ବସ୍‌-ଟ୍ରାକ୍ଟର ମୁହାଁମୁହିଁ: ୮ମୃତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ: ଆଜମେର

ସ୍ଥାନୀୟ ରାଜକୋଟ୍‌ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଟ୍ରାକ୍ଟର ସହ ମୁହାଁମୁହିଁ ହେବାରୁ ଅନୂ୍ୟନ ୮ଜଣ ଲୋକଙ୍କର ମୃତୁ୍ୟ ହୋଇଥିବାବେଳେ ବହୁ ଯାତ୍ରୀ ଆହତ ହୋଇଛନ୍ତି । ଆଜମେର ନିକଟସ୍ଥ ମଙ୍ଗଳବିଳାସ ଲମନା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ରାଜକୋଟ ଅଭିମୁଖେ ଯାଉଥିବା ବସ୍‌ଟି ଜୟପୁରରୁ ଯାତ୍ରୀଙ୍କୁ ନେଇ ବାହାରିଥିଲା । ବସ୍‌ଟିରେ ୭୦-୮୦ ଯାତ୍ରୀ ବସିଥିବା ଜଣାପଡିଛି । ଟ୍ରାକ୍ଟରଟିକୁ ଅଭର୍‌ଟେକ୍‌ କରିବାକୁ ଚେଷ୍ଟା କରୁଥିବାବେଳେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ୩୦-୪୦ ଜଣ ଲୋକ ଆହତ ହୋଇଥିବାବେଳେ ତନ୍ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତେଣୁ ମୃତୁ୍ୟ ସଂଖ୍ୟା ମଧ୍ୟ ବଢିବାର ଆଶଙ୍କା ରହିଛି । ଆହତଙ୍କୁ ସ୍ଥାନୀୟ ଜେଏଲଏନ ହସପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଏସପି କୁଓଁର ରାଷ୍ଟ୍ରଦୀପ ଏବଂ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚôଥିଲେ । ଏହି ଘଟଣାରେ ଏକ ମାମଲା ରୁଜୁ ହେବା ସହ ଆଜମେର ପୁଲିସ୍‌ ଏହାର ତଦନ୍ତ ଆରମ୍ଭ କରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*