ବର୍ତ୍ତମାନର ଅବସ୍ଥାକୁ ନେଇ କଲେ ଉଦ୍‌ବେଗ ପ୍ରକାଶ ଦରକାର ପଡ଼ିଲେ ମୁଁ ଜାମ୍ମୁ ଓ କାଶ୍ମୀର ଯିବି : ପ୍ରଧାନ ବିଚାରପତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଧାରା ୩୭୦ ଉଚ୍ଛେଦ ହେବା ପରେ ଏବଂ ଜାମ୍ମୁ ଓ କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବାର ବିଲ୍‌ ପାରିତ ହେବା ପରେ ସେଠାରେ ସୃଷ୍ଟି ହୋଇଥିବା ଅବସ୍ଥାକୁ ନେଇ ଏକପ୍ରକାର ଉଦ୍‌ବେଗ ପ୍ରକାଶ କରିଛନ୍ତି ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗୋଇ । ଜାମ୍ମୁ ଓ କାଶ୍ମୀର ହାଇକୋର୍ଟଙ୍କ ନିକଟରେ ଆବେଦନ କରିବା ପାଇଁ ଲୋକେ ସକ୍ଷମ ହୋଇପାରୁନଥିବାର ଅଭିଯୋଗକୁ ଅତ୍ୟନ୍ତ ଗମ୍ଭୀର ବୋଲି ବତାଇ ସୋମବାର ସୁପ୍ରିମ୍‌କୋର୍ଟ ଜମ୍ମୁ-କାଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିକଟରୁ ଏ ବାବଦରେ ରିପୋର୍ଟ ଦେବାକୁ ଅନୁରୋଧ କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ସର୍ବୋଚ୍ଚ ନ୍ୟାୟାଳୟର ଏକ ଖନ୍ଦପୀଠ ଶୁଣାଣି ବେଳେ କହିଥିଲେ ଆମେ ଏ ଅଭିଯୋଗକୁ ଅତି ଗମ୍ଭୀର ଭାବେ ନେବାକୁ ବାଧ୍ୟ । ଦୁଇଜଣ ଶିଶୁ ଅଧିକାର କର୍ମୀଙ୍କ ପକ୍ଷରୁ ଉପସ୍ଥିତ ହୋଇଥିବା ସିନିଅର ଆଡ୍‌ଭୋକେଟ୍‌ ହୁଜେଫା ଅହମଦି ଖନ୍ଦପୀଠଙ୍କୁ ବତାଇଥିଲେ ଯେ, ଜାମ୍ମୁ-କାଶ୍ମୀର ହାଇକୋର୍ଟଙ୍କ ନିକଟରେ ପହଞ୍ଚିବା ରାଜ୍ୟ ଲୋକଙ୍କ ଲାଗି ଖୁବ୍‌ କଷ୍ଟପୂର୍ଣ୍ଣ ହୋଇପଡ଼ିଛି । ଆପଣ ଯଦି ଏ କଥା କହୁଛନ୍ତି ତା’ହେଲେ ଆମେ ଏହାକୁ ଅତି ସିରିଅସ୍‌ ଭାବେ ଗ୍ରହଣ କରିବାକୁ ବାଧ୍ୟ । ଆମକୁ ବତାନ୍ତୁ କ’ଣ ପାଇଁ ଲୋକେ ହାଇକୋର୍ଟକୁ ଯାଇପାରୁନାହାନ୍ତି? ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କଠାରୁ ଆମେ ଏ ବାବଦରେ ରିପୋର୍ଟ ମାଗୁଛୁ, ଦରକାର ପଡ଼ିଲେ ମୁଁ ନିଜେ ଜାମ୍ମୁ ଓ କାଶ୍ମୀରକୁ ଯିବି ବୋଲି ଶୁଣାଣି ବେଳେ କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗୋଇ । ଏଥିସହ ସେ ସତର୍କ ମଧ୍ୟ କରିଥିଲେ ଯେ, ଯଦି ଏ ଅଭିଯୋଗ ଅସତ୍ୟ ପ୍ରମାଣିତ ହେବ ତା’ହେଲେ ଏହାର ପରିଣାମ ଭୋଗିବାକୁ ପ୍ରସ୍ତୁତ ହୋଇ ରୁହନ୍ତୁ ବୋଲି ମଧ୍ୟ କହିଥିଲେ । ଜାମ୍ମୁ ଓ କାଶ୍ମୀର ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ରାଜ୍ୟର ସବୁ କୋର୍ଟ ଏପରିକି ଲୋକ ଅଦାଲତ କାର୍ଯ୍ୟ କରୁଛି । କାଶ୍ମୀରରେ ପିଲାମାନଙ୍କୁ ଅଟକ ରଖାଯାଇଥିବା ପ୍ରସଙ୍ଗର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ସୁପ୍ରିମ୍‌କୋର୍ଟରେ ହେଉଛି । ଦୁଇ ଶିଶୁ ଅଧିକାର କର୍ମୀ ଏନାକ୍ଷୀ ଗାଙ୍ଗୁଲି ଏବଂ ପ୍ରଫେସର ଶାନ୍ତ ସିହ୍ନା ସେମାନଙ୍କ ଆବେଦନପତ୍ରରେ ଦର୍ଶାଇଛନ୍ତି ଯେ ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ ଓ କାଶ୍ମୀରରେ ବହୁ ସଂଖ୍ୟକ ପିଲାଙ୍କୁ ଅନ୍ୟାୟପୂର୍ଣ୍ଣ ଭାବରେ ଅଟକ ରଖାଯାଇଛି । ୧୮ ବର୍ଷରୁ କମ୍‌ ବୟସର ଅଟକ ଥିବା ପିଲାଙ୍କୁ ଛାଡ଼ ପାଇଁ ସେମାନେ ନିବେଦନ କରିଛନ୍ତି । ଏକ ଜୁଭେନାଇଲ୍‌ ଜଷ୍ଟିସ୍‌ କମିଟି ପାଖରେ ପିଲାମାନଙ୍କୁ ହାଜର କରିବା ସହ ସେମାନଙ୍କୁ କ୍ଷତିପୂରଣ ଦେବା ପାଇଁ ମଧ୍ୟ ଆବେଦନ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*