ବଞ୍ଚିଥିବା ପର୍ଯ୍ୟନ୍ତ ଅଭିନୟ କରୁଥିବି

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ବଲିଉଡର ଆଗ ଧାଡିର ଅଭିନେତ୍ରୀଙ୍କ ମଧ୍ୟରୁ କରିନା କପୁର ଖାନ ଜଣେ । ସେ ଦୀର୍ଘ ଦିନ ହେବ ଏହି ଇନ୍ଦଷ୍ଟ୍ରୀରେ ସକ୍ରିୟ ମଧ୍ୟ ଅଛନ୍ତି । ଫିଲ୍ମ ‘ରିଫୁ୍ୟଜି’ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା କରିନା ବଲିଉଡରେ ‘ଜବ ଉଇ ମେଟ’, ‘ଅଶୋକା’ ‘ଚମେଲୀ’ ‘ଉଡତା ପଞ୍ଜାବ’ ‘ବୀରେ ଦ ୱେଡିଂ’ ‘ଦେବ’ ‘ଓମକାରା’ ଭଳି ଫିଲ୍ମରେ ଅଭିନୟ କରି ମସାଲା ଓ ଗୁରୁତ୍ୱପୂର୍ଣ୍ଣ ସିନେମା ମଧ୍ୟରେ ଏକ ସୁନ୍ଦର ବାଲନ୍ସ ତିଆରି କରିଥିଲେ ।
କରୀନାଙ୍କୁ ବଲିଉଡରେ ପ୍ରାୟ ୨୦ ବର୍ଷ ହେବାକୁ ଯାଉଛି । ନିଜ ଅଭିନୟର ଏହି ଯାତ୍ରାକୁ ନେଇ କରିନା ଖୁବ୍ ଖୁସି ଅଛନ୍ତି ଓ ତାଙ୍କୁ ଲାଗୁଛି କି ସେ ଅଭିନୟ ବ୍ୟତିତ ଆଉ କିଛି କରିପାରିବେ ନାହିଁ । ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ବେଳେ କରୀନା ନିଜ ଦୀର୍ଘଦିନର କ୍ୟାରିୟର ବିଷୟରେ କହିଛନ୍ତି ଯେ, ୨୦ ବର୍ଷ ଯାତ୍ରା ଖୁବ୍ ରୋମାଞ୍ଚକର । ଉଚ୍ଚକୋଟିର କଳାକାରମାନଙ୍କ ସହ କାମ କରିବାର ଏହି ଯାତ୍ରା ଖୁବ୍ ସୁନ୍ଦର ଅଟେ । ମୁଁ କେବଳ ଅଭିନୟ କରିବା ପାଇଁ ଜନ୍ମ ହୋଇଛି ଓ ମୋର ଆଶା ଅଛି ଯେ, ମୁଁ ମରିବା ପର୍ଯ୍ୟନ୍ତ ଅଭିନୟ କରୁଥିବି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*