ବାଂଲାଦେଶ ବିପକ୍ଷରେ ଆମକୁ ପୁରା ୯୦ମନିଟ୍‌ କରିବାକୁ ପଡ଼ିବ ଆଟାକ୍‌:ଷ୍ଟିମାକ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡ଼ିଆ : ଗୌହାଟୀ

ଆସନ୍ତା ୧୫ତାରିଖ ଦିନ ଭାରତୀୟ ଫୁଟବଲ ଦଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ କୋଲକାତାରା ସଲ୍ଟ ଲେକ୍‌ ଷ୍ଟାଡିୟମରେ ବାଂଲାଦେଶକୁ ଭେଟିବ । ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ଅନ୍ତର୍ଗତ ଏହି ମ୍ୟାଚ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ଏଠାରେ ଭାରତୀୟ ଦଳର ଅଭ୍ୟାସ ଚାଲିଥିଲାବେଳେ ମୁଖ୍ୟ କୋଚ ଇଗୋର ଷ୍ଟିମାକ୍‌ କହିଛନ୍ତି କୋଲକାତାଠାରେ ଆମକୁ ବାଂଲାଦେଶ ବିପକ୍ଷରେ ପୁରା ୯୦ମିନିଟ୍‌ ଆକ୍ରମଣ କରି ଖେଳିବାକୁ ପଡ଼ିବ । ସେମାନଙ୍କ ଡିଫେନ୍ସ ଖୁବ୍‌ ଭଲ ଥିବାରୁ ଆମକୁ ପୁରା ମ୍ୟାଚ ସମୟ ଆଟାକ୍‌ ହିଁ କରିବାକୁ ପଡ଼ିବ । ଦଳ ହିସାବରେ ଆମେ ବାଂଲାଦେଶକୁ ଖୁବ୍‌ ସମ୍ମାନ ଦେଉ । ଆମେ ଜାଣୁ ୯୦ମିନିଟ୍‌ ଭିତରେ କ’ଣ ଅସୁବିଧା ଆମକୁ ସାମ୍ନା କରିବାକୁ ପଡ଼ିବ । ତେଣୁ ମୁଁ ଖେଳାଳିମାନଙ୍କୁ ଆକ୍ରମଣାତ୍ମକ ଫୁଟବଲ କଥା ବୁଝାଇ ଆସୁଛି । ଭାରତୀୟ ଦଳ ଏଠାରେ ୧୦ଦିନର ଅଭ୍ୟାସ ଶିବିର ପରେ କୋଲକାତା ଯିବ ମ୍ୟାଚ ଖେଳିବାକୁ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*