ବଳଦ ପେଟରେ ଦେଢଲକ୍ଷର ମଙ୍ଗଳସୂତ୍ର, ୮ ଦିନ ଗୋବର ଘାଣ୍ଟି ମଧ୍ୟ ପାଇଲେନି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଅହମ୍ମଦନଗର

ଭାରତର ପ୍ରତି ରାଜ୍ୟର ନିଜର ସଂସ୍କୃତି ଓ ଭିନ୍ନ ପରିଚୟ ରହିଛି । ସ୍ୱତନ୍ତ୍ର ଉତ୍ସବରେ ଗାଈ-ଗୋରୁଙ୍କ ପୂଜା ମଧ୍ୟ ଆମ ସଂସ୍କୃତିରେ ଅଛି । ତେବେ ମହାରାଷ୍ଟ୍ରର ଅହମ୍ମଦନଗର ଜିଲା ରାୟଟେ ବାଘାପୁର ଗ୍ରାମରେ ଜଣେ ପରିବାର ପାଇଁ ଏହି ପୂଜା ବେଶ ମହଙ୍ଗା ପଡିଯାଇଥିଲା ।
ଗ୍ରାମର ବାବୁରାଓ ସିନେ୍ଧଙ୍କ ପତ୍ନୀ ପୋଲା ଉତ୍ସବ ଅନ୍ତର୍ଗତ ପୂଜା ପାଇଁ ନିଜର ଦେଢଲକ୍ଷ ଟଙ୍କାର ମଙ୍ଗଳସୂତ୍ର ବଳଦ ମୁନ୍ଦରେ ଲଗାଇ ଆଶୀର୍ବାଦ ମାଗିଥିଲେ । ସେ ଏକ ପ୍ଲେଟ୍‌ରେ ମିଠା,ଫୁଲ,ଫଳ ସହ ମଙ୍ଗଳସୂତ୍ର ରଖି ବଦଳକୁ ମୁନ୍ଦିଆ ମାରିଥିଲେ । ପରେ ଲାଇନ୍‌ କଟିଯିବାରୁ ସେ ଘର ଭିତରକୁ ପଳାଇଥିଲେ । ଏହି ସମୟରେ ବଳଦ ପ୍ଲେଟ୍‌ରେ ଥିବା ମିଠା ସହ ଦେଢଲକ୍ଷ ଟଙ୍କାର ମଙ୍ଗଳସୂତ୍ରଟିକୁ ଗିଳି ଦେଇଥିଲା । ଲାଇନ୍‌ ଆସିବା ପରେ ସେ ମଙ୍ଗଳସୂତ୍ର ନଥିବା ଜାଣିବାକୁ ପାଇଥିଲେ । ମଙ୍ଗଳସୂତ୍ରଟିକୁ ପାଇବା ପାଇଁ ବାବୁରାଓ ଓ ତାଙ୍କ ପତ୍ନୀ ୮ ଦିନ ଧରି ବଳଦର ଗୋବରକୁ ଦୈନିକ ଘାଣ୍ଟିଥିଲେ । ମାତ୍ର କିଛି ପାଇନଥିଲେ । ପରେ ସେମାନେ ପଶୁ ଚିକିତ୍ସକଙ୍କ ନିକଟକୁ ବଳଦକୁ ନେଇଥିଲେ । ପେଟ ଭିତରେ ମଙ୍ଗଳସୂତ୍ରଟି ଥିବା ଜଣାପଡିବା ପରେ ବଳଦର ପେଟ ଅପରେସନ୍‌ କରାଯାଇ ବାହାର କରାଯାଇଥିଲା । ଏବେ ବଳଦଟି ସୁସ୍ଥ ଥିବା ଜଣାପଡିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*