ବବି ଦାସଙ୍କ ବିରୋଧରେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ:ଭୁବନେଶ୍ୱର

ମହିଳା କମିଶନ ସଦସ୍ୟା ବିଜୁ ଜନତା ଦଳର ବିଧାୟକଙ୍କ ଦ୍ୱାରା ନିର୍ଯାତିତା ହେଉଛନ୍ତି । ଏଥିରୁ ଜଣାପଡୁଛି ରାଜ୍ୟରେ ମହିଳାମାନେ କେତେ ଅସୁରକ୍ଷିତ । ମହିଳା କମିଶନ ଯିଏ ମହିଳାଙ୍କୁ ସୁରକ୍ଷା ଦେବା କଥା ସେହି ମହିଳା କମିଶନର ସଦସ୍ୟାମାନେ ଆଜି ବିଜୁ ଜନତା ଦଳର ବିଧାୟକଙ୍କ ଦ୍ୱାରା ଦୁର୍ବ୍ୟବହାରର ଶିକାର । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କର ମହିଳାଙ୍କୁ ସମ୍ମାନ ରାଜନୈତିକ ପ୍ରତିବଦ୍ଧତା ନୁହେଁ ବରଂ ମହିଳାଙ୍କୁ ମୋହରା କରି ଡ଼୍ରାମା ଓ ନାଟକ ମାଧ୍ୟମରେ ମହିଳା ସମର୍ଥନ ହାସଲ କରିବା ଗୋଟିଏ ମାତ୍ର କାମ । ରାଜ୍ୟ ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି । ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ବିଜଦର ଟାଣୁଆ ବିଧାୟକ ତୃତୀୟ ମହଲା ଅଣ ଓଡ଼ିଆ କଳା ପାହାଡ଼ଙ୍କ ଚଳନ୍ତି ପ୍ରତିମା କୁହାଯାଉଥିବା ବିଧାୟକ ପ୍ରଣବ ପ୍ରକାଶ ଦାସ ଜଣେ ସାଧାରଣ ମହିଳା ନୁହେଁ ବରଂ ମହିଳା କମିଶନର ସଦସ୍ୟା ତିଲୋତମା ନାୟକଙ୍କୁ ସର୍ବସାଧାରଣରେ କୁତ୍ସିତ ବ୍ୟବହାର କଲେ । ଏଥି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରି ଅଭିଯୋଗ କରିବାକୁ ଆସିଥିବା ତିଲୋତମା ନାୟକ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ନକରି ପାରି ତାଙ୍କୁ ବିଜଦର ଏହି ଟାଣୁଆ ବିଧାୟକ ସର୍ବସାଧାରଣରେ କରିଥିବା ଅସଭ୍ୟ ବ୍ୟବହାରର ବିବରଣୀ ଗଣମାଧ୍ୟମ ସାମ୍ନାରେ ଦେଇଥିଲେ । ଏପରି ବ୍ୟବହାର ଦେଶର ଆଇନ ଅନୁଯାୟୀ ଏକ ଧର୍ତବ୍ୟ ଅପରାଧ । ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପାଟି ଫିଟେଇଲେ ନାହିଁ । ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ ।
ତିଲୋତମା ନାୟକ ଖୋଦ୍ ମହିଳା କମିଶନର ସଦସ୍ୟା । ମହିଳା କମିଶନଙ୍କ ତରଫରୁ ଏହି ଘଟଣାରେ ବିଧାୟକଙ୍କୁ ନୋଟିସ ପଠାଇବା ପାଇଁ ଉପଯୁକ୍ତ ମାମଲା । ମହିଳା କମିଶନ ବି ଚୁପ୍ ବସିଛି । ଏପରି ପରିସ୍ଥିତିରେ ମହିଳା ସଶକ୍ତିକରଣ ଓ ସମ୍ମାନର ନାରା ଦେଇଥିବା ବିଜଦ ଓ ନବୀନ ପଟ୍ଟନାୟକଙ୍କର ଅସଲ ଚେହେରା ପଦାରେ ପଡ଼ିଛି ବୋଲି ଶ୍ରୀମତୀ ପରିଡା ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ‘ମାକୁ ସମ୍ମାନ’ ଓ ‘ମହିଳା ସଂରକ୍ଷଣ’ର ସ୍ଲୋଗାନ କୁଆଡେ ଗଲା ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*