ବଲିଉଡରେ ପାଦ ଥାପିଲେ ଭୋଜପୁରୀ ଷ୍ଟାରକିଡ୍‌ ରିଭା କିଷନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବଲିଉଡରେ ଆଉ ଜଣେ ଷ୍ଟାର କିଡଙ୍କର ଆଗମନ ହେବାକୁ ଯାଉଛି । ସେ ହେଲେ ଭୋଜପୁରୀର ମେଗାଷ୍ଟାର ରବି କିଷନଙ୍କ କନ୍ୟା ରିଭା କିଷନ । ରିଭା ତାଙ୍କର ପ୍ରଥମ ଫିଲ୍ମ ‘ସବ କୁଶଲ ମଙ୍ଗଲ ହେ’ର ଶୁଟିଂ ଇତିମଧ୍ୟରେ ଆରମ୍ଭ କରିଦେଲେଣି ।
ଏହି ସିନେମାରେ ରିଭାଙ୍କ ବିପକ୍ଷରେ ଅଭିନୟ କରୁଛନ୍ତି ବିଗତ ଦିନର ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରୀଙ୍କ ପୁଅ ପ୍ରିୟଙ୍କ ଶର୍ମା । ଶୁଣିବାକୁ ମିଳୁଛି କି, ଏହି ସିନେମାର ସମ୍ପୂର୍ଣ୍ଣ ଶୁଟିଂ ଝାଡଖନ୍ଦରେ ହିଁ ହେବ ।
ତାଙ୍କ ପିତା ରବି କିଷନ କହିଛନ୍ତି କି, ରିଭା ଛୋଟ ଦିନରୁ ମୋ ଅଭିନୟ ଦେଖି ଦେଖି ବଡ ହୋଇଛି । ସେ ଜନ୍ମଜାତ କଳାକାର ଅଟେ । ଦେଖିବାକୁ ଗଲେ ଏହି ଫିଲ୍ଡରେ ତାର ଭବିଷ୍ୟତ ଉଜ୍ଜ୍ୱଳ ଅଟେ । ରିଭା ଏହା ପୂର୍ବରୁ ନସିରୁଦ୍ଦିନ ଶାହାଙ୍କ ପ୍ଲେ ଗ୍ରୁପ ସହିତ ଗୋଟିଏ ବର୍ଷ କାମ କରିସାରିଛନ୍ତି । ରିଭା ଆମେରିକାର ଆକ୍ଟି କ୍ୟାମ୍ପ ଇନଷ୍ଟୁଚୁ୍ୟଟରେ ଦେଢ ବର୍ଷ ପର୍ଯ୍ୟନ୍ତ ଅଭିନୟ ଶିକ୍ଷା ନେଇଛନ୍ତି ।
ଏହି ଫିଲ୍ମକୁ ନିର୍ମାଣ କରୁଛନ୍ତି ନିତିନ ମନମୋହନଙ୍କ ଝିଅ ପ୍ରାଚୀ ମନମୋହନ । ଗତ କିଛି ବର୍ଷ ତଳେ ନିତିନ ମନମୋହନ ରବି କିଷନଙ୍କୁ ବଡ ବ୍ରେକ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*