ବମିଖାଲ ଦୁର୍ଗାପୂଜା ସମିତି- ଏଥର ଜମ୍ମୁ-କାଶ୍ମୀର ରାଜପ୍ରାସାଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ପୂଜାମନ୍ଦପକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପୂଜା ମନ୍ଦପ ମଧ୍ୟରେ ପ୍ରତିଯୋଗୀତା ଜୋର ଧରିଥିବାବେଳେ ଲୋକଙ୍କ ଭିତରେ ଏହାକୁ ନେଇ ମଧ୍ୟ ରହିଛି ଉକ୍ରଣ୍ଠା । ଏହି କ୍ରମରେ କିଛି ଭିନ୍ନ ଧରଣର ଗେଟ୍‌ କରିବାର ନିଷ୍ପତ୍ତି ନେଇଛି ବମିଖାଲ ଦୁର୍ଗାପୂଜା କମିଟି । ୩୭୦ଧାରା ଉଚ୍ଛେଦକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଜାରି ରହିଥିବାବେଳେ ସମିତି ପକ୍ଷରୁ ଜମ୍ମୁ-କାଶ୍ମୀର ରାଜପ୍ରସାଦର ଗେଟ୍‌ କରିବାର ନିଷ୍ପତ୍ତି ନିଆଯାଇଛି । ୧୧୦ଫୁଟ ଚଉଡା ଓ ୮୦ଫୁଟ ଉଚ୍ଚତା ବିଶିଷ୍ଟ ଏହି ତୋରଣ ସବୁଠୁ ଆକର୍ଷଣୀୟ ହେବ ଓ ଭସାଣୀକୁ ମଧ୍ୟ ଅଧିକ ଆକର୍ଷଣୀୟ କରାଯିବ ବୋଲି ବମିଖାଲ ଦୁର୍ଗାପୂଜା ସମିତି ପକ୍ଷରୁ କୁହାଯାଇଛି ।
ଚଳିତ ବର୍ଷ ବମିଖାଲ ଦୁର୍ଗାପୂଜା ସମିତି ୫୬ ବର୍ଷରେ ପଦାର୍ପଣ କରିଛି । ଜାମ୍ମୁ କାଶ୍ମରୀରୁ ୩୭୦ ଧାରା ଉଚ୍ଛେଦ ଯୋଗୁଁ ଜାମ୍ମୁ କାଶ୍ମୀର କିଛି ଦିନ ତଳେ ବହୁ ଚର୍ଚ୍ଚାରେ ଆସିଥିଲା । ତେଣୁ ସମିତି ପକ୍ଷରୁ ଏଥିର ଜାମ୍ମୁ କାଶ୍ମୀର ରାଜପ୍ରସାଦରେ ବିରାଜିବେ ମା’ ଦୁର୍ଗା ବୋଲି ସ୍ଥିର କରାଯାଇଥିଲା । ଏହି ରାଜପ୍ରସାଦରେ ରଙ୍ଗବେରଙ୍ଗର ଷ୍ଟୋନ୍ ସାଙ୍ଗକୁ ଲଣ୍ଠନ ବତୀରେ ହୋଇଥିବାବେଳେ ବାହାର ସନ୍ଫ୍ଲେକ୍ସରେ ନିର୍ମିତ ହୋଇଛି ଓ ବାହାର ଆକର୍ଷଣ ଅପେକ୍ଷା ବିଭୋର କରିବ ଭିତର ମହଲର ଦୃଶ୍ୟପଟ୍ଟ । ଏଥିର ପୂଜାର ବଜେଟ୍ ରଖାଯାଇଛି ୩୫ ଲକ୍ଷ ଟଙ୍କା । ତେବେ କଲିକତାର ବାପି ଦାଦାଙ୍କ ନେତୃତ୍ୱରେ ୩୫ଜଣ କାରିଗର ଜାମ୍ମୁ କାଶ୍ମୀର ରାଜପ୍ରସାଦ ତୋରଣଟିକୁ ନିର୍ମାଣ କରିଛନ୍ତି । ଏହାସହିତ୨୨ଫୁଟ ଉଚ୍ଚତାର ମେଢ ସହ ମା’ଙ୍କୁ ଚାନ୍ଦି ମୁକୁଟ ଓ ଅଳଙ୍କାରରେ ସଜ୍ଜାଯିବ ବୋଲି ସମିତି ପକ୍ଷରୁ କୁହାଯାଇଛି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବମିଖାଲ ପୂଜା ସମିତି କିଛି ସ୍ୱତନ୍ତ୍ର କରିବାକୁ ଯାଇ ଭସାଣୀକୁ ଏକ ନିଆରା ଢଙ୍ଗରେ କରିବାକୁ ପ୍ରୟାସ କରାଯାଇଛି । ତେଣୁ ଭସାଣି ଉତ୍ସବରେ ପାରମ୍ପରିକ ନୃତ୍ୟ ସହ ମା’ଙ୍କୁ ମେଲାଣି ଦେବେ ମୟୂର ବେଶରେ ସୁସଜ୍ଜିତ କଳାକାର ମାନେ ।
ସୁଶାନ୍ତ କୁମାର ଜେନା(ସଭାପତି):
ନିଉ କାଳିକା ହୋଟେଲ ନିକଟରୁ ଏସ୍ପ୍ଲାନେଡ୍ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଏଲଇଡି ଲାଇଟ୍ରେ ପ୍ରସ୍ତୁତ ହେବ୧୫ଟି ବଡ଼ ଗେଟ । ବ୍ରିଜ୍ର ଉଭୟ ପାଶ୍ୱର୍ରେ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସିବ ଏବଂ ମୁଖ୍ୟ ତୋରଣ ସମ୍ମୁଖରେ ଜଳ ଫୁଆରା ସାଙ୍ଗକୁ ବିଭିନ୍ନ ମନୋରଞ୍ଜନଧର୍ମୀ ଷ୍ଟ୍ରକଚର୍ ସ୍ଥାପନ କରାଯିବ । ଷଷ୍ଠୀଦିନ ସନ୍ଧ୍ୟାରେ ଭଜନ ପରିବେଷଣ ହେବା ସହ ସପ୍ତମୀ, ଅଷ୍ଟମୀ, ନବମୀ ଏବଂ ଦଶମୀ ୪ଦିନ ଧରି ମେଲୋଡ଼ିର ବ୍ୟବସ୍ଥା କରାଯାଇଛି । ଦୁର୍ଗାପୂଜା ଅଷ୍ଟମୀଦିନରେ ପ୍ରତ୍ୟେକ ଭକ୍ତଙ୍କୁ ମାଗଣାରେ ଭୋଜନ ବ୍ୟବସ୍ଥା କରାଯାଇଛି । ଯଦି କେହି ପ୍ରସାଦ ଘରକୁ ନେବାକୁ ଚାହିଁବେ ତାହା ହେଲେ ୫୦ଟଙ୍କା ଦେୟ ଦେଇ ଘରକୁ ନେଇ ପାରିବେ ବୋଲି ଶ୍ରୀ ଜେନା କହିଛନ୍ତି ।
ସୁଜନ କୁମାର ଜେନା(ସମ୍ପାଦକ)
ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବା ସହିତ ଶାନ୍ତିଶୃଙ୍ଖଳା ନିୟନ୍ତ୍ରଣ ପାଇଁ ପୁଲିସବାହିନୀ ସହ ୨୦ଜଣ ସ୍ୱେଚ୍ଛାସେବୀ ନିୟୋଜିତ କରାଯିବ ଏବଂ ୨୦ଟି ସିସିଟିଭି ଲାଗିବା ସହ ଦିବ୍ୟାଙ୍ଗ ଓ ବୟସ୍କମାନଙ୍କ ପାଇଁ ୫ଟି ହ୍ୱିଲ୍ ଚେୟାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହା ସହିତ ସାଂସ୍କୃତିକ କାର୍ର୍ଯ୍ୟକ୍ରମ ପରିବେଷଣ କରାଯିବ । ଏଥିରେ ଓଲିଉଡ଼ ଓ ବଲିଉଡ଼ ଶିଳ୍ପୀ ମାନଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*