ବରିଷ୍ଠ ଭାଜପା ନେତା ଅଶୋକ ସାହୁଙ୍କ ପରଲୋକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: କଟକ

ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ଆଇପିଏସ ଅଧିକାରୀ ଅଶୋକ ସାହୁ (୬୮)ଙ୍କ ପରଲୋକ ହୋଇଯାଇଛି । ଗୁରୁବାର ପ୍ରତୁ୍ୟଷରେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ମସ୍ତିସ୍କ ଆଘାତ ଯୋଗୁଁ ପ୍ରାଣ ହରାଇଛନ୍ତି । ମୃତୁ୍ୟ ଶଯ୍ୟା ନିକଟରେ ପତ୍ନୀ, ପୁଅ ଓ ଝିଅଙ୍କ ସମେତ କଟକ ନଗର ଜିଲ୍ଲା ଭାଜପା ସଭାପତି ଲଲାଟେନ୍ଦୁ ବଡ଼ୁ ଉପସ୍ଥିତ ଥିଲେ । ତେବେ କୋଭିଡ କଟକଣା ଅନୁଯାୟୀ ସ୍ଥାନୀୟ ସତୀଚଉରା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ସେ ଜଣେ ସ୍ପଷ୍ଟବାଦୀ ବ୍ୟକ୍ତିତ୍ୱ ଭାବେ ବେଶ ପରିଚିତ ଥିଲେ । ସେ ଆସାମ କ୍ୟାଡରର ଅତିରିକ୍ତ ଡିଜିପି ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ଶେଷରେ ଚାକିରି ଛାଡ଼ି ଭାଜପାରେ ଯୋଗଦେଇଥିଲେ । ଦୀର୍ଘ ୧୫ ବର୍ଷ ଧରି ଓଡ଼ିଶା ଭାଜପା ପାଇଁ ସେ ଜଣେ ସକ୍ରୀୟ ସଦସ୍ୟ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । ସଂଘ ପରିବାରର ଜଣେ କର୍ମକର୍ତ୍ତା ଭାବେ ବିଭିନ୍ନ କ୍ଷେତ୍ରରେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ଓଡ଼ିଶା ରାଜ୍ୟ ଭାଜପା ଉପସଭାପତି ଭାବେ ଦାୟିତ୍ୱ ନିର୍ବାହ କରିବା ସହ ୨ଥର ସାଂସଦ ପ୍ରାର୍ଥୀ ଭାବେ ଭାଜପାରୁ ପ୍ରତିନିଧିତ୍ୱ କରିଥିଲେ । ୨୦୦୯ ମସିହାରେ କନ୍ଧମାଳ ଓ ୨୦୦୪ ମସିହାରେ ପୁରୀ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରି ପରାଜିତ ହୋଇଥିଲେ ମଧ୍ୟ ତାଙ୍କ ମନରେ କେବେ ନିରାଶାର ଭାବ ପ୍ରରିପ୍ରକାଶ ହୋଇନଥିଲା । କେବଳ ନିର୍ବାଚନ ସମୟରେ ନୁହେଁ ବରଂ ସବୁ ସମୟରେ ସେ ଲୋକଙ୍କ ସହିତ ଥିଲେ । ତାଙ୍କର ପରଲୋକଗତ ଖବର ପ୍ରଚାରିତ ହୋଇଯିବା ପରେ ଭାଜପା ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତୁ୍ୟ ଖବର ପାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଢ଼ଙ୍ଗୀ, ଜୁଏଲ ଓରାମ, ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି, ଦିଲ୍ଳୀପ ମଲ୍ଳିକ, ସିକନ୍ଦର ଅଲ୍ଲୀ, ମାନସ ମହାନ୍ତି ପ୍ରମୁଖ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*