ବର୍ଷା, ଅର୍ଚ୍ଚିତା ଓ ଅନୁଙ୍କୁ ମିସ୍ କରିବେ ଦର୍ଶକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

୨୦୧୯ ପୂଜା ବଜାରରେ କେତେଜଣ ନାୟିକାଙ୍କୁ ଦେଖିବାକୁ ମିଳିବ ନାହିଁ । ଏଥିପାଇଁ ଏହି ନାୟିକାମାନଙ୍କର ଫ୍ୟାନମାନେ ନିରାଶ ହେବେ ଏଥର । ଏବର୍ଷ ପୂଜା ବଜାରରେ ଦର୍ଶକ ସେମାନଙ୍କର ଅନ୍ୟତମ ପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶନୀଙ୍କୁ କୌଣସୀ ସିନେମାରେ ଦେଖିବାକୁ ପାଇବେ ନାହିଁ । ଓଡିଆ ସିନେମାର ଦୁଇ ଟପ୍ ନାୟିକା ଅର୍ଚ୍ଚିତା ଓ ଅନୁ ଚୌଧୁରୀଙ୍କୁ ଦେଖିବାକୁ ମିଳିବ ନାହିଁ । ଠିକ୍ ସେହିପରି ଓଡିଆ ସିନେ ଜଗତର ଅନ୍ୟତମ ଚୁଲବୁଲି ନାୟିକା ସନମୀରାଙ୍କର କୌଣସି ଫିଲ୍ମ ରିଲିଜ୍‌ ହେଉନାହିଁ । ଓଡିଆ ସିନେଜଗତର ଲୋକପ୍ରିୟ ନାୟିକା ତମନ୍ନା ବି ଏଥର ପୂଜା ବଜାରର କୌଣସି ସିିନେମାରେ ଆସୁନାହାଁନ୍ତି । ଖାଲି ସେତିକି ନୁହେଁ ରୀୟା ଦେଙ୍କର ବି କୌଣସି ଓଡିଆ ସିନେମା ଏଥର ପୂଜାରେ ରିଲିଜ୍‌ ହେଉନାହିଁ ।
ଓଲିଉଡ୍‌ରେ ଆଗଧାଡିର ନାୟିକା ଅନୁଭାଙ୍କର ବି କୌଣସି ସିନେମା ରିଲିଜ୍‌ ହେଉନାହିଁ । ରାଷ୍ଟ୍ରପୁରସ୍କାର ବିଜୟିନୀ ପ୍ରକୃତି ମିଶ୍ରଙ୍କୁ ଦର୍ଶକ ଓଲିଉଡ୍‌ ପରଦାରେ ନ ଦେଖି ନିରାଶ ହେବେ । ପୁନମ ମିଶ୍ର ଓ ଲିପସାଙ୍କର ଦେଖା ମିଳିବ ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*