ବର୍ଷସାରା ଚର୍ଚ୍ଚାରେ ଅଛନ୍ତି ଅର୍ଚ୍ଚିତା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

୨୦୧୯ରେ ଲୋକପ୍ରିୟ ନାୟିକା ଅର୍ଚ୍ଚିତାଙ୍କୁ ଦର୍ଶକ ତିନିଟି ଓଡ଼ିଆ ସିନେମାରେ ଦେଖିବାକୁ ପାଇଛନ୍ତି । ଏଥି ମଧ୍ୟରୁ ପ୍ରଥମ ସିନେମା ହେଲା ‘ଅଜବ୍‌ ସଞ୍ଜୁର ଗଜବ୍‌ ଲଭ୍‌’ । ଅଶୋକ ପତିଙ୍କ ନିଦେ୍ର୍ଦଶିତ ଏହି ସିନେମାରେ ବାବୁସାନ୍‌ଙ୍କ ସହ ନଜର ଆସିଥିଲେ ଅର୍ଚ୍ଚିତା । ‘ଚମ୍ପିଆନ୍‌’ ଅର୍ଚ୍ଚିତାଙ୍କର ଏ ବର୍ଷର ଦ୍ୱିତୀୟ ସିନେମା । ଏଥିରେ ଟାଇଟଲ ରୋଲ୍‌ର ଥିଲେ ଓଲିଉଡ୍‌ର ଗ୍ଳାମର୍ସ ହିରୋଇନ୍‌ ଅର୍ଚ୍ଚିତା । ଏହାର ପ୍ରଯୋଜନା କରିଥିଲେ ଏନ୍‌ ଗଙ୍ଗାଧର ଓ ଦୀପ୍ତି । କେ ମୁରଲୀ କ୍ରୀଷ୍ଣା ଫିଲ୍ମର କାହାଣୀ, ଚିତ୍ରନାଟ୍ୟ ଓ ନିଦେ୍ର୍ଦଶନା ଦାୟିତ୍ୱରେ ଥିଲେ । ଏହି ଫିଲ୍ମରେ ଅର୍ଚ୍ଚିତାଙ୍କ ସହିତ ପ୍ରଥମ ଥର ପାଇଁ ସାନୁ ଅଭିନୟ କରିଥିଲେ ।
ଏହାପରେ ଅର୍ଚ୍ଚିତା ଯେଉଁ ସିନେମା ରିଲିଜ୍‌ ହୋଇଥିଲା, ତା’ର ଟାଇଟଲ୍‌ ହେଲା ଅଭିମାନ । ଏହାର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ ଏବଂ ନମିତା ଅଗ୍ରୱାଲ । ସିଦ୍ଧାର୍ଥ ଟିଭି ନିବେଦିତ ‘ଅଭିମାନ’ର ନିଦେ୍ର୍ଦଶନା ଦାୟିତ୍ୱ ବହନ କରିଥିଲେ ମୃତୁ୍ୟଞ୍ଜୟ ସାହୁ । ଅଭିମାନରେ ପୁଣି ଥରେ ଦର୍ଶକ ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଯୋଡ଼ିକୁ ପରଦାରେ ଦେଖିବାକୁ ପାଇଥିଲେ । ‘ମତେ ହେଲା ପ୍ରେମ ଜର’ ପରେ ସବ୍ୟ-ଅର୍ଚ୍ଚିତାଙ୍କ ଯୋଡ଼ି ପରଦାକୁ ଫେରିଥିଲେ ଏଥିରେ । ଉକ୍ତ ତିନୋଟି ସିନେମା ମଧ୍ୟରୁ ଅର୍ଚ୍ଚିତା କିନ୍ତୁ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲେ ‘ଚମ୍ପିଆନ୍‌ ପାଇଁ । ଡୋଗୁ୍ୟ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନର୍‌ରେ ନିର୍ମିତ ଏହି ଓଡ଼ିଆ ସିନେମାରେ ଅର୍ଚ୍ଚିତାଙ୍କୁ ଦର୍ଶକ ଚାରୋଟି ବିଭିନ୍ନ ଭୂମିକାରେ ଦେଖିବାକୁ ପାଇଥିଲେ । ସେ ଗାଁର ଜଣେ ସରଳ ଝିଅ, ତା’ ପରେ ଯାତ୍ରାଜଗତର ନାୟିକା ଏବଂ ଏହାପରେ ବକ୍ସର ଏବଂ ଅବଶେଷରେ ବକ୍ସିଂ ଚମ୍ପିଆନ୍‌ ଭାବେ ନଜର ଆସିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*