ବକ୍ସିଂ: ବିଶ୍ୱ ତାଲିକାର ଶୀର୍ଷରେ ଅମିତ ପଙ୍ଘାଲ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଆସନ୍ତା ମାସ ହେବାକୁ ଥିବା ଅଲମ୍ପିକ ଯୋଗ୍ୟତା ପର୍ଯାୟ ପୂର୍ବରୁ ଭାରତର ଅମିତ ପଙ୍ଘାଲଙ୍କୁ ମିଳିଛି ଏକ ବଡ଼ ସମ୍ମାନ । ଆନ୍ତର୍ଜାତୀୟ ଅଲମ୍ପିକ କମିଟିର ବକ୍ସିଂ ଟାସ୍କ ଫୋର୍ସ ତାଙ୍କୁ ୫୨କେଜି ବର୍ଗର ବିଶ୍ୱ ର୍ୟାଙ୍କିଙ୍ଗରେ ସର୍ବଶ୍ରେଷ୍ଠ ସ୍ଥାନ ପ୍ରଦାନ କରିଛି । ପୂର୍ବରୁ ଅଲମ୍ପିକରେ ବ୍ରୋଞ୍ଜ ପଦକ ହାସଲ କରିଥିବା ବିଜେନ୍ଦର ସିଂହ ୨୦୦୯ରେ ବିଶ୍ୱ ର୍ୟାଙ୍କିଙ୍ଗରେ ୧ ନମ୍ବର ସ୍ଥାନ ହାସଲ କରିଥିଲେ । ଆଇଓସି ବକ୍ସିଂ ଟାସ୍କ ଫୋର୍ସ ଜାରି କରିଥିବା ସୂଚୀ ଅନୁଯାୟୀ, ୨୪ ବର୍ଷିୟ ପଂଘାଲ ୪୨୦ ପଏଣ୍ଟ ସହ ଶୀର୍ଷରେ ଅଛନ୍ତି । ୨୦୧୭ ପରଠାରୁ ଖୁବ ଭଲ ଫର୍ମରେ ଅଛନ୍ତି ପଙ୍ଘାଲ । ୨୦୧୮ କମନୱେଲ୍ଥ ଏବଂ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଗତ ବର୍ଷ ପ୍ରଥମ ଭାରତୀୟ ଭାବେ ବିଶ୍ୱ ଚମ୍ପିଆନସିପ୍ରେ ରୌପ୍ୟ ପଦକ ହାସଲ କରିଥିଲେ ପଙ୍ଘାଲ ।
ସେହିପରି ମହିଳା ବର୍ଗରେ ୬ଥର ବିଶ୍ୱ ଚମ୍ପିଆନ ହୋଇଥିବା ଏମ୍ ସି ମେରୀ କମ୍ ୫୧କେଜି ବର୍ଗର ବିଶ୍ୱ ର୍ୟାଙ୍କିଙ୍ଗରେ ପଂଚମ ସ୍ଥାନରେ ଅଛନ୍ତି । ବିଶ୍ୱ ଚମ୍ପିଆନସିପ୍ରେ ୮ଟି ପଦକ ଜିତିଥିବା ମେରୀ କମ୍ଙ୍କୁ ମିଳିଛି ୨୨୫ ପଏଣ୍ଟ । ଜରିନ୍ ନିଖତ ୭୫ ପଏଣ୍ଟ ସହ ୨୨ତମ ସ୍ଥାନରେ ଅଛନ୍ତି । ସୋନିଆ ଚହଲ ୫୭କେଜି ବର୍ଗରେ ୧୦ମ ସ୍ଥାନରେ ରହିଛନ୍ତି । ବିଶ୍ୱ ର୍ୟାଙ୍କିଙ୍ଗରେ ଲଭଲିନା ବୋରଗହେନ ୬୯କେଜି ବର୍ଗରେ ତୃତୀୟ ସ୍ଥାନରେ ରହି ଶ୍ରେଷ୍ଠ ଭାରତୀୟ ମହିଳା ବକ୍ସର ବନିଛନ୍ତି । ଅନ୍ୟ ଭାରତୀୟଙ୍କ ମଧ୍ୟରୁ ଏସିଆନ ରୌପ୍ୟ ପଦକଧାରୀ କଭିନ୍ଦର ସିଂହ ବିଷ୍ଟ ୫୭କେଜି ବର୍ଗରେ ୧୯୦ ପଏଣ୍ଟ ସହ ୭ମ ସ୍ଥାନରେ ରହିଥିବା ବେଳେ ଗୌରବ ବିଧୁଡ଼ୀ ୩୨ତମ ସ୍ଥାନରେ ରହିଛନ୍ତି । ପୁରୁଷ ୬୩କେଜି ବର୍ଗରେ ବିଶ୍ୱ ଚମ୍ପିଆନସିପ୍ରେ ବ୍ରୋଞ୍ଜ ପଦକ ଜିତିଥିବା ମନିଷ କୌଶିକ ୧୨ତମ ଏବଂ ଶୀବ ଥାପ୍ପା ୩୬ତମ ସ୍ଥାନରେ ରହିଛନ୍ତି । ଭେଟେରାନ ମନୋଜ କୁମାର ୬୯କେଜି ବର୍ଗରେ ୭୧ତମ ସ୍ଥାନରେ ରହିଥିବା ବେଳେ ଆଶିଷ ୨୨ତମ ସ୍ଥାନରେ ରହିଛନ୍ତି ।
ସୂଚନାନୁଯାୟୀ, ଆର୍ଥିକ ତ୍ରୁଟି ପରିଚାଳନା କାରଣରୁ ଆନ୍ତର୍ଜାତୀୟ ବକ୍ସିଂ ସଂଘକୁ ବାସନ୍ଦ କରାଯାଇଛି । ଚଳିତ ବର୍ଷ ଶେଷ ଆଡ଼କୁ ଟୋକିଓ ଅଲମ୍ପିକ ଅନୁଷ୍ଠିତ ହେବାକୁ ଥିବାରୁ ଆଇଓସି ଟାସ୍କ ଫୋର୍ସ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ଆୟୋଜନ କରିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*