ବାଂଲାଦେଶ ଟି-୨୦ ସିରିଜ ଖେଳିବେନି ବିରାଟ, ରୋହିତ ଶର୍ମା ଅଧିନାୟକ: ଶିବମ ଦୁବେଙ୍କୁ ସୁଯୋଗ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମୁମ୍ବାଇ

ଯାହା ଚର୍ଚ୍ଚା ହେଉଥିଲା ତାହା ହୋଇଛି । ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରେ ବିରାଟ କୋହଲି ନଖେଳି ବିଶ୍ରାମ ନେବେ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଟି-୨୦ ସିରିଜ ଖେଳିବ । ତେବେ ବିରାଟ କୋହଲି ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଖେଳିବେ ଓ ତାଙ୍କ ନେତୃତ୍ୱରେ ଭାରତ ଖେଳିବ ମ୍ୟାଚ୍‌ । ଗୁରୁବାର ଦିନ ଭାରତୀୟ ସିନିୟର ଚୟନ ସମିତି ଏଠାରେ ଏକ ବୈଠକ କରି ଟି-୨୦ ଏବଂ ଟେଷ୍ଟ ସିରିଜ ସକାଶେ ଭାରତୀୟ ଦଳର ଚୟନ କରିଛି । ଲମ୍ବା ଦିନ ପର୍ଯ୍ୟନ୍ତ ଲଗାତାର ଖେଳୁଥିବା କାରଣରୁ ବିରାଟଙ୍କୁ ବିଶ୍ରାମ ଦିଆଯାଇଛି ବୋଲି ଚୟନ ସମିତିର ଅଧ୍ୟକ୍ଷ ଏମ୍‌ଏସ୍‌କେ ପ୍ରସାଦ ସାମ୍ବାଦିକମାନଙ୍କୁ କହିଥିଲେ । ଆହତ ହାର୍ଦ୍ଦିକ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ତାଙ୍କୁ ଭାରତୀୟ ଦଳରେ ସୁଯୋଗ ମିଳିନାହିଁ । ତେବେ ମୁମ୍ବାଇର ଅଲରାଉନ୍ଦର ଶିବମ ଦୁବେଙ୍କୁ ପ୍ରଥମ ଥର ସକାଶେ ଭାରତୀୟ ସିନିୟର ଦଳରେ ଗ୍ରହଣ କରାଯାଇଛି । ସେହିପରି ସଂଜୁ ସାମସନ୍‌ ମଧ୍ୟ ଭାରତୀୟ ଦଳକୁ ପ୍ରାୟ ୪ ବର୍ଷ ତଳେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସ୍ପିନର ଚହଲଙ୍କୁ ମଧ୍ୟ ମିଳିଛି ଯାଗା । ଭାରତ ଓ ବାଂଲାଦେଶ ମଧ୍ୟରେ ଟି-୨୦ ସିରିଜ ଆସନ୍ତା ୩ ତାରିଖରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍‌ ନୂଆଦିଲ୍ଲୀରେ, ୭ରେ ରାଜକୋଟ୍‌ରେ ଏବଂ ଶେଷ ମ୍ୟାଚ୍‌ ୧୦ତାରିଖରେ ନାଗପୁରରେ ଖେଳାଯିବ । ଟେଷ୍ଟ ମ୍ୟାଚ୍‌ ନଭେମ୍ବର ୧୪ ରୁ ୧୮ ତାରିଖ ମଧ୍ୟରେ ଇନେ୍ଦାରରେ ଏବଂ ନଭେମ୍ବର ୨୨ରୁ ୨୬ ତାରିଖ ମଧ୍ୟରେ କୋଲକାତାରେ ଖେଳାଯିବ ।
ଟି-୨୦ ଦଳ: ରୋହିତ ଶର୍ମା, ଶିଖର, ରାହୁଲ, ସଂଜୁ, ଶ୍ରେୟାସ, ମନିଷ, ପନ୍ତ, ୱାଶିଂଟନ୍‌, କ୍ରୁନାଳ, ଚହଲ, ରାହୁଲ ଚହର, ଦୀପକ ଚହର, ଖଲିଲ୍‌, ଶିବମ ଏବଂ ସର୍ଦ୍ଦୁଳ ।
ଟେଷ୍ଟ ଦଳ: ବିରାଟ କୋହଲି, ରୋହିତ, ମୟଙ୍କ, ପୂଜାରା, ରାହାଣେ, ହନୁମା, ଶାହା, ଜାଡେଜା, ଅଶ୍ୱିନ, କୁଲଦୀପ, ସାମି, ଉମେଶ, ଇଶାନ୍ତ, ଶୁଭମନ ଏବଂ ପନ୍ତ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*