ବସ୍‌ଷ୍ଟାଣ୍ଡରୁ ମିଳିଲା ବିସ୍ଫୋରକ ସାମଗ୍ରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଜମ୍ମୁ

ଜମ୍ମୁ ଓ କାଶ୍ମୀରରେ ଏକ ବଡ଼ଧରଣର ଆତଙ୍କୀ ହମ୍‌ଲା ଷଡ଼ଯନ୍ତ୍ରକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ । ମଙ୍ଗଳବାର ଜମ୍ମୁ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଏକ ବସ୍‌ ମଧ୍ୟରୁ ୧୫ କିଲୋଗ୍ରାମର ବିସ୍ଫୋରକ ସାମଗ୍ରୀକୁ ଜବତ କରିଛନ୍ତି ଜମ୍ମୁ ପୁଲିସ୍‌ । ବିପୁଳ ମାତ୍ରାରେ ସାମଗ୍ରୀ ଠାବ ହେବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି । ତେବେ ପୁଲିସ୍‌ ଏଥିରେ ସମ୍ପୃକ୍ତ ଜଣେ ସନ୍ଧିଗ୍ଧଙ୍କୁ ଗିରଫ କରି ପଚରାଉଚରା କରିଥିବା ଜଣାପଡ଼ିଛି ।
ରିପୋର୍ଟ ମୁତାବକ, ଉକ୍ତ ବସ୍ଟି କାଠୁଆ ଜିଲ୍ଲାର ବିଲ୍ଲାୱର ତହସିଲରୁ ଜମ୍ମୁକୁ ଆସୁଥିଲା । ଜଣେ ବ୍ୟକ୍ତି ବିସ୍ଫୋରକ ଥିବା ଏକ ବ୍ୟାଗ୍କୁ ବସ୍‌ କଣ୍ଡକ୍ଟରଙ୍କୁ ଦେଇଥିଲେ । କୌଣସି ସୂତ୍ରରୁ ଖବର ପାଇ ସୁରକ୍ଷାକର୍ମୀମାନେ ବସ୍‌ଟିକୁ ଜମ୍ମୁ ବସ୍‌ଷ୍ଟାଣ୍ଡ ନିକଟରେ ଅଟକାଇଥିଲେ । ଯାଞ୍ଚ୍‌ ସମୟରେ ୧୫ କିଲୋଗ୍ରାମର ବିସ୍ଫୋରକ ସାମଗ୍ରୀ ଥିବା ବ୍ୟାଗ୍‌କୁ ବସ୍ ମଧ୍ୟରୁ ଜବତ କରିଥିଲେ । ସୂଚନା ଥାଉ ଯେ, ଏହାପୂର୍ବରୁ ମଧ୍ୟ ଜମ୍ମୁ ବସ୍‌ଷ୍ଟାଣ୍ଡରେ ଆତଙ୍କୀ ହମ୍‌ଲା ଲାଗି ଷଡ଼ଯନ୍ତ୍ର ହୋଇସାରିଛି । ଚଳିତ ବର୍ଷ ମାର୍ଚ୍ଚ ମାସ ୭ ତାରିଖରେ ଜମ୍ମୁ ବସ୍‌ଷ୍ଟାଣ୍ଡରେ ଆତଙ୍କୀମାନେ ଗ୍ରେନେଡ୍‌ ମାଡ଼ କରିଥିଲେ । ଏହି ଆକ୍ରମଣରେ ୨ଜଣ ବ୍ୟକ୍ତିଙ୍କ ମୃତୁ୍ୟ ହୋଇଥିବା ବେଳେ ୩୦ରୁ ଉଦ୍ଧ୍ୱର୍ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ଏଥିଲାଗି ହିଜ୍‌ବୁଲ ମୁଜାହିଦ୍ଦିନ୍‌ ପକ୍ଷରୁ ଜଣେ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଦିଆଯାଇଥିବା ତଦନ୍ତରୁ ଜଣାପଡ଼ିଥିଲା । ତକ୍ରାଳୀନ ଜାମ୍ମୁ ଓ କାଶ୍ମୀରର ରାଜ୍ୟପାଳ ସତ୍ୟପାଳ ମଲିକ ମୃତକଙ୍କ ପରିବାର ବର୍ଗଙ୍କୁ ୫-୫ ଲକ୍ଷ ଟଙ୍କାର ଏବଂ ପ୍ରତ୍ୟେକ ଗୁରୁତର ଆହତଙ୍କୁ ୨୦,୦୦୦ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*