ବାଂଲାଦେଶରେ ଅଗ୍ନିକାଣ୍ଡ : ୮୧ ମୃତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଢାକା

ବାଂଲାଦେଶର ଢାକାଠାରେ ଥିବା ଏକ ଜନବସତି ପୂର୍ଣ୍ଣ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ଅନୂ୍ୟନ ୮୧ ଜଣ ଲୋକ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିବାରୁ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାର ଆଶଙ୍କା କରାଯାଉଛି । ପ୍ରଧାନମନ୍ତ୍ରୀ ଶେଖ ହାସିନା ଘଟଣାର ନୀରିକ୍ଷଣ କରିବା ସହ ଏହାର ତଦନ୍ତ ପାଇଁ ଏକ ୫ ଜଣିଆ ସଦସ୍ୟ ବିଶିଷ୍ଟ ଟିମ୍‌ ଗଠନ କରାଯାଇଛି ବୋଲୀ ଗୃହ ମନ୍ତ୍ରୀ ଅସଦୁଜାମାନ ସୂଚନା ଦେଇଛନ୍ତି । ବୁଧବାର ରାତିରେ ହାଜି ୱହେଦ ମେନସନ୍‌ ନାମକ ଏକ ୪ ମହଲା କୋଠାର ତଳ ମହଲାରେ ଥିବା କେମିକାଲ ଗୋଦାମ୍‌ରେ କୌଣସି କାରଣରୁ ନିଅାଁ ଲାଗିଯିବା ପରେ ଏହା କ୍ଷୀପ୍ର ଗତିରେ ମାଡି ଯାଇଥିଲା । ନିଅାଁକୁ ଆୟତ୍ତ କରିବାକୁ ୨୦୦ ଅଗ୍ନଶମ ବାହିନୀ ଲାଗିଥିଲେ ହେଁ କେବଳ ନିଅାଁ ଲିଭେଇବା ପାଇଁ ସେମାନଙ୍କୁ ୫ ଘଣ୍ଟା ଲାଗିଯାଇଥିଲା । ଅଗ୍ନିଶମ ବାହିନୀକୁ ପାଣି ପାଇଁ ବହୁତ ହଇରାଣ ହେବାକୁ ପଡିଥିଲା । ଖବର ଲେଖା ହେଲାବେଳକୁ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ଆହତଙ୍କୁ ନିକଟସ୍ଥ ଢାକା ମେଡିକାଲ କଲେଜ ଏବଂ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରକାଶ ଥାଉ କି, ଏହି ଅଗ୍ନିକାନ୍ଦ ଢାକାର ଚୌକବଜାର ଅଞ୍ଚଳରେ ଘଟିଥିଲା । ଏଠାରେ ପ୍ରାୟ ୩୦ଲକ୍ଷ ଲୋକ ରୁହନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*