ବଡ ସଫଳତା : ପୁଲୱାମା ହମଲାରେ ବ୍ୟବହୃତ ଗାଡିର ମାଲିକ ଚିହ୍ନଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ପୁଲୱାମା ଆତ୍ମଘାତୀ ହମଲା ଘଟଣାର ତଦନ୍ତ କରୁଥିବା ଏନଆଇଏକୁ ସୋମବାର ଏକ ବଡ ସଫଳତା ମିଳିଛି । ତଦନ୍ତକାରୀ ଦଳ ଏହି ହମଲାରେ ବ୍ୟବହୃତ ଗାଡିର ମାଲିକକୁ ଚିହ୍ନଟ କରିଛି । ଏହି ଗାଡି ସାଜଦ ଭଟ ନାମରେ ରହିଛି । ସାଜଦ ଜାମ୍ମୁ-କାଶ୍ମୀରର ବିଜବେହେରା ଅଞ୍ଚଳର ନିବାସୀ ହୋଇଥିଲାବେଳେ ସେ ଏବେ ଫେରାର ଅଛି । ବିସ୍ଫୋରଣ ପାଇଁ ଆତଙ୍କୀ ଅଦିଲ ଅହମଦ ଦର ବ୍ୟବହାର କରିଥିବା ମାରୁତି ଇକୋକୁ ସାଜଦ ଚଳିତ ବର୍ଷ ଫେବୃଆରୀ ୪ରେ କିଣିଥିଲା । ଏହା ପୂର୍ବରୁ ଉକ୍ତ ଗାଡିଟିକୁ ଆଉ ୬ ଜଣ ଲୋକ କିଣିସାରିଥିଲେ । ୨୦୧୧ ମସିହାରେ ଗାଡିଟିକୁ ପ୍ରଥମ ଥର ପାଇଁ ମହମ୍ମଦ ଜଲିଲ ଅହମଦ କିଣିଥିଲେ । ଏନଆଇଏ ବିସ୍ଫୋରଣ ପରେ ଗାଡିର ଚେସିସ୍‌ ନଂ ଏବଂ ଇଞ୍ଜିନ ନଂରୁ ସାଜଦ ଏହାର ମାଲିକ ବୋଲି ଜାଣିବାକୁ ପାଇଥିଲା । ବର୍ତ୍ତମାନର ଗାଡିର ମାଲିକ ସାଜଦ ମଧ୍ୟ ଇତିମଧ୍ୟରେ ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନରେ ଯୋଗ ଦେଇଛି ବୋଲି ଏନଆଇଏ ପକ୍ଷରୁ କୁହାଯାଇଛି । ଏନଆଇଏ ସାଜଦ ବିଷୟରେ ଜାଣିବା ପରେ ଗତ ଫେବୃଆରୀ ୨୩ରେ ତାର ଘରେ ଚଢାଉ କରାଯାଇଥିଲା । ହେଲେ ସେ କେଉଁଆଡେ ଫେରାର ହୋଇଯାଇଥିଲା । ଏହାପରେ ସେ ଜୈଶ ସଂଗଠନରେ ସାମିଲ ହୋଇଥିବା କୁହାଯାଉଛି । ସେହିପରି ସୋସିଆଲ ମିଡିଆରେ ସାଜଦର ଯେଉଁ ଫଟୋଟି ଘୁରି ବୁଲୁଛି, ସେଥିରେ ସେ ବନ୍ଧୁକ ଧରିଥିବାର ଦେଖିବାକୁ ମିଳିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*