ବଜାରକୁ ଆସିବ ଶରୀରରେ ପ୍ରତିରୋଧକ କ୍ଷମତା ବଢାଉଥିବା ‘ସନ୍ଦେସ’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : କୋଲକାତା

ବଙ୍ଗାଳୀ ମିଠାକୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ପାଇଁ କରୋନା କାଳରେ ଖୁସି ଖବର । ପଶ୍ଚିମବଙ୍ଗ ସରକାର ମମତା ବାନାର୍ଜୀ ଏକପ୍ରକାର ମିଠା ସନ୍ଦେସକୁ ବଜାରକୁ ଛାଡିବା ଯୋଜନାରେ ଅଛନ୍ତି । ଏଥିରେ ସୁନ୍ଦରବନର ମହୁ ବ୍ୟବହାର କରାଯିବ । ଯାହା ଶରୀରରେ ପ୍ରତିରୋଧକ କ୍ଷମତା ବୃଦ୍ଧିରେ ସହାୟକ ହେବ ।
ସରକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗାଈ କ୍ଷୀରରୁ ତିଆରି ଛେନା ଏବଂ ଏଥିରେ ସୁନ୍ଦରବନର ମହୁ ମିଶାଇ ଆରୋଗ୍ୟ ସନ୍ଦେସ ପ୍ରସ୍ତୁତ କରାଯିବ । ଏଥିରେ ମଧ୍ୟ ମିଶିବ ତୁଳସୀ ରସ । କୋଲକାତା ଏବଂ ପଡୋଶୀ ଜିଲାରେ ସ୍ୱତନ୍ତ୍ର କାଉଣ୍ଟରରେ ଏହା ବିକି୍ର କରାଯିବ । ଏହି ସନ୍ଦେସ ଲୋକଙ୍କ ଶରୀରରେ ପ୍ରତିରୋଧକ କ୍ଷମତା ବୃଦ୍ଧିରେ ସହଯୋଗ କରିବ । ତେବେ ଏହାଦ୍ୱାରା କୋଭିଡ୍‌-୧୯ ଠିକ୍‌ ହେବ ବୋଲି ଆମେ ଦାବି କରୁନାହୁଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*