ବନ୍ଦ ହେବ କି ୨ହଜାର ଟଙ୍କିଆ ନୋଟ! ଅର୍ଥମନ୍ତ୍ରଣାଳୟର ପୂର୍ବ ସଚିବ ଦେଲେ ସଂକେତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ନୋଟ ବନ୍ଦୀର ୩ବର୍ଷ ପୁରଣ ଅବସରରେ ଆର୍ଥିକ ମାମଲାର ପୂର୍ବ ସଚିବ ସୁବାଷ ଚନ୍ଦ୍ର ଗର୍ଗ ଯେଉଁ ସୂଚନା ଦେଇଛନ୍ତି ତାହା ଅନେକଙ୍କ ପାଇଁ ଚିନ୍ତା ସୃଷ୍ଟି କରିବା ସ୍ୱାଭାବିକ । ସେ କହିଛନ୍ତି ଯେ, ୨ହଜାର ଟଙ୍କିଆ ନୋଟ ବନ୍ଦ କରିଦେବା ଦରକାର । ସେ ଦାବି କରିଛନ୍ତି ଯେ, ୫୦୦ ଏବଂ ୧୦୦୦ ଟଙ୍କିଆ ପୁରୁଣା ନୋଟ ସ୍ଥାନରେ ଅଣାଯାଇଥିବା ୨୦୦୦ ଟଙ୍କିଆ ନୋଟ ଦ୍ୱାରା କଳାବଜାରୀ ବଢ଼ିଛି । ଏହାକୁ ରୋକି ଦେବା ଦରକାର । ସୂଚନାଯୋଗ୍ୟ ଯେ, ତିନି ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ବନ୍ଦ କରିବାର ଘୋଷଣା କରିଥିଲେ । କଳାଟଙ୍କା ଉପରେ ଅଙ୍କୁଶ ଲଗାଇବା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା ।
ପୂର୍ବ ଆର୍ଥିକ ସଚିବ ଗର୍ଗ କହିଛନ୍ତି ଯେ, ଅର୍ଥ ବ୍ୟବସ୍ଥାରେ ଏବେ ମଧ୍ୟ ପ୍ରଚୁର ମାତ୍ରାରେ ନଗଦ ଅର୍ଥ ଉପଲବ୍ଧ ରହିଛି । ୨୦୦୦ ଟଙ୍କିଆ ନୋଟର ପ୍ରଚଳନ କମିବା ସହ ଅଧିକରୁ ଅଧିକ ଲୋକେ ଏହାକୁ ସଂଚୟ କରୁଛନ୍ତି । ସମଗ୍ର ବିଶ୍ୱ ଏବେ ଡିଜିଟାଲ ପଇଠ ବ୍ୟବସ୍ଥାକୁ ସଂପ୍ରସାରିତ କରୁଛି, ଭାରତ ମଧ୍ୟ ଏଦିଗରେ ଗତି କରୁଛି । ତେବେ ଭାରତର ଡିଜିଟାଲ ସଂପ୍ରସାରଣ ଧାରା ଧିମା ରହିଛି । ଏଠାରେ ସୂଚନାଯୋଗ୍ୟ ଯେ, ଅର୍ଥମନ୍ତ୍ରଣାଳୟରୁ ବଦଳି ହେବା ପରେ ଗର୍ଗ ଭିଆରଏସ୍‌ ନେଇଥିଲେ ।
ଗର୍ଗଙ୍କ ସୂଚନା ଅନୁସାରେ, ମୂଲ୍ୟ ଆଧାରରେ ଦେଖିବାକୁ ଗଲେ ବଜାରରେ ଉପଲବ୍ଧ ନୋଟ୍‌ ମଧ୍ୟରୁ ୨୦୦୦ ଟଙ୍କିଆ ନୋଟର ଭାଗିଦାରୀ ଏକତୃତୀୟାଂଶ । ପ୍ରଚଳିତ ୨୦୦୦ ଟଙ୍କିଆ ନୋଟର ବଡଭାଗ ବଜାରର ପ୍ରଚଳନ ଧାରାରେ ନାହିଁ । ଏହା ସଂଚିତ ହୋଇ ରହୁଛି । କଳାବଜାରୀଙ୍କୁ ମଧ୍ୟ ପ୍ରାଧାନ୍ୟ ମିଳୁଥାଇପାରେ । ଏହି କାରଣରୁ ବଜାରରେ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ଦେଖିବାକୁ ମିଳୁନାହିଁ । ସେ ଆହୁରି କହିଛନ୍ତି ଯେ, ନଗଦ ନେଣଦେଣ ପାଇଁ ଡିଜିଟାଲ ବ୍ୟବସ୍ଥା ଆଗକୁ ବଢ଼ୁଥିଲେ ମଧ୍ୟ ଆଜିବି ଦେଶରେ ୮୫%ରୁ ଅଧିକ ନେଣଦେଣ ନଗଦରେ ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*