ବରିଷ୍ଠ ଆଇନଜୀବୀ ପ୍ରତାପଙ୍କ ବିୟୋଗ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ପୁରୀ
ପୁରୀ ଜିଲ୍ଳାର ଖ୍ୟାତନାମା ବରିଷ୍ଠ ଆଇନଜୀବୀ ପ୍ରତାପ କୁମାର ନାୟକ ମଙ୍ଗଳବାର ପ୍ରତ୍ୟୁଷରୁ ଭୁବନେଶ୍ୱରସ୍ଥ ଘରୋଇ ହସପିଟାଲରେ ପରଲୋକଗମନ କରଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୬୫ବର୍ଷ ହୋଇଥିଲା । ସେ ଗତ ଚାରି ମାସହେଲା ଅସୁସ୍ଥ ଥିଲେ । ପୁରୀ ମାର୍କେଟଛକ ବାସଭବନରେ ୧୧ଟା ବେଳକୁ ମରଶରୀର ପହଂଚିବା ମାତ୍ରେ ଲୋକାରଣ୍ୟ ହୋଇଥିଲା । ସେ ଉଭୟ ଦେୱାନୀ ଓ ଫୌଜଦାରି ମାମଲାରେ ନିପୁଣତା ଥିଲେ । ସେ ସାମନ୍ତଚନ୍ଦ୍ରଶେଖର ମହାବିଦ୍ୟାଳୟ ଆଲୁମିନି, ଓଡିଶା ଯୁବ ଆଇନଜୀବୀ ଫୋରମର ଊପଦେଷ୍ଟା ସହ ପୁରୀର ବହୁ ଅନୁଷ୍ଠାନ ସହ ଜଡିତ ଥିଲେ । ତାଙ୍କ ପୁରୀ ବାସଭବନରେ ପୁରୀ ବାର ଆସୋସିଏସନ, ବହୁ ଅନୁଷ୍ଟାନ, ଶତାଧିକ ବ୍ୟକ୍ତିବିଶେଷ ତାଙ୍କୁ ଶେଷଦର୍ଶନ କରି ଶବାଧାରରେ ପୁଷ୍ପମାଲ୍ୟ ଅପର୍୍ଣ କରିଥିଲେ । ତାଙ୍କ ଏକମାତ୍ର ପୁତ୍ର ଆଇନଜୀବୀ ପ୍ରିୟବ୍ରତ ନାୟକ ସ୍ୱର୍ଗଦ୍ୱାରରେ ତାଙ୍କୁ ମୁଖ୍ନାଗ୍ନି ଦେଇଥିଲେ । ସ୍ୱର୍ଗଦ୍ୱାରରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ବାରର ପୂର୍ବତନ ସଭାପତି ପ୍ରେମାନନ୍ଦ ମହାନ୍ତି, ବରିଷ୍ଠ ଆଇନଜୀବୀ ପ୍ରକାଶ ମିଶ୍ର, ଅଶୋକ କୁମାର ଦାସ, ଭଗବାନ ମିଶ୍ର, ଶୁଭେନ୍ଦୁ ଦାଶ, କେଦାର ପ୍ରଧାନ, ପୂର୍ବତନ ସଂପାଦକ ଶାରଦା ପ୍ରସାଦ ସାମଲ, ପୂର୍ବତନ ସଂପାଦକ ବିଭୁତି ଶଂକର ତ୍ରିପାଠି, ଆଇନଜୀବୀ ପ୍ରଭାତ ମହାନ୍ତି, ମନୋଜ କୁମାର ମଂଗରାଜ ମହାପାତ୍ର, ମନୋରଂଜନ ଦାସ, ଶୁଭେନ୍ଦୁ ମହାପାତ୍ର, ରାମକୃଷ୍ ପୁଷ୍ପାଳକ ଓ ଯୁବ ଆଇନଜୀବୀ ଅମ୍ବିକା ପ୍ରସାଦ ଦାସ ଉପସ୍ଥିତ ଥିଲେ । ତାଙ୍କ ପରଲୋକରେ ଓଡିଶା ବାର କାଉନସିଲର ସଦସ୍ୟ ବିଭୁ ପ୍ରସାଦ ତ୍ରିପାଠି, ବରିଷ୍ଠ କଥାକାର ତଥା ସଂଗଠକ ବଦ୍ରି ମିଶ୍ର, ବରିଷ୍ଠ ସାମ୍ବାଦିକ ଶ୍ରୀକୁମାର ଶୁକ୍ଳ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*