ବଦଳାଇଥିଲେ ନାମର ସ୍ପେଲିଂ ଏବେ ମିଳିଲା ଫାଇଦା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ: ବେଙ୍ଗାଲୁରୁ
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦିୟୁରପ୍ପା ଜ୍ୟୋତିଷ ଶାସ୍ତ୍ର ଉପରେ ବେଶ ବିଶ୍ୱାସ କରନ୍ତି । ଜ୍ୟୋତିଷଙ୍କ ପରାମର୍ଶକ୍ରମେ ସେ ସବୁ କାର୍ଯ୍ୟ କରୁଥିବା କୁହାଯାଏ । ୨୦୧୮ରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ । ହେଲେ ୫୬ ଘଣ୍ଟା ଭିତରେ ପଦ ଛାଡିଥିଲେ । ଏହି ଘଟଣାକୁ ଦୃଷ୍ଟିରେ ରଖି ଜ୍ୟୋତିଷଙ୍କ ପରାମର୍ଶକ୍ରମେ ସେ ନିଜ ନାମର ସ୍ପେଲିଂକୁ ବଦଳାଇଥିଲେ । ଆଉ ଏହାର ସଫଳତା ଉପନିର୍ବାଚନରେ ଦେଖିବାକୁ ମିଳୁଛି ।
ପ୍ରଥମେ ତାଙ୍କ ନାମ ଥିଲା ବିଏସ୍‌ ୟେଦୁରପ୍ପା । ହେଲେ ପରେ ସେ ତା’ର ସ୍ପେଲିଂ ବଦଳାଇଥିଲେ ୟେଦିୟୁରପ୍ପା । ଏହି ନାମ ବଦଳାଇବାର ଫାଇଦା ତାଙ୍କୁ ଏବେ ମିଳିଛି । ସରକାରରେ ତାଙ୍କ ଦଳକୁ ପୂର୍ଣ୍ଣବହୁମତ ହାସଲ ହୋଇଛି । ଉପନିର୍ବାଚନର ୧୫ଟି ଆସନରୁ ଭାଜପା ୧୨ଟି ଆସନ ଜିତିଥିଲା ବେଳେ ଏହା ପଛର ବଡ଼ କାରଣ ତାଙ୍କ ନାମ ବଦଳାଇବା ବୋଲି କୁହାଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*