ବାଂଲାଦେଶ: ଟ୍ରେନ୍‌ ମୁହାଁମୁହିଁ ଯୋଗୁ ୧୬ ମୃତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ବ୍ରାହ୍ମଣବରିଆ

ବାଲାଂଦେଶର ବ୍ରାହ୍ମଣବରିଆ ଜିଲ୍ଲାରେ ମଙ୍ଗଳବାର ଭୋର ସମୟରେ ୨ ଯାତ୍ରୀବାହୀ ଟ୍ରେନ୍‌ ମୁହାଁମୁହିଁ ହେବା ଯୋଗୁ ଅନୂ୍ୟନ ୧୬ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣାରେ ପାଖାପାଖି ୪୦ ଜଣ ଯାତ୍ରୀ ଆହତ ହୋଇଥିବା ମଧ୍ୟ ଜଣାପଡିଛି । କିଛି ଯାତ୍ରୀ ଟ୍ରେନର ଭଗ୍ନାବଶେଷ ମଧ୍ୟରେ ଚାପି ହୋଇ ରହିଥିବାରୁ ମୃତକଙ୍କ ସଂଖ୍ୟା ବୃଦ୍ଧି ଘଟିବାର ଆଶଙ୍କା କରାଯାଉଛି । ଖବର ଲେଖା ହେଲା ବେଳକୁ ଉଦ୍ଧାରକାରୀ ଦଳ ଟ୍ରେନ୍‌ ମଧ୍ୟରେ ଫଶି ରହିଥିବା ଯାତ୍ରୀଙ୍କୁ ବାହାରକୁ ଆଣିବା ସକାଶେ ପ୍ରୟାସ କରୁଥିଲେ ।
ରିପୋର୍ଟ ଅନୁଯାୟୀ, ଚିତ୍ତଗଙ୍ଗ ସହର ଆଡକୁ ଯାଉଥିବା ଉଡୟନ ଏକ୍ସପ୍ରେସ ବ୍ରାହ୍ମଣବରିଆ ଷ୍ଟେସନ ନିକଟରେ ଢାକା ଅଭିମୁଖେ ଯାଉଥିବା ଅନ୍ୟ ଏକ ଯାତ୍ରୀବାହୀ ଟ୍ରେନ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଧକ୍କାରେ ଗୋଟିଏ ଟ୍ରେନର ୩ଟି ବଗି ଚପାି ହୋଇଯାଇଥିଲା । ଢାକାଠାରୁ ପ୍ରାୟ ୧୦୦ କିମି ଦୂରରେ ଏହି ଦୁର୍ଘଟଣା ଘଟିଥିଲା । ଟ୍ରେନ୍‌ ମଧ୍ୟରୁ ଉଦ୍ଧାରକାରୀ ଦଳ ମୁନ୍ଦ ବିହୀନ, ଗୋଡ ହାତ ବିହୀନ ମୃତଦେହଗୁଡିକୁ କାଢିଥିଲେ ।
ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିଲାବେଳେ ସରକାର ଘଟଣାର ତଦନ୍ତ ନିଦେ୍ର୍ଦଶ ଦେଇଛନ୍ତି । ଉଦ୍ଧାର କାର୍ଯ୍ୟ ଏବେବି ଜାରି ରହିଥିବା ସଂପର୍କରେ ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ । ଅତ୍ୟନ୍ତ ଦୁର୍ବଳ ରେଳ ଲାଇନ୍‌ ଯୋଗୁ ବାଂଲାଦେଶରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଥିବା କୁହାଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*