ବଦଳିବ ପିସିସି ନେତୃତ୍ୱ!

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଜ୍ୟ କଂଗ୍ରେସର ସଙ୍ଗଠନକୁ ନେଇ ଗତ କିଛି ମାସ ଧରି ଦଳ ଭିତରେ ଚାଲିଆସିଥିବା ଛକାପଞ୍ଝାର ଅବସାନ ହେବ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି । ପିସିସି ସଭାପତି ଦାୟିତ୍ୱରେ ନୂଆ ନେତାଙ୍କୁ ଦାୟିତ୍ୱ ଦେବା ପାଇଁ ପକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି । ଗତ କିଛିଦିନ ଧରି ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇ ତାଙ୍କ ସ୍ଥାନରେ ଯୁବ ଚେହେରା ମହମ୍ମଦ ମୁକିମ୍‌ଙ୍କୁ ନିଯୁକ୍ତି ଦେବାକୁ ଗୋଟିଏ ଗୋଷ୍ଠୀ ଦାବି କରି ଆସିଥିଲା । ବୁଧବାର ଦିନ ବିଧାୟକ ମହମ୍ମଦ ମୁକିମ୍‌ ଡାକରା ପାଇ ନୂଆଦିଲ୍ଲୀରେ ଦଳର ଅନ୍ତରୀଣ ସଭାନେତ୍ରୀ ସୋନିଆ ଗାନ୍ଧିଙ୍କୁ ଭେଟିବାକୁ ଉଦ୍ୟମ କରିଛନ୍ତି । ବିଧାୟକ ଶ୍ରୀ ମୁକିମ୍‌ ବୁଧବାର ଦିନ କଂଗ୍ରେସ ସଭାନେତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚô ସୋନିଆଙ୍କ ବ୍ୟକ୍ତିଗତ ସଚିବ କେସି ଭେନୁଗୋପାଳଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ପିସିସି ପରିବର୍ତ୍ତନ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*