ବର୍ଷା ମାଗିଲେ ସୁରକ୍ଷା, ଅନୁଭବଙ୍କ ଘରେ ପହଞ୍ଚିଲା ପୁଲିସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : କଟକ

ସାଂସଦ ଅନୁଭବ ମହାନ୍ତି-ଅଭିନେତ୍ରୀ ବର୍ଷା ପ୍ରୀୟଦର୍ଶିନୀଙ୍କ ବିବାଦ ବଢିବାରେ ଲାଗିଛି । ଅଭିନେତ୍ରୀ ବର୍ଷା ନିଜକୁ ଅସୁରକ୍ଷିତ ମନେ କରି ସୋମବାର ପୁଲିସର ସହାୟତା ଲୋଡିଛନ୍ତି । ଫଳରେ ସାଂସଦ ଅନୁଭବ ମହାନ୍ତିଙ୍କ ଚୌଧୁରୀବଜାର ନନ୍ଦିସାହିସ୍ଥିତ ବାସଭବନରେ ପୁରୀଘାଟ ଥାନା ପୁଲିସ ପହଁଚିଥିଲା । ଜଣେ ପୁରୁଷ ଓ ଜଣେ ମହିଳା ପୁଲିସ କର୍ମଚାରୀ ସାଂସଦଙ୍କ ଘରେ ପହଁଚି ୨ଘଂଟାକାଳ କାଳ ରହି ବର୍ଷାଙ୍କୁ ପଚରାଉଚରା କରିଥିଲେ । ବର୍ଷାଙ୍କ ଅଭିଯୋଗ ଅନୁସାରେ, ସେ ଖାଉଥିବା ବେଳେ ଅନୁଭବଙ୍କ ଦୁଇ ସହଯୋଗୀ ତାଙ୍କ କୋଠରୀ ଭିତରକୁ ପଶି ଭିଡ଼ିଓ କରିଥିଲେ । ଫଳରେ ବର୍ଷା ନିଜକୁ ଅସୁରକ୍ଷିତ ମନେ କରିଥିଲେ । ବର୍ଷାଙ୍କ ଓକିଲ ଆର୍.କେ. ରଥଙ୍କ ସୂଚନା ଅନୁସାରେ, ସାଂସଦ ଅନୁଭବଙ୍କ ଘରେ ବର୍ଷାଙ୍କ ପ୍ରତି ବିପଦ ରହିଛି, ସେ ସୁରକ୍ଷିତ ନୁହଁନ୍ତି । ଅନୁଭବଙ୍କ ସହଯୋଗୀ ଖଗେନ୍ଦ୍ର ଓ ଅନ୍ୟଜଣେ ଯୁବକ ବର୍ଷାଙ୍କ କୋଠରୀ ଭିତରକୁ ଧସେଇ ପଶିଥିଲେ । ପରେ ତାଙ୍କ ଫଟୋ ଓ ଭିଡିଓ ସୁଟିଂଙ୍ଗ କରିଥିଲେ । ତେଣୁ ପବର୍ଷା ପୁଲିସର ସାହାଯ୍ୟ ଲୋଡ଼ିଛନ୍ତି ବୋଲି ଓକିଲ ସୂଚନା ଦେଇଛନ୍ତି । ଏଥିସହିତ ବର୍ଷା ନିଜ ସୁରକ୍ଷା ନେଇ ଉଚ୍ଚ ପଦସ୍ଥ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିବାର ଜଣାପଡ଼ିଛି । ବର୍ଷାଙ୍କ ପ୍ରତି ବିପଦ ଥିବାରୁ ତାଙ୍କୁ ୨୪ ଘଂଟା ପୁଲିସ ସୁରକ୍ଷା ଦିଆଯାଉ ବୋଲି ତାଙ୍କ ଓକିଲ ଦାବି କରିବା ସହ ଦିଲ୍ଲୀ ପଟିଆଲା କୋର୍ଟରେ ଅନୁଭବଙ୍କ ପକ୍ଷରୁ ଦାୟର କରାଯାଇଥିବା ମାମଲାକୁ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରାଯିବ ବୋଲି ସୂଚନା ଦେଇଛନ୍ତି । ବର୍ଷାଙ୍କ ଆର୍ଥିକସ୍ଥିତି, ଲୋକ ବଳ ନଥିବାରୁ ଓ ଘଟଣା କଟକରେ ହୋଇଥିବାରୁ ସ୍ଥାନୀୟ କୋର୍ଟକୁ ମାମଲା ସ୍ଥାନାନ୍ତର କରାଯିବ ପାଇଁ ଆବେଦନ କରାଯିବ ବୋଲି ତାଙ୍କ ଓକିଲ ସ୍ପଷ୍ଟ କରିଛନ୍ତି । ତେବେ ଉପରୋକ୍ତ ଘଟଣାକୁ ନେଇ ସାଂସଦ ଅନୁଭବ ମହାନ୍ତି ପନୀô ବର୍ଷା ପ୍ରିୟଦର୍ଶନୀଙ୍କ ସହ ତାଙ୍କର ବିବାଦ ନେଇ ମୁହଁ ଖୋଲିଛନ୍ତି । ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଜଣେ ମହିଳା ଭାବେ ମୁଁ ବର୍ଷାଙ୍କୁ ସମ୍ମାନ କରେ । ଆମ ସମସ୍ୟା ଘରେ ସମାଧାନ ହୋଇପାରିଲାନାହିଁ, ସେଥିପାଇଁ ଆମେ କୋର୍ଟର ଆଶ୍ରୟ ନେଲୁ । ବର୍ଷା ଏବେ ଆମ ଘରେ ଅଛନ୍ତି । ତେବେ ବର୍ଷାଙ୍କ ଜୀବନପ୍ରତି ଆମ ଘରେ ବିପଦ ଥିବାର ସେ କହିଛନ୍ତି । ଯଦି ଏପରି ଅଛି ଆମ ଘରେ କଣ ପାଇଁ ରହିଛନ୍ତି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି । ମୋର ନ୍ୟାୟ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଭରସା ଅଛି । ସମସ୍ୟାର ସମାଧନ ହୋଇଯିବ ବୋଲି ମୋର ଆଶା ରହିଛି ବୋଲି ଅନୁଭବ କହିଛନ୍ତି । ଏହା ଆମର ବ୍ୟକ୍ତିଗତ ସମସ୍ୟା, ଏ ବିଷୟରେ ଅଧିକ କିଛି କହିବାକୁ ଚାହୁଁନାହିଁ । ମୁଁ ମୋ ଅସୁସ୍ଥ ବାପାଙ୍କ ଦେହ ନେଇ ବ୍ୟସ୍ତ ଅଛି, ତାଙ୍କର ଡାଏଲିସିସ୍ ଚାଲିଛି । ତେଣୁ ଦୟାକରି ମୋତେ ଅଧିକ କିଛି ପ୍ରଶ୍ନ କରନାହିଁ ବୋଲି ଅନୁଭବ କହିଥିଲେ ।
୧୨ରେ ପବର୍ତ୍ତୀ ଶୁଣାଣି
ସାଂସଦ ଅନୁଭବ-ବର୍ଷାଙ୍କ ମାମଲା କଟକ ଏସ୍ଡିଜେଏମ କୋର୍ଟରେ ସୋମବାର ଶୁଣାଣି ହୋଇଥିଲା । ମାମଲାର ଶୁଣାଣି ଆସନ୍ତା ସେପ୍ଟମ୍ବର ୧୨ତାରିଖକୁ ଘୁଞ୍ଚାଇ ଦିଆଯାଇଛି ବୋଲି ବର୍ଷାଙ୍କ ଆଇନଜୀବୀ ରାମକୃଷ୍ଣ ରଥ ସୂଚନା ଦେଇଛନ୍ତି । କୋର୍ଟଙ୍କ ନିଦେ୍ର୍ଦଶରେ ବର୍ଷାଙ୍କ ବୟାନ ରେକର୍ଡ କରାଯାଇଛି । ଜଣେ ମହିଳା ପ୍ରୋଟେକସନ ଅଧିକାରୀଙ୍କ ନେତୃତ୍ୱରେ ୪ ଜଣିଆ ଟିମ ଅନୁଭବଙ୍କ ଘରେ ପହଞ୍ଚô ବର୍ଷାଙ୍କ ବୟାନ ରେକର୍ଡ କରିଥିବା ସୂଚନା ମିଳିଛି । ବୟାନ ରେକର୍ଡ ପ୍ରୋଟକସନ ଅଧିକାରୀ କୋର୍ଟରେ ଦାଖଲ କରିବାକୁ ଅଦାଲତଙ୍କ ନିଦେ୍ର୍ଦଶ ରହିଛି ।
ଭାଜପା ମହିଳା ମୋର୍ଚ୍ଚା ପୋଡ଼ିଲା କୁଶପୁତ୍ତଳିକା ଦାହ
ଭାଜପା କଟକ ନଗର ମହିଳା ମୋର୍ଚ୍ଚା ତରଫରୁ ଅଭିନେତ୍ରୀ ବର୍ଷାଙ୍କ ପ୍ରତି ଅଭିନେତା ତଥା ବିଜଦ ସାଂସଦ ଅନୁଭବଙ୍କ ସାଂଘାତିକ ଦୁର୍ବ୍ୟହାର ଘଟଣା ଲୋକଲୋଚନକୁ ଆସିବା ପରେ ଗୌରୀଶଙ୍କର ପାର୍କଠାରେ ମୋର୍ଚ୍ଚାର ସଭାନେତ୍ରୀ କଳ୍ପନା ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିକ୍ଷୋଭରେ ବକ୍ତାମାନେ ଅନୁଭବଙ୍କ ମନ୍ଦ ବୁଦ୍ଧିର ତୀବ୍ର ଭର୍ତ୍ସନା କରିଥିଲେ । ଅନୁଭବଙ୍କୁ ସାଂସଦ ପଦରୁ ବହିଷ୍କାର ଓ ଗିରଫ କରି ବର୍ଷାଙ୍କୁ କ୍ଷତି ପୂରଣ ଦେବାକୁ ଦାବି କରାଯାଇଥିଲା । ଏଥିସହତି ସାଂସଦ ଅନୁଭବ ମହାନ୍ତିଙ୍କ କୁଣପୁତ୍ତଳିକା ଦାହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଭାପତି ଲଲାଟେନ୍ଦୁ ବଡ଼ୁ, ପୂର୍ବତନ କର୍ପୋରେଟର ରାଜକୁମାରୀ ସ୍ୱାଇଁ, ବରିଷ୍ଠ ନେତ୍ରୀ ରଶ୍ମୀରେଖା ଦାସ, ଅମ୍ବିକା ଦାସ, ପ୍ରବୀଣା ମହାପାତ୍ର, ମମତା ନନ୍ଦି, କନକ ଜୈନ, ଶର୍ମିଳା ରାଉତରାୟ, ଦୀପ୍ତି ସ୍ୱାଇଁ, ସନ୍ଧ୍ୟାରାଣୀ କାନ୍ଦି ପ୍ରମୁଖ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*