ବମିଖାଲ ଓଭରବ୍ରିଜ୍:ଗହଳି କମାଇବ କ’ଣ ବଢାଉଛି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ମାତ୍ର ୩ ବର୍ଷର ପ୍ରୋଜେକ୍ଟ ବମିଖାଲ ରେଲୱେ ଓଭର ବ୍ରିଜ୍କୁ ସରକାରଙ୍କୁ ଲାଗିଗଲା ୮ ବର୍ଷ । ଆଉ ବ୍ରିଜ୍ ନିର୍ମାଣ କାମ ଏପରିି ସଂସ୍ଥାକୁ ଦେଇଥିଲେ ଯେ, ଦୁଇ ଦୁଇଥର ନିର୍ମାଣଧୀନ ବ୍ରିଜ୍ ଭାଙ୍ଗିଲା । ପ୍ରାୟତଃ ଓଭର ବ୍ରିଜ୍‌ ଗହଳି କମାଇବାକୁ ତିଆରି କରାଯାଇଥାଏ । ମନେହୁଏ ବମିଖାଲ ଓଭରବ୍ରିଜ ଏଥିରେ ଫେଲ ମାରିଛି । ଓଭରବ୍ରିଜ ତିଆରି ପରେ ବି ବ୍ରିଜ ଉପରେ ଗହଳି ସୃଷ୍ଟି ହେଉଛି । କିଛି ଲୋକେ ବ୍ରିଜର ଡିଜାଇନକୁ ଦାୟୀ କରିଥିବା ବେଳେ ଆଉ କିଛି ଏଥିପାଇଁ ଅସାବଧାନ ଚାଳକଙ୍କୁ ଦୋଷ ଦେଇଛନ୍ତି । ବୁଧବାରଠାରୁ ବ୍ରିଜ୍ ଉଦ୍ଘାଟନ ହୋଇ ଚଳାଚଳ ଆରମ୍ଭ ହୋଇଥିଲେ ବି ଗହଳି କମେଇବା ଲାଗି ଉଦ୍ଧିଷ୍ଟ ଏହି ବ୍ରିଜ୍ କିନ୍ତୁ ଏଯାଏଁ ଫଳପ୍ରଦ ହୋଇନି । ରାସ୍ତାରେ ଗହଳି କମିବ କ’ଣ, ବ୍ରିଜ୍ ଉପରେ ପ୍ରବଳ ମାତ୍ରାରେ ସକାଳୁ ରାତି ଯାଏଁ ଗହଳି ଲାଗି ରହୁଛି । ଗହଳିର କାରଣ ଜାଣିବା ପାଇଁ ପୂରା ଗୋଟିଏ ଦିନର ଅନୁଶୀଳନରେ ଯାହା ଜାଣିବାକୁ ମିଳିଲା ଯେ, ଭୁଲ୍ ହେଉଛି କିଛି ଅସାବଧାନ ବା ଅସଚେତନ ଚାଳକଙ୍କର । କାରଣ ହେଉଛି, ବ୍ରିଜ୍ର ରୂପରେଖ ସହ ଲୋକେ ଖାପ ଖୁଆଇ ପାରୁନାହାନ୍ତି । ବ୍ରିଜ୍ରେ ବମିଖାଲ ପଟରୁ ଚଢ଼ିଲେ ସହିଦ୍ ନଗର ଯିବା ପାଇଁ ରାସ୍ତା ହୋଇଛି । ଆଉ ସହିଦ୍ ନଗର ପଟରୁ ଚଢ଼ିଲେ ରସୁଲଗଡ଼ ଛକ ପୂର୍ବରୁ ଥିବା ଏସପ୍ଲାନେଡ ମଲ୍ ସାମନାରେ ଓହ୍ଳେଇବେ । ହେଲେ ରସୁଲଗଡ଼ ପଟରୁ ଚଢ଼ିବା ଲାଗି ରାସ୍ତା ନାହିଁ । କେବଳ ବମିଖାଲ ପଟରୁ ଚଢ଼ିବା ପାଇଁ, ସହିଦ୍ ନଗର ପଟରୁ ଉଭୟ ଚଢ଼ିବା ଏବଂ ଓହ୍ଳେଇବା ଆଉ ରସୁଲଗଡ଼ ପଟରେ କେବଳ ଓହ୍ଲେଇବା ପାଇଁ ସୁବିଧା କରାଯାଇଛି । ବମିଖାଲ ପଟରୁ ଚଢ଼ୁଥିବା ଲୋକେ ବ୍ରିଜ୍ ଉପରେ ରସୁଲଗଡ଼ ଯିବାକୁ ସୁବିଧା କରାଯାଇନାହିଁ । ଯେଉଁଠାରୁ ବ୍ରିଜ୍ ରସୁଲଗଡ଼ ଓ ବମିଖାଲ ପଟକୁ ଲମ୍ବିଛି ସେହି ସ୍ଥଳ ଗହଳି ସୃଷ୍ଟି କରୁଛି । ବମିଖାଲ ପଟରୁ ରସୁଲଗଡ଼ ଯିବା ଲୋକେ ବ୍ରିଜ୍ ତଳ ରାସ୍ତା ବ୍ୟବହାର କରିବେ, ସହିଦ୍ ନଗର ଯିବା ପାଇଁ ବ୍ରିଜ୍ ବ୍ୟବହାର କରିବାକୁ ପୂର୍ତ୍ତ ବିଭାଗର ନିଦେ୍ର୍ଦଶ ଫଳକ ଲାଗିଛି । ହେଲେ ଲୋକେ ଏହି ନିଦେ୍ର୍ଦଶକୁ ଫୁ କରିଦେଉଛନ୍ତି । ବମିଖାଲ ପଟରୁ ବ୍ରିଜ୍ ଉପରେ ଚଢ଼ି ଲୋକେ ଯେଉଁଠାରୁ ‘ଣ’ ଆକୃତି ହୋଇଛି ସେଠାରୁ ବୁଲି ରସୁଲଗଡ଼ ଆଡ଼କୁ ଯାଉଛନ୍ତି । ସେପଟେ ସହିଦ୍ ନଗର ପଟରୁ ଆସୁଥିବା ଗାଡ଼ିକୁ ଅଟକିବାକୁ ପଡୁଛି । ବମିଖାଲପଟୁ ଲୋକେ କେବଳ ଦୁଇଚକିଆ ନୁହେଁ, ଚାରିଚକିଆ ଯାନ ନେଇ ଯାନ ନେଇ ‘ଣ’ ଆକୃତିରୁ ବୁଲେଇବା ବେଳକୁ ଗହଳି ସୃଷ୍ଟି ହେଉଛି ।
ସେପଟେ ରସୁଲଗଡ଼ ପଟରୁ ଭୁଲ୍ ରାସ୍ତାରେ ବ୍ରିଜ୍ ଉପରକୁ ଚଢ଼ି ଲୋକେ ଆହୁରି ଗହଳି କରୁଛନ୍ତି । ଲମ୍ବା ରାସ୍ତାରେ ନଯିବା ଲାଗି ଲୋକେ ବ୍ରିଜ୍ ଉପରେ ଭୁଲ୍ ରାସ୍ତାରୁ ଚଢ଼ି ଗହଳି ସୃଷ୍ଟି କରୁଛନ୍ତି । ତେବେ ଲୋକେ ଭୁଲ୍ ବାଟରେ ଯାଇ ଖାଲି ଗହଳି କରୁନାହାନ୍ତି, ଅନ୍ୟ ଲୋକଙ୍କ ଉପରେ ଦାଦାଗିରି ବି ଦେଖାଉଛନ୍ତି । ଗହଳି, ଦାଦାଗିରିକୁ ଛାଡ଼ିଦେଲେ ଲୋକେ ସରକାରଙ୍କୁ ବ୍ରିଜ୍ର ରୂପରେଖ ଭୁଲ ତିଆରି କରିଛନ୍ତି ବୋଲି ଦୋଷ ଦେଉଛନ୍ତି । ଲୋକେ ଲମ୍ବା ରାସ୍ତାକୁ ଅଣଦେଖା କରି ଭୁଲ୍ ବାଟ ବାଛୁଛନ୍ତି, ଯେଉଁଥିପାଇଁ ରାସ୍ତା ଉପରେ ଗହଳି, ଦୁର୍ଘଟଣା ସୃଷ୍ଟି ହେଉଛି । ରାସ୍ତା ଉପରୁ ଗହଳି କମାଇବା ଲାଗି ଯେ, ସରକାର ଲମ୍ବା ରାସ୍ତା ଦେଇ ଗ୍ୟାପ୍ରେ ରାସ୍ତା ଅତିକ୍ରମ କରିବା ବ୍ୟବସ୍ଥା କରିଛନ୍ତି ଲୋକେ ସେ କଥା ବୁଝି ପାରୁନାହାନ୍ତି । ଭୁଲ୍ ବାଟରେ ଲୋକ ବ୍ରିଜ୍ ଚଢ଼ିବା ବିଷୟରେ ପ୍ରଶ୍ନ କରିବାରୁ, ନୂଆ ବ୍ରିଜ୍ କେମିତି ହୋଇଛି ଦେଖିବାକୁ ଆସିଛୁ, ଫଳକ ଦେଖିନି ଭୁଲ୍ରେ ପଳେଇ ଆସିଲି ଏମିତି କିଛି କାରଣ ଦର୍ଶାଇଥିଲେ । ତେବେ ସହରରେ ଏମିତି ନୂଆ ଧରଣର ବ୍ରିଜ୍କୁ ଲୋକେ ଗ୍ରହଣ ନକରିପାରି ସୋସିଆଲ ମିଡ଼ିଆରେ ସରକାରଙ୍କୁ ଖୁବ୍ ଗାଳି କରିଛନ୍ତି । ପୂରା ଗୋଟିଏ ଦିନର ଅନୁଶୀଳନ କହୁଛି, ଲୋକଙ୍କୁ ସାବଧାନ ହେବାକୁ ପଡ଼ିବ, ନିୟମ ମାନି ଚାଲିଲେ ରାସ୍ତାରେ ଗହଳି, ଦୁର୍ଘଟଣାକୁ ଦୂରେଇ ହେବ । ପ୍ରଶାସନର କିନ୍ତୁ ଏଠାରେ ଆଉ ଦୁଇଟି କାମ ବାକିି ରହିଛି, ଗୋଟିଏ ହେଲା ବ୍ୟବହାର ନିଦେ୍ର୍ଦଶ ଫଳକକୁ ଆଖି ଦୃଶିଆ କରେଇବା ଓ ପୋଲର ତିନି ପାଶ୍ୱର୍ରେ ପୁଲିସ୍ ତଥା ଟ୍ରାଫିକ୍ ପୁଲିସ୍ଙ୍କୁ ନିୟୋଜିତ କରି ଅସଚେତନ ଚାଳକଙ୍କୁ ନିୟମ ମାନିବାକୁ ବାଧ୍ୟ କରେଇବା । ବ୍ରିଜ୍ର ଏଭଳି ସମସ୍ୟାକୁ ନେଇ ସ୍ଥାନୀୟ ଜଣେ ଅଧିବାସୀ କହିଛନ୍ତି ବ୍ରିଜ୍ର ଡିଜାଇନ୍ ଭୁଲ୍ ହେବା ସହ ଲୋକେ ବି ନିୟମ ନ ମାନିବାରୁ ବ୍ରିଜ୍ ଉପରେ ନାହିଁ ନଥିବା ଗହଳି ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*