ବରିଷ୍ଠ ନାଗରିକଙ୍କ ଅଫିିସ ଭାଙ୍ଗିଦେଲେ ଦୁର୍ବୃତ୍ତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଜଧାନୀରେ କରୋନା କଟକଣା ପାଇଁ ଶନିବାର ଓ ରବିବାର ଦୁଇ ଦିନ ସଟଡାଉନ୍ କଟକଣା ଜାରି ରହିଛି । ସଟ୍‌ଡାଉନ କଟକଣା ବେଳେ ନନେକସ୍ଥାନରେ ଦୁର୍ବୃତ୍ତଙ୍କ ଉତ୍ପାତ ବଢ଼ୁଛି । ପୁଲିସ ରାସ୍ତାଘାଟ ଜଗିବାରେ ବ୍ୟସ୍ତ ଥିବାରୁ ଦୁର୍ବୃତ୍ତମାନେ କଲୋନି କିମ୍ବା ଗଳିକନ୍ଦିରେ ଆତଙ୍କରାଜ ଚଳାଉଛନ୍ତି । ଚୋରି, ଲୁଟ୍ପାଟ୍, ଆକ୍ରମଣ ଓ ଭଙ୍ଗାରୁଜା ଭଳି ଅପରାଧ ଘଟାଉଛନ୍ତି । ବରମୁନ୍ଦା ସରସ୍ୱତୀ ଶିଶୁ ମନ୍ଦିର ନିକଟ ବରିଷ୍ଠ ନାଗରିକ ସଂଘ ଅଫିସରେ ଶନିବାର ରାତିରେ ଏମିତି କିଛି ଆତଙ୍କ ଦେଖିବାକୁ ମିଳିଛି । କିଛି ଦୁର୍ବୃତ୍ତ ଉକ୍ତ ଅଫିସରେ ପଶି ଭଙ୍ଗାରୁଜା କରିଛନ୍ତି । ବରିଷ୍ଠ ନାଗରିକଙ୍କୁ ଚମକ ଚମକ ବି ଦେଇଛନ୍ତି । ଏନେଇ ଖନ୍ଦଗିରି ଥାନାରେ ଏକ ଅଭିଯୋଗ ହୋଇଛି । ବରମୁନ୍ଦା ହାଉସିଂ ବୋର୍ଡ କଲୋନିର ଫକିର ମୋହନ ନଗରରେ ବରିଷ୍ଠ ନାଗରିକଙ୍କ ଅଫିସ ରହିଛି । ଯାହାକି, ସଦ୍ୟସମାପ୍ତ ଗୁନ୍ଦିଚା ଯାତ୍ରା ଦିନ ଉଦ୍ଘାଟନ ହୋଇଥିଲା । ସଂଘ ସମ୍ପାଦକ ଅଲେଖ ଚନ୍ଦ୍ର ଦାସଙ୍କ ଅଭିଯୋଗ ମୁତାବକ, ଶନିବାରି ରାତିରେ କିଛି ଦୁର୍ବୃତ୍ତ ଉକ୍ତ ଅଫିସରେ ପଶି ଆତଙ୍କ ଖେଳାଇଥିଲେ । ଚେୟାର ଟେବୁଲ ଭାଙ୍ଗିବା ସହ ଅଫିସ ଛାତରେ ଚଢ଼ି ସଂଘର ଡିସ୍ପ୍ଲେ ବୋର୍ଡ ଚିରି ଦେଇଥିଲେ । ଏଠାରେ କୌଣସି ମତେ ଏଭଳି ଅଫିସ କରାଇ ଦେବେନି ବୋଲି ସେମାନେ ଧମକ ବି ଦେଇଥିଲେ । ସେଠାରେ ଏଭଳି ଅଫିସ ଗଢ଼ାଯିବା ଦ୍ୱାରା କ୍ଷତି ଘଟୁଥିବା କିଛି ଦୁର୍ବୃତ୍ତ ଏଭଳି କରିଥିବା ସେ ଅଭିଯୋଗ କରିଛନ୍ତି । ଦୁର୍ବୃତ୍ତଙ୍କ ଏଭଳି ଆକ୍ରମଣ ପରେ ସଂଘ ପକ୍ଷରୁ ବରିଷ୍ଠ ନାଗରିକଙ୍କ ସୁରକ୍ଷା ମାଗିଛନ୍ତି । ରବିବାର ସକାଳୁ ସଂଘର ସମସ୍ତ ବରିଷ୍ଠ ନାଗରିକ ଏ ସମ୍ପର୍କରେ ନୋଡାଲ ଅଫିସର ଡି ସାମନ୍ତରାୟଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ପୁଲିସ ଘଟଣାସ୍ଥଳରେ ତଦନ୍ତ କରିଛି । ଏନେଇ ସଂଘ ପକ୍ଷରୁ ରବିବାର ସନ୍ଧ୍ୟାରେ ଥାନାରେ ଏକ ଲିଖିତ ଅଭିଯୋଗ ଦିଆଯାଇଛି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*