାନଙ୍କ ସହଯୋଗରେ ସେମାନଙ୍କୁ ପ୍ରଥମେ ମେନ୍ଦାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଓ ପରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠା ଯାଇଥିଲା । ଦୁର୍ଘଟଣା ଘଟାଇବା ପରେ ଟ୍ୟାଙ୍କର ଚାଳକ ମେଣ୍ଢାଶାଳ ଫାନ୍ଦିରେ ଆତ୍ମସମର୍ପଣ କରିଥିଲା । କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତାରୋକ କରିଥିଲେ । ଚନ୍ଦକା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚô ଆନେ୍ଦାଳନକାରୀ ମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*