ବସ୍‌ ଷ୍ଟାଣ୍ଡରେ ଗ୍ରେନେଡ ହମଲା, ୨୦ ଆହତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ସୋପର

ୟୁରୋପୀୟ ପ୍ରତିନିଧିଙ୍କ ଜାମ୍ମୁ-କାଶ୍ମୀର ଗସ୍ତର ଦିନକ ପୂର୍ବରୁ ସ୍ଥାନୀୟ ସୋପର ଅଞ୍ଚଳସ୍ଥ ଏକ ବସ୍‌ ଷ୍ଟାନ୍ଦ ନିକଟରେ ଆତଙ୍କୀ ଗ୍ରେନେଡ ହମଲା କରିଛନ୍ତି । ଏହି ଘଟଣାରେ ଅନୂ୍ୟନ ୨୦ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି । ଖବର ପାଇଁ ସୁରକ୍ଷାକର୍ମୀ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚôଥିଲେ । ଘଟଣାସ୍ଥଳକୁ ସୁରକ୍ଷାକର୍ମୀ କର୍ଡନ କରିବା ସହ ଆକ୍ରମଣକାରୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଛନ୍ତି ।
ରିପୋର୍ଟ ଅନୁଯାୟୀ, ଏହି ଘଟଣାରେ ଆହତ ୨୦ ଜଣ ଲୋକଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଶ୍ରୀନଗର ଏକ ହସପିଟାଲକୁ ପଠାଇ ଦିଆଯାଇଛି । ଅବଶିଷ୍ଟ ଆହତଙ୍କୁ ସ୍ଥାନୀୟ ଏକ ହସପିଟାଲରେ ଚିକିତ୍ସା କରାଯାଉଛି । ସେମାନଙ୍କ ଅବସ୍ଥା ସ୍ଥିର ଅଛି । ଏପର୍ଯ୍ୟନ୍ତ ଏହି ଘଟଣାରେ କାହାକୁ ବି ଗିରଫ କରାଯାଇନାହିଁ ବୋଲି ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀନଗରସ୍ଥିତ କରନ ନଗର ପୁଲିସ୍‌ ଷ୍ଟେସନ ଉପରେ ଗ୍ରେନେଡ ହମଲାର ୨ ଦିନ ପରେ ଏହି ହମଲା ହୋଇଛି । କରନ ନଗର ପୁଲିସ୍‌ ଷ୍ଟେସନ ହମଲା ଘଟଣାରେ ୬ ଜଣ ସିଆରପିଏଫ୍‌ ଯବାନ ଆହତ ହୋଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*