ବଲିଉଡରେ ଡ୍ରଗ୍ସ ଲିଙ୍କ୍‌ : ସଂସଦରେ ଜୟାଙ୍କ ବୟାନ ପରେ କଙ୍ଗନା ଦେଲେ ଜବାବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଚଳିତ ମୌସୁମୀ ଅଧିବେଶନରେ ଚର୍ଚ୍ଚାକୁ ଆସିଛି ବଲିଉଡ଼ରେ ଡ୍ରଗ୍ସ ଲିଙ୍କ ମାମଲା । ମଙ୍ଗଳବାର ଏହି ପ୍ରସଙ୍ଗରେ ଆଗକୁ ଆସିଥିଲେ ସପା ସାଂସଦ ଜୟା ବଚ୍ଚନ ଏବଂ କାହାର ନାମ ନନେଇ (ସାଂସଦ ରବିକିଷନ) ଟାର୍ଗେଟ କରିବା ସହ ବଲିଉଡ଼କୁ ବଦନାମ କରିବାର ଅଭିଯୋଗ ଆଣିଛନ୍ତି । ଜୟାଙ୍କ ଏହି ବୟାନ ପରେ ପୁଣି ଜୋର ଧରିଛି ବଲିଉଡ଼୍‌ ଡ୍ରଗ୍ସ ଲିଙ୍କ ଚର୍ଚ୍ଚା । ପ୍ରଥମେ ଏହି ବିଷୟ ଉଠାଇଥିବା ଅଭିନେତ୍ରୀ କଙ୍ଗନା ରଣାୱତ ଜୟାଙ୍କୁ ପ୍ରଶ୍ନ କରି କହିଛନ୍ତି ଯେ, ଯଦି ସୁଶାନ୍ତଙ୍କ ଭଳି ତୁମ ପୁଅ ଝୁଲିଥାନ୍ତେ ତେବେ ଏପରି କ’ଣ ଆପଣ କହିଥାନ୍ତେ ।
ଚଳିତ ମୌସୁମୀ ଅଧିବେଶନର ପ୍ରଥମ ଦିନ ଅର୍ଥାତ୍‌ ସୋମବାର ଭାଜପା ସାଂସଦ ରବି କିଶନ ବଲିଉଡ଼୍‌ ଡ୍ରଗ୍ସ ପ୍ରସଙ୍ଗ ଉଠାଇବା ପରେ ମଙ୍ଗଳବାର ଜୟା ଏହାକୁ ସମ୍ପୂର୍ଣ୍ଣ ବିରୋଧ କରିଛନ୍ତି । ରାଜ୍ୟସଭାରେ ଜୟା କାହାର ନାଁ ନନେଇ କହିଛନ୍ତି, ବଲିଉଡ୍‌ ଦୁନିଆରୁ ନାଁ କମାଉଥିବା ବ୍ୟକ୍ତି କିପରି ଏହାକୁ ନର୍କ ସଜାଉଛନ୍ତି ତାହା ଜାଣି ମୁଁ ଆଶ୍ଚର୍ଯ୍ୟ ହେଉଛି । ମୁଁ ସରକାରଙ୍କୁ ଅନୁରୋଧ କରୁଛି ଯେ, ଏପରି ଲୋକଙ୍କୁ କଦର୍ଯ୍ୟ ଭାଷା ପ୍ରୟୋଗ ନକରିବାକୁ ପରାମର୍ଶ ଦିଅନ୍ତୁ । ଯେଉଁମାନେ ଏହି ନିଶାରେ ମାତି ରହୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ହେଲେ ଅଯଥାରେ ବଲିଉଡ଼୍‌କୁ ବଦନାମ କରାନଯାଉ ।
ଗରିବଙ୍କୁ ରୁଟି ସହ ସମ୍ମାନ ଦରକାର : କଙ୍ଗନା
ଜୟାଙ୍କ ଏହି ବୟାନ ପରେ ପ୍ରଥମେ ପ୍ରତିକ୍ରିୟା ରଖିଥିଲେ କଙ୍ଗନା । ଜୟାଙ୍କୁ ଆକ୍ଷେପ କରି ସେ କହିଥିଲେ, ମ୍ୟାଡାମ ଆପଣଙ୍କ ପୁଅ ଓ ଝିଅ ଯଦି ଏପରି ଜାଲରେ ରହିଥାନ୍ତେ ତେବେ ବି କ’ଣ ଆପଣ ଏପରି ବୟାନ ରଖିଥାନ୍ତେ । ଯଦି ମୋ ସ୍ଥାନରେ ଆପଣଙ୍କ ଝିଅ ଶ୍ୱେତାକୁ ଡ୍ରଗ୍ସ ଦିଆଯାଇ ପିଟା ଯାଇଥାନ୍ତା ଓ ଯୁବାବସ୍ଥାରେ ଶୋଷଣ କରାଯାଇଥାନ୍ତା ଆପଣ କ’ଣ କରିଥାନ୍ତେ? ଅନ୍ୟ ଏକ ଟ୍ୱିଟରେ ଗରିବଙ୍କୁ ରୁଟି ସହ ସମ୍ମାନ ଓ ସ୍ନେହ ପ୍ରେମ ଦରକାର, ତେଣୁ ମୁଁ ଚାହୁଁଛି କେନ୍ଦ୍ର ସରକାର କର୍ମଚାରୀ ଏବଂ ଛୋଟଛୋଟ କଳାକାରଙ୍କ କଥା ଶୁଣନ୍ତୁ । ଏଥିସହ ସେ କଳାକାରଙ୍କ ସ୍ୱାର୍ଥ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ମଧ୍ୟ କହିଛନ୍ତି ।
ଇନ୍ଦଷ୍ଟ୍ରିକୁ ବଞ୍ଚାଇବା ଆବଶ୍ୟକ : ରବି କିଶନ
ଜୟା ବଚ୍ଚନଙ୍କ ବୟାନରେ ସାଂସଦ ରବି କିଶନ କହିଥିଲେ, ମୋର ଆଶା ଥିଲା ଜୟା ମ୍ୟାମ ମୋର ସମର୍ଥନ କରିବେ ବୋଲି । ଇନ୍ଦଷ୍ଟ୍ରୀରେ ସମସ୍ତେ ଡ୍ରଗ୍ସ ନେଉଛନ୍ତି ବୋଲି କହିନି, ମାତ୍ର ଯେଉଁ କିଛି ଲୋକ ନେଉଛନ୍ତି ସେ ଫିଲ୍ମଇନ୍ଦଷ୍ଟ୍ରିକୁ ଶେଷ କରିବାକୁ ଯୋଜନା କରିଛନ୍ତି । ଯେତେବେଳେ ମୁଁ ଓ ଜୟା ମ୍ୟାମ ଫିଲ୍ମ ଇନ୍ଦଷ୍ଟ୍ରିରେ ଯୋଗଦେଇଥିଲୁ ସେତେବେଳେ ଏପରି ପରିସ୍ଥିତି ନଥିଲା । ତେଣୁ ଏପରି ସମସ୍ୟାରୁ ଇନ୍ଦଷ୍ଟ୍ରିକୁ ବଞ୍ଚାଇବା ଆବଶ୍ୟକ ।
ଅନ୍ୟପଟେ ସେପ୍ଟେମ୍ବର ୯ ତାରିଖରେ ଅଭିନେତ୍ରୀ କଙ୍ଗନାଙ୍କ ମୁମ୍ବାଇ ସ୍ଥିତ ପାଲିହିଲ କାର୍ଯ୍ୟାଳୟକୁ ବେଆଇନ୍‌ ନିର୍ମାଣ ଦର୍ଶାଇ ବିଏମ୍‌ସି ପକ୍ଷରୁ ଯେଉଁ ଭଙ୍ଗାରୁଜା କରାଯାଇଥିଲା ସେନେଇ ମଙ୍ଗଳବାର କଙ୍ଗନା ବିଏମ୍‌ସିକୁ ନୋଟିସ ପଠାଇଛନ୍ତି । ନୋଟିସରେ ସେ ଅଫିସ ଭଙ୍ଗାରୁଜା ଲାଗି ୨ କୋଟି ଟଙ୍କାର କ୍ଷତିପୂରଣ ମାଗିଛନ୍ତି । ସୂଚନାଯାୟୀ ଏହି ମାମଲାଟି ହାଇକୋର୍ଟରେ ପହଞ୍ଚôବା ପରେ ବିଏମ୍‌ସି ଭଙ୍ଗାରୁଜା କାର୍ଯ୍ୟ ବନ୍ଦ ରଖିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*