ବଦଳୁଛି ଗ୍ରାହକଙ୍କ ପସନ୍ଦର ଧାରା ଦାମ୍‌ ନୁହେଁ, ଟେକ୍ନୋଲୋଜି ଓ ବିଶେଷତ୍ୱ ଉପରେ ଦେଉଛନ୍ତି ଫୋକସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ସମୟ ଥିଲା ଲୋକେ ଇଲେକ୍ଟ୍ରୋନିକ୍ସ ଉତ୍ପାଦ, ମୁ୍ୟଜିକ୍‌ ସିଷ୍ଟମ୍‌, ମୋବାଇଲ୍‌ ଫୋନ, ଡିଜିଟାଲ କ୍ୟାମେରା ଆଦି କିଣିବାର ଚିନ୍ତା କରୁଥିବାବେଳେ ପ୍ରଥମେ ଗୁରୁତ୍ୱ ଦେଉଥିଲେ ମୂଲ୍ୟ ଉପରେ । ହେଲେ ବର୍ତ୍ତମାନ ଆଉ ସେ ସମୟ ନାହିଁ । ବଦଳୁଥିବା ସମୟ ସହ ତାଳ ଦେଇ ବଦଳୁଛି ବୈଷୟିକ ଜ୍ଞାନକୌଶଳ । ଆଉ ବଦଳୁଛି ଲୋକଙ୍କ ମାନସିକତା । ସେହି କାରଣରୁ ଲୋକେ ମୂଲ୍ୟ ନୁହେଁ, ବରଂ ଟେକ୍ନୋଲୋଜି ଓ ଉତ୍ପାଦର ବିଶେଷତ୍ୱ ଉପରେ ଜୋର ଦେଉଛନ୍ତି । ଏହା କହିଛନ୍ତି ସୋନି ଇନ୍ଦିଆର ପରିଚାଳନା ନିଦେ୍ର୍ଦଶକ ସୁନୀଲ ନାୟାର ।
ପରିଚାଳନା ନିଦେ୍ର୍ଦଶକ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ନାୟାର ସୋମବାର କମ୍ପାନୀର ବିଭିନ୍ନ ଉତ୍ପାଦ, ବଜାର ସଫଳତା, ଆଗାମୀ ଯୋଜନା ଆଦି ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଆମ କମ୍ପାନୀ ସବୁବେଳେ ଉକ୍ରୃଷ୍ଟ ଜ୍ଞାନକୌଶଳ, ନୂଆ ଉଦ୍ଭାବନ ଉପରେ ଜୋର ଦେଇ ଗ୍ରାହକଙ୍କୁ ସବୁଠାରୁ ଉନ୍ନତ ମାନର ସାମଗ୍ରୀ ପ୍ରଦାନ ଉପରେ ବିଶ୍ୱାସ ରଖେ । ଅନେକ ଉତ୍ପାଦର ମୂଲ୍ୟକୁ ନେଇ ପ୍ରଶ୍ନ ଉଠାନ୍ତି । ହେଲେ ବର୍ତ୍ତମାନ ସମୟରେ ସୋନି ଗ୍ରାହକଙ୍କ ପକେଟକୁ ସୁହାଇଲା ଭଳି ଉତ୍ପାଦ ଉପସ୍ଥାପିତ କରି ନିଜର ବଜାର ଅଂଶକୁ ବଢାଇବାରେ ଲାଗିଛି । ବର୍ତ୍ତମାନ ଆମେ ପି୍ରମିୟମ ଉତ୍ପାଦ ଉପରେ ଅଧିକ ଜୋର ଦେଉଛି ଏବଂ ୨୦୨୧ ସୁଦ୍ଧା ରାଜସ୍ୱ ପରିମାଣକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ରଖିଛୁ । କମ୍ପାନୀର ମୋଟ ରାଜସ୍ୱରେ ପି୍ରମିୟମ ଉତ୍ପାଦର ଯୋଗଦାନ ୨୫ପ୍ରତିଶତ ରହିଛି । ଏହାକୁ ୪୦ପ୍ରତିଶତରୁ ଅଧିକ ପହଞ୍ଚାଇବାରେ ଯୋଜନା ରଖିଛୁ । ସେ କହିଥିଲେ ଯେ, ପି୍ରମିୟମ୍‌ ବ୍ରାନ୍ଦ୍‌ ଟିଭି କ୍ଷେତ୍ରରେ ଆମେ ଆମ ସ୍ଥିତିକୁ ମଜବୁତ ପାଇଁ ଉଦ୍ୟମ ଜାରି ରଖିଥିବାବେଳେ ଖୁବଶୀଘ୍ର ଆଉ କିଛି ନୂଆ ବୈଷୟିକ ଜ୍ଞାନକୌଶଳ ଯୁକ୍ତ ଉତ୍ପାଦକୁ ବଜାରକୁ ଅଣାଯିବ । ସେହିପରି ମୁ୍ୟଜିକ୍‌ ସିଷ୍ଟମ୍‌, ଡିଜିଟାଲ ଇମେଜିଂ କ୍ଷେତ୍ରରେ ମଧ୍ୟ ନୂଆ ନୂଆ ଉତ୍ପାଦ ଆଣିବାର ଯୋଜନା ରହିଛି । ମାର୍କେଟିଂ ସମ୍ପ୍ରସାରଣ ଯୋଜନା ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଯେ, ଗତ ୨୫ବର୍ଷ ମଧ୍ୟରେ ଆମେ ଆମ ବିତରଣ ନେଟୱର୍କରେ ୧୨ହଜାର ଡିଲରଙ୍କୁ ସାମିଲ କରିପାରିଛୁ । ଏହି ସଂଖ୍ୟାକୁ ମଧ୍ୟ ନିୟମିତ ବୃଦ୍ଧି କରାଯିବାର ଯୋଜନା ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*