ବସ ଛାତ ଉପରେ ଯାତ୍ରୀ ପରିବହନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ନୟାହାଟ

ଯାନବାହାନ ପାଇଁ ସରକାର ନୂଆ ନିୟମ କରି ଏହାକୁ କାର୍ଯ୍ୟକାରୀ କରି ଫାଇନ ଆଦାୟ କରୁଛନ୍ତି । କିନ୍ତୁ ଯାତ୍ରୀବାହୀ ବସ ଛାତ ଉପରେ ଲୋକମାନେ କିପରି ଅସୁରକ୍ଷିତ ଭାବେ ଯାତାୟତ କରୁଛନ୍ତି,ସେଥିପ୍ରତି କାହାରି ନିଘା ନାହିଁ । ଭୁବନେଶ୍ୱରରୁ-କାକଟପୁର ଅଭିମୁଖେ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ ଉପରେ କେତେକ ଲୋକ ଛାତ ଉପରେ ବସି ଯାତ୍ରା କରୁଥିବା ଦେଖିବାକୁ ମିଳିଥିଲା । ବସ ଛାତରେ ବସି ଯାତ୍ରା କଲେ କେଉଁଠି ବିଦୁ୍ୟତ୍‌ ତାର ଓ ଗଛଡାଳ ବାଜି ଲୋକର ମୁତୁ୍ୟ ହେବାର ସମ୍ଭାବନା ଥିବା ବେଳେ ଏସବୁକୁ ଖାତିର ନକରି ବସ ଛାତ ଉପରେ ଯାତ୍ରା କରୁଛନ୍ତି । ଯିବା ବାଟରେ ପଡୁଥିବା ଥାନା ଓ ଫାନ୍ଦି ଅଧିକାରୀମାନେ ଏ ଦିଗ ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*