ବରିଷ୍ଠ ନାଗରିକଙ୍କ ଭରସା ସାଜିବ ମୋବାଇଲ ଆପ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ପାଇଁ ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ ନୂଆନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ବରିଷ୍ଠ ନାଗରିକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବା ସହ ଅପରାଧୀମାନଙ୍କ ଟାର୍ଗେଟର ସମ୍ମୁଖୀନ ହେଉଛନ୍ତି । ଅପରାଧୀମାନଙ୍କ ଉପରେ ରୋକ୍‌ ଲଗାଇବା ପାଇଁ ଶ୍ରୀ ଷଡଙ୍ଗୀ ନୂଆ ନୂଆ ଫନ୍ଦା ଆପଣାଇଛନ୍ତି । ରବିବାର ଦିନ ରବିନ୍ଦ୍ରମନ୍ଦପରେ ଅନୁଷ୍ଠିତ ବରିଷ୍ଠ ନାଗରିକମାନଙ୍କ ଏକ ବୈଠକରେ ଶ୍ରୀ ଷଡଙ୍ଗୀ କହିଛନ୍ତି ଯେ, ଏଣିକି ବରିଷ୍ଠ ନାଗରିକମାନଙ୍କ ସମସ୍ୟାର ଖୁବଶୀଘ୍ର ସମାଧାନ କରାଯିବ । ଜରୁରୀକାଳୀନ ଭିତ୍ତିରେ ସମାଧାନ କରିବ କମିଶନରେଟ୍‌ ପୁଲିସ । ବରିଷ୍ଠ ନାଗରିକମାନଙ୍କ ପାଇଁ ଏବେ ଭରସା ସାଜିବ ମୋବାଇଲ ଆପ୍‌ । ପ୍ରତ୍ୟେକ ରବିବାର ଦିନ ବରିଷ୍ଠ ନାଗରିକଙ୍କୁ ପୁଲିସ ସମୟ ଦେବ । ଏଥି ସହ କୋ÷ଣସି ଅସୁବିଧା ହେଉଥିଲେ ଘରେ ବସି ବରିଷ୍ଠ ନାଗରିମାନେ ମୋବାଇଲ ଆପ୍‌ ସହାୟତାରେ ପୁଲିସ ସହ ଯୋଗାଯୋଗ କରିପାରିବେ । ଯେଉଁ ବରିଷ୍ଠ ନାଗରିକମାନଙ୍କ ଘରେ ସିସିକ୍ୟାମେରା ଲାଗିଥିବ ତା’ର ଆଇପି କୋର୍ଡରୁ ସିଧା କଣ୍ଟ୍ରୋଲରୁମ୍‌ ସହ ସଂଯୋଗ କରାଯିବା । ଫଳରେ ପୁଲିସ କଣ୍ଟ୍ରୋଲ ରୁମ୍‌ରେ ଥାଇ ଅପରାଧୀମାନଙ୍କ ଗତିବିଧି ଉପରେ ନଜର ରଖିପାରିବ । ଫଳରେ ବରିଷ୍ଠନାଗରିମାନେ ଯଦି କିଛି ଦିନ ପାଇଁ ଘର ଛାଡି କେଉଁ ଆଡେ ଯାଉଛନ୍ତି ସେମାନଙ୍କ ଘର ଉପରେ ମଧ୍ୟ କଣ୍ଟ୍ରୋଲରୁମ୍‌ ନଜର ରଖି ପାରିବ । ଅନ୍ୟ ପଟେ ଭଡାଟିଆ ଓ ଘରେ କାମ କରୁଥିବା ଯୁବତୀ କିମ୍ବା ମହିଳା ତଥ୍ୟ
ରଖିବାକୁ ପରାମର୍ଶ ଦିଆଯାଇଛି ।
ରବିବାର ଦିନ କମିଶନରେଟ୍‌ ପୁଲିସ ଓ ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ରବିନ୍ଦ୍ରମନ୍ଦପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ, ଡିସିପି ଅନୁପ୍‌ ସାହୁ ଏବଂ ବିଭିନ୍ନ ଥାନା ଅଞ୍ଚଳରୁ ଆସିଥିବା ୯୫୦ଶହରୁ ଅଧିକ ବରିଷ୍ଠ ନାଗରିକ ଯୋଗଦେଇଥିଲେ । ବରିଷ୍ଠ ନାଗରିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ଓ ସୁବିଧା ସଂପର୍କରେ ପୁଲିସ କମିଶନରଙ୍କୁ ପ୍ରଶ୍ନ ପଚାରିଥିଲେ । ପୁଲିସ କମିଶନର ଶ୍ରୀ ଡଡଙ୍ଗୀ ମଧ୍ୟ ବରିଷ୍ଠ ନାଗରିମାନଙ୍କୁ ଆଶ୍ୱାସନା ଦେବା ସହ ତୁମମାନଙ୍କ ପଛେ ପଛେ କମିଶନରେଟ୍‌ ପୁଲିସ ସବୁବେଳେ ସଜାଗ ଅଛି ବୋଲି ପ୍ରତିଶ୍ରୁତି ଦେଇଥିଲେ । ମୋବାଇଲ ଆପ୍‌ ସଂପର୍କରେ ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ ତାଲିମ ଦିଆଯାଇଥିଲା । ସ୍ୱତନ୍ତ୍ର ଆପ୍‌ ଯେ କେହି ବି ନିଜ ମୋବାଇଲରେ ଡାଉନଲୋଡ କରି ପୁଲିସର ସହାୟତା ନେଇପାରିବେ । ଏଥି ପାଇଁ ନିଜେ ରହୁଥିବା ସ୍ଥାନଠୁ ପୁଲିସ ଷ୍ଟେସନର ଦୂରତା ସହ କେଉଁ ଦିଗରେ ଯିବେ ସେ ସଂପର୍କରେ ସମସ୍ତ ତଥ୍ୟ ଦେଇପାରିବ ମୋବାଇଲ ଆପ୍‌ । ପ୍ରତ୍ୟେକ ରବିବାର ଅପରାହ୍ନ ୪ଟାରୁ ୫ଟା ଗୋଟିଏ ଘଣ୍ଟା ପୁଲିସ ଅଧିକାରୀମାନେ ନିଜ ନିଜ ଅଞ୍ଚଳର ବରିଷ୍ଠ ନାଗରିକମାନଙ୍କ ସହ ଆଲୋଚନା କରିବେ । ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ବୁଝାସୁଝା କରିବା ସହ ତ୍ୱରିତ ବେଗରେ ସେମାନଙ୍କୁ ସହଯୋଗର ହାତ ବଢ଼ାଇବାକୁ ସମସ୍ତ ଥାନା ଅଧିକାରୀଙ୍କୁ ଶ୍ରୀ ଷଡଙ୍ଗୀ ପରାମର୍ଶ ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*