ବଜାର ଚାପ ହ୍ରାସ ପାଇଁ ଆରବିଆଇ ଦେବ ୧ଲକ୍ଷ କୋଟି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମୁମ୍ବାଇ

କରୋନା ଭାଇରସ କାରଣରୁ ଆର୍ଥିକ ବ୍ୟବସ୍ଥା ପ୍ରଭାବିତ ହେବାରେ ଲାଗିଛି । ଏହି କାରଣରୁ ବଜାରରେ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ ଆରବିଆଇ ବ୍ୟାଙ୍କିଂ କ୍ଷେତ୍ରରେ ୧ଲକ୍ଷ କୋଟିର ଅତିରିକ୍ତ ଅର୍ଥରାଶି ସହାୟତାର ଘୋଷଣା କରିଛି । ଆରବିଆଇ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଡ଼ିଲେ ଆଗକୁ ଆଉ ଅଧିକ ବଡ଼ ନିଷ୍ପତ୍ତି ନିଆଯିବ ।
ସୋମବାର ରିଜର୍ଭ ବ୍ୟାଙ୍କ ରେପୋ ନିଲାମୀ ମାଧ୍ୟମରେ ୧ଲକ୍ଷ କୋଟି ଟଙ୍କା ଅର୍ଥ ବ୍ୟବସ୍ଥାକୁ ଛାଡିବାର ଘୋଷଣା କରିଥିଲାବେଳେ ପ୍ରଥମ କିସ୍ତିରେ ୫୦ହଜାର କୋଟି ଜାରି କରିଛି । ଏହି ସମାନ ପରିମାଣର ଅର୍ଥ ରାଶି ମଙ୍ଗଳବାର ପ୍ରଦାନ କରାଯିବ । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ, ବଜାରରେ ନଗଦ ଅର୍ଥର ଆବଶ୍ୟକତାକୁ ପୂରଣ କରିବା ପାଇଁ ପୂର୍ବରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । କରୋନା ଭାଇରସ କାରଣରୁ ଯେପରି ବଜାରରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ନଗଦ ସଙ୍କଟକୁ ନେଇ ନ ହୁଏ, ସେ ଦିଗରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏହାଦ୍ୱାରା ବ୍ୟାଙ୍କିଂ ବ୍ୟବସ୍ଥାରେ ନଗଦି ଉପଲବ୍ଧ ସୁନିଶ୍ଚିତ ହେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*